ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପହଣ୍ଡି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଖେଳଶିକ୍ଷକ ସରୋଜ ପୁରୋହିତ ଙ୍କ ଅବସର କାଳୀନ ବିଦାୟସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ପଧାନ ଙ୍କ ସଭାପତିତ୍ୱ କରିଥିଲେ l ସୁମନ୍ତ କୁମାର ଗଡ଼ତିଆ ସଭା ପରିଚାଳନାରେ ସହଯୋଗ କରିଥିଲେ । ଅତିଥିମାନଙ୍କ ଦ୍ଵାରା ବିଦାୟୀ ସରୋଜ ପୁରୋହିତଙ୍କୁ ଉତ୍ତରୀୟ ମାନପତ୍ର ଉପହାର ଓ ଉପଢୌକନ ପ୍ରଦାନ
କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଦାୟୀ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ହୃଦମଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଶୁଚିସ୍ମିତା ପଧାନ, ରୋଜିସ୍ମିତା ସାହୁ, କୌଶଲ୍ୟା ସାହୁ, ରଶ୍ମି ପଣ୍ଡା, ଶାନ୍ତନୁ ମିଶ୍ର,ପରିଚାଳନା କମିଟି ର ସଭ୍ୟସଭ୍ୟା ଓ ଗ୍ରାମବାସି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ ।
ରାଜ୍ୟ
ଖେଳ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
- Hits: 1024