ହେଡଲାଇନସ୍:

ବିଜ୍ଞାନର ବିକାଶ ପାଇଁ ଅର୍ଥ ବରାଦ ୦.୦୫ ପ୍ରତିଶତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଚଳିତ ବର୍ଷ ବିଜ୍ଞାନ ଓ କାରିଗରୀ ବିଦ୍ୟାର ବିକାଶ ପାଇଁ ବଜେଟ୍ର ୦.୦୪ ପ୍ରତିଶତ ବ୍ୟୟବରାଦ କରାଯାଇଛି । ଗତ ୧୧ ବର୍ଷରେ ରାଜ୍ୟର ଖର୍ଚ୍ଚ ନିମନ୍ତେ ସମୁଦାୟ ୭୭ ଲକ୍ଷ ୭୫ ହଜାର ୪୮୫ କୋଟି ଓ ୩୭ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଏହି ବିଭାଗ ପାଇଁ ବରାଦ ମାତ୍ର ୪୩୧ କୋଟି ୬୧ ଲକ୍ଷ ଟଙ୍କା, ଯାହା କି ସମୁଦାୟ ବଜେଟ୍ର ମାତ୍ର ୦.୦୫ ପ୍ରତିଶତ । ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦେଇଥିବା ବର୍ଷୱାରୀ ପରିସଂଖ୍ୟାନରୁ ବିଜ୍ଞାନର ବିକାଶ ପାଇଁ ସରକାରଙ୍କ ଖର୍ଚ୍ଚ ହାର କେତେ ତାହା ସ୍ପଷ୍ଟ ହୋଇଯାଇଛି ।
ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ବର୍ତମାନ ସୁଦ୍ଧା ରାଜ୍ୟର ୧୦ଜଣ ଛାତ୍ରଛାତ୍ରୀ ଜାତୀୟ ଗଣିତ ଅଲିମ୍ପିଆଡ୍ ଓ ୨ଜଣ ଆନ୍ତର୍ଜାତୀୟ ଅଲିମ୍ପିଆଡ୍ ପାଇଛନ୍ତି ବୋଲି ସେ କହିଛନ୍ତି । ଏହାବ୍ୟତୀତ, ଆଜି ସୁଦ୍ଧା ବେସିକ୍ ସାଇନ୍ସ, ବାୟୋଟେକ୍ନୋଲୋଜିରେ ରିସର୍ଚ୍ଚ ସ୍କଲାର ଭାବେ ୭୭ଜଣ ଆର୍ଥିକ ସହାୟତା ପାଇଥିବା ବେଳେ ଏହି ବିଷୟରେ ୪୨ଜଣ ପିଏଚ୍ଡି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ସେହିପରି ଗଣିତ ଓ ପ୍ର୍ରୟୋଗାତ୍ମକ ଗଣିତ ବିଷୟରେ ପ୍ରତ୍ୟେକ ପିଲା ପିଛା ବର୍ଷକୁ ୫.୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଲିଖିତ ଉତରରେ ମନ୍ତ୍ରୀ ଦର୍ଶାଇଛନ୍ତିି ।

0
0
0
s2sdefault