ହେଡଲାଇନସ୍:

ବିବାହର ପ୍ରଲୋଭନ ଦେଖାଇ ଯୁବତୀ ସହ ଶାରୀରୀକ ସମ୍ପର୍କ ; ଯୁବକ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପ୍ରେମ, ସମ୍ପର୍କ,ଧୋକ୍କା ମାମଲାରେ ଆଜି ଗାଙ୍ଗପୁର ପୋଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି I ଯୁବକ ଜଣଙ୍କ ହେଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଆମ୍ବବାଲି ଗ୍ରାମର ସମୀର୍ ଗୌଡ଼ (23) I ସୂଚନା ପ୍ରକାରେ ସମୀର୍ ଗତ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ସେହି ଗ୍ରାମର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତା ସହିତ ନିୟମିତ ଶାରୀରୀକ ସମ୍ପର୍କ ରଖି ଆସୁଥିଲା I ଯୁବତୀ ଜଣଙ୍କ ଗର୍ଭବତୀ ହେବା ଜାଣିବା ପରେ ସମୀର ତାକୁ ବିବାହ କରିବାକୁ ମନା କରିବା ସହିତ ଗର୍ଭନଷ୍ଟ କରିବା ପାଇଁ କହିଥିଲା I କିନ୍ତୁ ପୀଡ଼ିତା ଜଣଙ୍କ ଗର୍ଭ ନଷ୍ଟ କରିବାକୁ ମନା କରିବାରୁ ସମୀର ଉତ୍କ୍ଷିପ୍ତ ହୋଇ ଏହାର ପରିଣାମ ଭୟଙ୍କର ହେବ ବୋଲି ପୀଡିତାଙ୍କୁ ଧମକ ଦେଇଥିଲା I ଏନେଇ ପୀଡ଼ିତା ଜଣଙ୍କ ଗାଙ୍ଗପୁର ଥାନାରେ ଅଭିଯୋଗ କରିବା ପରେ 437/25 ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁ୍କ୍ତ ସମୀରକୁ ଗିରଫ କରାଯିବା ସହିତ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି I

0
0
0
s2sdefault