ହେଡଲାଇନସ୍:

କୌଣସି ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ହୋଇନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩୬ଟି ସରକାରୀ ଉଦ୍ୟୋଗରୁ କ୍ଷତିରେ ଚାଲିଛି ୯ଟି

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୩୬ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୯ଟି କ୍ଷତିରେ ଚାଲୁଛି । ଅବଶିଷ୍ଟ ୨୭ଟି ଉଦ୍ୟୋଗର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଏବଂ ଏଥିମଧ୍ୟରୁ ଅଧିକାଂଶ ଲାଭରେ ଚାଲିଛି । ତେବେ କୌଣସି ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରି ବନ୍ଦ କରିବାକୁ ନିଷ୍ପତି ନିଆଯାଇ ନାହିଁ ବୋଲି ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତିି ।
ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ସମସ୍ତ ୩୬ଟି ସରକାରୀ ଉଦ୍ୟୋଗରେ ମୋଟ ୧୭୩୬୩ଜଣ ଶ୍ରମିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୧୯୯୯-୨୦୦୦ ମସିହା ପରଠାରୁ ଓଡ଼ିଶା ପର୍ଯ୍ୟଟନ ନିଗମରେ ସରକାରଙ୍କ ପକ୍ଷରୁ ପୁଞ୍ଜିନିବେଶ କରାଯାଇ ନାହିଁ । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରାଶାସନିକ ବିଭାଗ ଦ୍ୱାରା ଏମ୍ଓୟୁ ମାଧ୍ୟମରେ ଅଧିକ କାମ ଯୋଗାଇ ଦିଆଯାଇଛି । ସେହିପରି ଓଡ଼ିଶା ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ପାଇଁ ପୁଞ୍ଜିନିବେଶ ହୋଇଛି । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ, କଳିଙ୍ଗ ଷ୍ଟୁଡିଓ, ଓଡ଼ିଶା ଉଠାଜଳସେଚନ ନିଗମ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଓ ଓଡ଼ିଶା ରାଜ୍ୟ ଅର୍ଥ ନିଗମରେ ପୁଞ୍ଜିନିବେଶ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।


0
0
0
s2sdefault