ହେଡଲାଇନସ୍:

ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୂକୁଲ୍ୟରେ ବୃକ୍ଷ ରୋପଣ କରାଯାଇଥିଲା। “ମାଆ ପାଇଁ ଗଛଟିଏ “ ବିଷୟ ବସ୍ତୁକୁ ଆଧାର କରି ବିଦ୍ୟାଳୟ ପରିସରରେ ସ୍କାଉଟ୍ ଓ ଗାଇଡ୍ ର ଛାତ୍ରଛାତ୍ରୀ ମାନଙ୍କର ସହଯୋଗରେ ଅନେକ ବୃକ୍ଷରୋପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେଶ କୁମାର ପାତ୍ର , ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ପାଢ଼ୀ , ଶିକ୍ଷାବିକାଶ ସମିତିର କାର୍ଯ୍ୟକର୍ତ୍ତା ଶ୍ରୀ ଅରୁଣ କୁମାର ବାଗ , ଶ୍ରୀ ସରୋଜ କୁମାର ପଟ୍ଟନାୟକ , ଶ୍ରୀ ପ୍ରକାଶଚନ୍ଦ୍ର ତ୍ରିପାଠୀ , ଶ୍ରୀ ସଂଗ୍ରାମ ମହାନ୍ତି , ଶ୍ରୀ ମନୋଜ କୁମାର ଦାସ ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀ ଦୁର୍ଗା ପ୍ରସାଦ ସାହୁ , ଶାରୀରିକ ଶିକ୍ଷକ ଶ୍ରୀ ରାଜେଶ କରାଇ , ପ୍ରଧାନ ଆଚାର୍ଯ୍ୟା ଶ୍ରୀ ସରୋଜ କୁମାର ପଣ୍ଡା ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

0
0
0
s2sdefault