ହେଡଲାଇନସ୍:

ଚାଷୀ ମୁହଁରେ ଫେରିଲା ହସ, କୋମନାରେ ଲଗାଣ ବର୍ଷା ଜାରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା/ଭାଗିରଥି ଭୋଇ - ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି ଯାହା ଫଳରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ଚାଷୀଙ୍କ ମୁହଁରେ ପୁଣି ଥରେ ଖୁସି ଫେରି ଆସିଛି । ସମସ୍ତେ ପୁଣି ଚାଷ କାର୍ଯ୍ୟରେ ଲାଗି ପଡିଛନ୍ତିି । ମାସେ ହେଲା ବର୍ଷା ହେଉନଥିଲା ଯେଉଁଥି ପାଇଁ ଲୋକେ ଅନେକ ସ୍ଥାନରେ ପୂଜାଚ୍ଚନା କରିବା ସହ ବୁଦା ମଧ୍ୟ ଦେଇଥିଲେ । ବେଉଷଣ କରିବା ସହ ଧାନ ତଳି ମାରୁଛନ୍ତି ଲୋକେ । ପାଣିପାଗ ବିଭାଗ ତରଫରୁ ନୂଆପଡା ଜିଲ୍ଲା କୁ ୟୋଲୋ ସଂକେତ ଦିଆଯାଇଛି ଯାହା ଫଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ର ସମ୍ଭାବନା ଅଛି । ଚାଷୀଙ୍କ ମୁହଁ ରୁ ହସ ଛଡାଇ ନେଇଥିଲା ବର୍ଷା । ଶ୍ରାବଣରେ ଦେଖା ଦେଇଥିଲା ବୈଶାଖ ର ଖରା । ଏମିତି ଲାଗୁଥିଲା ଯେମିତି ଆଉ ବର୍ଷା ହେବ ନାହଁ । କିନ୍ତୁ ବର୍ଚମାନ ର ବର୍ଷା ଲୋକଙ୍କୁ ଆସ୍ୱିସ୍ତି ମିଲିବା ସହ ନୂଆ ଆଶା ସଂଚାର କରିଛି ।

0
0
0
s2sdefault