ହେଡଲାଇନସ୍:

ସି.ଆର.ପି.ଏଫ ସ୍ଥାପନା ଦିବସ ଉପଲକ୍ଷେ 189 ବିଏନ ସି.ଆର.ପି.ଏଫ ଦ୍ୱାରା ଦ୍ଵିଦିବସୀୟ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Bolangir/ Santosh Kumar Thakur : ସି.ଆର.ପି.ଏଫ ସ୍ଥାପନା ଦିବସ ଉପଲକ୍ଷେ 189 ବିଏନ ସି.ଆର.ପି.ଏଫ ଦ୍ୱାର ବିଗତ ଦୁଇଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଗତ 26 ତାରିଖ ଖପ୍ରାଖୋଲ ଏବଂ ହରିଶଙ୍କର ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଚିତ କରାଯାଇଥିଲା | ଯେଉଁଥିରେ 200 ରୁ ଅଧିକ ରୋଗୀଙ୍କୁ ଚିକିତ୍ସା ଔଷଧ ବଣ୍ଟନ କରାଯାଇଥିଲୋ | ହରିଶଙ୍କର ର  ମହରାପଦର ଗ୍ରାମ ସ୍କୁଲ ପଡିଆରେ ଖପ୍ରାଖୋଲ ଓ ବେନକେରା ମଧ୍ୟରେ ଫୁଟବଲ ଖେଲ ର ଆୟୋଜନ କରି ବିଜେତା ଓ ଉପବିଜେତା ଦଲକୁ ଟ୍ରୃଫି ଏବଂ ପୁରଷ୍କାର ଦିଆଯାଇଥିଲା| ତା 27 ରେ କ୍ୟମ୍ପ ମୁଖ୍ୟଦ୍ୱାର ରୁ ସରକାରୀ ଆଇ.ଟି.ଆଇ ପର୍ଯ୍ୟନ୍ତ ରାସ୍ତା ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା ଓ  ଦେଶ ପାଇଁ ସହିଦ ହୋଇଥିବା ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଲି ଦିଆଯାଇଥିଲା ଉକୃଷ୍ଟ ସେବା , ଉଚ୍ଛ ଅନୁଶାସନ , ଅଦମ୍ୟ ସାହାସ ପାଇଁ ଭାରତ ସରକାର ଠାରୁ ପ୍ରାପ୍ତ ଆନ୍ତରିକ ସେବା ପଦକ ଉତ୍କୃଷ୍ଟ ସେବା ପଦକ , DG ଡିକ୍ସକମାଣ୍ଡେଣ୍ଟ ମହୋଦୟ ଦ୍ୱାରା ଅଳଂକୃତ କରାଯାଇଥିଲା | 189 BN ମୁଖ୍ୟାଲୟ ବଲାଙ୍ଗିର ରେ ଏକ ରକ୍ତ ଦାନ ଶିବିର ଲଗାଯାଇଥିଲା , ଯେଉଁଥିରେ 30 ଜଣ ଜବାନ ରକ୍ତ ଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସୁରେନ୍ଦ୍ର ସିଂ ଯୋଷି , ଶ୍ରୀ ପୂର୍ଭାସ ତିବାରି , ଶ୍ରୀ ସନ୍ତୋଷ କୁମାର, ଡାକ୍ତର ରଘୁନାଥ ରାମ, ବଲରାମ ପାତ୍ର (SM) ଓ ଏସ୍.କେ କଲେତ ଉପସ୍ଥିତ ଥିଲେ |

0
0
0
s2sdefault