ଚାଷିଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କୃଷକ ସଂଗଠନର ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜିଲ୍ଲାର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥିଲା । ଚାଷୀ ସଂଗଠନର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖୁରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

    ଜିଲ୍ଲା ଚାଷୀ ସଂଗଠନର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ ଉପସ୍ଥିତ ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ କହିଥିଲେଯେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସ୍ୱଳ୍ପ ବୃଷ୍ଟିପାତ ୬୦ ପ୍ରତିଶତରୁ କମ୍‍ ପରିମାଣର ବର୍ଷା ହୋଇଛି । ଜମିକୁ  ଚସି ଚାଷୀ ବର୍ଷାକୁ ଅନାଇ ରହିଛି । ତଳି ପଡିଛି ଏବଂ ବହୁ ଚାଷ ଜମି ମାଟି ମଧ୍ୟ ଚସା ନହୋଇ ନପାରି ପଡିଆ ହୋଇ ପଡିରହିଛି । ରୁଣ ବାଡି ହୋଇ ଚାଷୀ ବର୍ଷା ଅଭାବ ଯୋଗୁ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛି ବୋଲି କହିଥିଲେ ।
    ଦାବୀ ଗୁଡିକ ସମ୍ପର୍କରେ ସରକାର ଚାଷୀର ଉପùାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା , ଧାନ କୁଇଣ୍ଟାଲ ପିଛା ୩ହଜାରଟଙ୍କାଦେବା , ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ନିର୍ଦ୍ଦାରିତ ଟଙ୍କାଦେବା , ଜିଲ୍ଲାର ସମସ୍ତ ଚାଷ ଅଞ୍ଚଳରେ ଜଳ ସେଚନ ବ୍ୟବସ୍ଥା ଯୋଗାଇଦେବା, ନିୟମିତ ଭାବେ ଫସଲ ବୀମା ରାଶୀ ଦେବା ସହ ଚାଷୀ ମାରଣ ନୀତିକୁ ବନ୍ଦ କରିବା ପ୍ରଭୃତି ଦାବୀ ଗୁଡିକ ଅନ୍ତର୍ଭୁକ୍ତ ।

0
0
0
s2sdefault