ଜଗତସିଂହପୁର ତା ୦୧.୦୭.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାସ୍ତରୀୟ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ୨୦୨୫ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ବୈଜ୍ଞାନିକ ତଥା ପରିସଂଖ୍ୟାନବିତ୍ ପ୍ରଶାନ୍ତ ଚନ୍ଦ୍ର ମାହାଲନୋବିସ୍ ଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ତାଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୦୭ ମସିହାଠାରୁ ପ୍ରତିବର୍ଷ ଜୁନ୍ ମାସ ୨୯ ତାରିଖରେ ପି ସି ମାହାଲନୋବିସ୍ ଙ୍କ ଜନ୍ମ ଦିବସ ଟିକୁ ଜାତୀୟ ପରିସଂଖ୍ୟାନ ଦିବସ ରୂପେ ପାଳନ କରାଯାଉଛି । ଏହି ବୈଠକରେ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ଉତ୍କଳ ବିଶ୍ୱବିଦ୍ୟାଳୟ ର ପରିସଂଖ୍ୟାନ ବିଭାଗ ର ମୁଖ୍ୟ ଡକ୍ଟର ପ୍ରିୟରଞ୍ଜନ ଦାସ ଏହି ବିଷୟ ର ଇତିହାସ କୁ ଖୁବ୍ ସୁନ୍ଦର ଭାବରେ ବିଶ୍ଳେଷଣ କରିଥିଲେ । ସେ କହିଥିଲେ ଯେ ଡକ୍ଟର ପି ସି ମାହାଲନୋବିସ୍ ହେଉଛନ୍ତି ପରିସଂଖ୍ୟାନ ର ଜନକ ଏବଂ ତାଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ । ପ୍ରତ୍ୟେକ ଏହି ବିଷୟ ଉପରେ ଜ୍ଞାନ ଆହରଣ କରିବା ପାଇଁ ସେ ଉପଦେଶ ଦେଇଥିଲେ । ସେ କହିଥିଲେ ଯେ ଏହି ବିଷୟ ଟି ଜୀବନ କୁ ସରଳ ଓ ସୁନ୍ଦର କରିଦିଏ । ଏହି ବୈଠକରେ ଅଧ୍ୟକ୍ଷତା କରି ଯୋଜନା ଓ ପରିସଂଖ୍ୟାନ ୟୁନିଟ ଉପ ନିର୍ଦ୍ଦେଶିକା ଶ୍ରୀମତି ସବିତା ସାହୁ କହିଥିଲେ ଯେ ତଥ୍ୟ ର ବିଶ୍ଳେଷଣ ହେଉଛି ପରିସଂଖ୍ୟାନ। ଘର ହେଉ କି କାର୍ଯ୍ୟାଳୟ ହେଉ ସବୁ କ୍ଷେତ୍ରରେ ପରିସଂଖ୍ୟାନ ର ଗୁରୁତ୍ଵ ଓ ଆବଶ୍ୟକ ରହିଛି । ସେ ପରିସଂଖ୍ୟାନ ର ବିକାଶ କ୍ଷେତ୍ରରେ ପି ସି ମାହାଲନୋବିସ୍ ଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରାଇଥିଲେ । ତଥ୍ୟ ହିଁ ଶକ୍ତି ଓ ସଠିକ୍ ତଥ୍ୟ ବିନା ଦେଶର ବିକାଶ ହୋଇପାରିବ ନାହିଁ ବୋଲି ସେ କହିଥିଲେ । ସେ ମଧ୍ୟ ସମସ୍ତ ବିଭାଗ କୁ ସଠିକ୍ ସମୟରେ ସଠିକ୍ ତଥ୍ୟ ଦେବା ପାଇଁ ଆହ୍ବାନ କରିଥିଲେ ।ବୈଠକରେ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ରହି ଏସ. ଭି. ଏମ କଲେଜ ର ପରିସଂଖ୍ୟାନ ବିଷୟ ର ଅଧ୍ୟାପିକା ଶ୍ରୀମତୀ ବାଗ୍ମିତା ମହାପାତ୍ର କହିଲେ ଯେ ପରିସଂଖ୍ୟାନ ଏକ ଏପରି ବିଷୟ ବସ୍ତୁ ଯାହା କି ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଛି । ସେ ଏହି ବିଷୟ ର ଗୁରୁତ୍ଵ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ କହିଥିଲେ ଯେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅର୍ଥନୀତି ତଥା ଅନେକ କ୍ଷେତ୍ରରେ ଏହାର ଯଥେଷ୍ଟ ବ୍ୟବହାର କରାଯାଉଛି । ସେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଏହି ବିଷୟ ର ଭବିଷ୍ୟତ ବିଷୟରେ ଜଣାଇ ସେମାନଙ୍କୁ ଏହି ବିଷୟ ପ୍ରତି ଆଗ୍ରହୀ ହେବା ପାଇଁ ଉପଦେଶ ଦେଇଥିଲେ । ଏହି ଦିବସ ଉପଲକ୍ଷେ ବିଭିନ୍ନ ବିଭାଗ ଓ ବିଭିନ୍ନ ମହାବିଦ୍ୟାଳୟ ରୁ ସଂଗ୍ରହ କରାଯାଇଥିବା ତଥ୍ଯ କୁ ନେଇ ଏକ ଜିଲ୍ଲାସ୍ତରୀୟ ପରିସଂଖ୍ୟାନ ବୁକ୍ ଲେଟ୍ ୨୦୨୪ ଉନ୍ମୋଚନ କରାଯାଇଥିଲା । ପରିସଂଖ୍ୟାନ କ୍ଷେତ୍ର ସର୍ଭେୟର ସୁଜାତା ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ବୈଠକରେ କଲେଜ ଛାତ୍ରଛାତ୍ରୀ, ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମାନେ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଦିବସ ଟିର ତାତ୍ପର୍ଯ୍ୟ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ରାଜ୍ୟ
ଜିଲ୍ଲାସ୍ତରୀୟ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ୨୦୨୫ ପାଳିତ
- Hits: 11