ହେଡଲାଇନସ୍:

11 କେଭି ତାର ଛିଣ୍ଡି ପଡିଥିଲା, ତାରରେ ଲାଗି ବଳଦର ପ୍ରାଣ ଗଲା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଧର୍ମଗଡରୁ ସୁଶାନ୍ତ ରାଉତ :: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଧିନ ଉଦେଶୃଙ୍ଗ ଗ୍ରାମରେ ଘଟିଛି ଏକ ଅଘଟଣ।11କେଭି ବିଦ୍ୟୁତ ତାର ଛିଣ୍ଡି ତଳେ ପଡିବା ଫଳରେ ତାର ସଂସ୍ପର୍ଶରେ ଆସି ଗୋଟିଏ ବଳଦ ର ମୃତ୍ୟୁ ହୋଇଛି।ମିଳିଥିବା ସୂଚନା ମୁତାବକ ଉଦେଶୃଙ୍ଗ ଠାରେ ଥିବା ଏୟାର୍ଟେଲ ଟାୱାର ନିମନ୍ତେ 11କେଭି ବିଦ୍ୟୁତ ର ସଂଯୋଗ ହୋଇଥିଲା।ହେଲେ ଅଚାନକ ଶନିବାର ଅପରାହ୍ନ 5ରୁ ସାଢ଼େ 5ମଧ୍ୟରେ ଛିଣ୍ଡି ତଳେ ପଡିବା ଫଳରେ ଏକ ବଳଦ ସଂସ୍ପର୍ଶରେ ଆସି ଯାଇଥିଲା।ବିଦ୍ୟୁତ ସଂସ୍ପର୍ଶରେ ଆସିବା ଫଳରେ ବଳଦ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ତେବେ ମୃତ ବଳଦ ଟି। ଉଦେଶୃଙ୍ଗ ଗ୍ରାମର ଜଗତ ରାମ ତାଣ୍ଡିଙ୍କ ବୋଲି ଜଣା ପଡିଛି।

0
0
0
s2sdefault