ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗମ୍ଭାରୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ପ୍ରଧାନ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଦଳ ବିଶି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ମୁଖ୍ୟ ବକ୍ତା,ଗୋଷ୍ଠୀ ସହ ଶିକ୍ଷାଧିକାରୀ ଜଗତ ମଲ୍ଲିକ,ଡୁଙ୍ଗୁରିପାଲି ସିଆରସିସି ପ୍ରବୀର ଭୋଇ, ପଞ୍ଚସଖା ଶିକ୍ଷାସେତୁ ସଭାପତି ଜଗନ୍ନାଥ ପୁଜାହାରୀ,ଡୁଙ୍ଗୁରିପାଲି ସାହିତ୍ୟ ଓ ସାଂସ୍କୃତିକ ସଂସଦ ର ସଭାପତି ତଥା ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼କ୍ଟର ସୁବାସ ଚନ୍ଦ୍ର ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବିଦ୍ୟାଳୟ ପ୍ରତି ନିଷ୍ଠା ର ସ୍ମୃତିଚାରଣ କରିଥିଲେ। ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷୟିତ୍ରୀ ଭାବେ, ଚିନାଜୁରୀ ଓ ଗମ୍ଭାରୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କରିଯାଇଥିବା ଉତ୍ତମ କାର୍ଯ୍ୟ ଶିକ୍ଷକ ସମାଜ ର ପଥ ପ୍ରଦର୍ଶକ ହୋଇ ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ପ୍ରଧାନ ନିଜ ଶିକ୍ଷକତା ଜୀବନ ର ବିଗତ ଦିନର କଥା ର ସ୍ମୃତି ଚାରଣ କରିବା ସହ ଛାତ୍ରଛାତ୍ରୀ ଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ ପୂର୍ବକ ଆଶୀର୍ବାଦ ନେଇଥିଲେ।, ଛାତ୍ରଛାତ୍ରୀମାନେ ସଭା ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଓ ଶେଷରେ ବିଦାୟ ସଂଗୀତ ଗାଇ ନିଜର ଗୁରୁଭକ୍ତି ପ୍ରଦର୍ଶନ କରିଥିଲେ । ଶିକ୍ଷକ,ଶିକ୍ଷୟିତ୍ରୀ ଅବିଭାବକ ଓ ଗମ୍ଭାରୀପାଲି ଗ୍ରାମବାସୀ ସହଯୋଗ କରିଥିଲେ l ଶିକ୍ଷକ ଅଶୋକ ସାହୁ ସଭାପରିଚାଳନା ଓ ମାନପତ୍ର ପଠନ କରିଥିବା ବେଳେ ଶିକ୍ଷକ ନିତ୍ୟାନନ୍ଦ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସମସ୍ତେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମେହେର ଙ୍କ ନେତୃତ୍ୱ ରେ ଡୁଙ୍ଗୁରିପାଲି ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସଂକୀର୍ତନ ସହ ଗ୍ରାମ ପରିକ୍ରମା କରି ଡୁଙ୍ଗୁରିପାଲି ସ୍ଥିତ ଘରକୁ ପାଛୋଟି ନେଇ ସୁଖ ସମୃଦ୍ଧି କାମନା କରିଥିଲେ l
ରାଜ୍ୟ
ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
- Hits: 11