ହେଡଲାଇନସ୍:

ଭଞ୍ଜନଗର ରେ ସଡକ ସୁରକ୍ଷା ସଚେତନତା ମାସ ପାଳନ ନିମନ୍ତେ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସାରା ଦେଶ ପାଳନ କରୁଛି ସଡ଼କ ସୁରକ୍ଷା ମାସ। ପୂର୍ବେ ଏକ ସପ୍ତାହ ବ୍ୟାପୀ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ପାଳନ ହେଉଥିଲା। କିନ୍ତୁ ଭାରତ ନିର୍ଦ୍ଦେଶକ୍ରମେ ମଟର ଯାନ ଦୁର୍ଘଟଣା ର ଭୟାବହତା କୁ ଦୃଷ୍ଟିରେ ରଖି ଏହାକୁ ଏବେ ଏକ ମାସ ପାଳନ କରାଯିବ। ଏବଂ ସଡ଼କ ସୁରକ୍ଷା ବିଷୟରେ ସମସ୍ତ ଜନସାଧାରଣ ଙ୍କୁ ସଚେତନ କରାଯିବ। ଏହି ଅବସରରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଆଜି ଜାନୁଆରୀ ମାସ ୨ ତାରିଖ ୨୦୨୫ ଗୁରୁବାର ଦିନ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ବୈଠକରେ ଉକ୍ତ ମହାବିଦ୍ୟାଳୟ ଅନେକ ଛାତ୍ରଛାତ୍ରୀ ଓ ସମର ଶିକ୍ଷାର୍ଥୀ ବାହିନୀ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଉପଖଣ୍ଡ ରେ ଘଟୁଥିବା ସଡ଼କ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରସ୍ତାବ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇଥିଲା। ମଦ୍ୟପାନ କରି ଦ୍ରୁତ ବେଗରେ ଗାଡ଼ି ଚଳାଇବା, ହେଲମେଟ ଓ ସିଟ୍ ବେଲ୍ଟ ନ ବ୍ୟବହାର କରି ଗାଡ଼ି ଚାଳନା, ଟ୍ରାଫିକ ନିୟମକୁ ଉଲ୍ଲଂଘନ,ମୋବାଇଲରେ କଥା ହୋଇ ଗାଡ଼ି ଚାଳନା,କମ୍ ବୟସ୍କ ଗାଡ଼ି ଚାଲକ ମାନଙ୍କ ଦ୍ଵାରା କି ପ୍ରକାରର ଦୁର୍ଘଟଣା ଘଟେ ସେସବୁ ଆଲୋଚନା ହୋଇଥିଲା। ଏଥିରେ ସଚେତନତା ସ୍ଵରୁପ ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ଧରପଗଡ କରି ଲାଇସେନ୍ସ ରଦ କରିବା ଓ ଜୋରିମାନା ଆଦାୟ ମଧ୍ୟ କରାଯାଇଥାଏ ବୋଲି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଯାଇଥିଲା। କାରଣ ବର୍ତ୍ତମାନ ଓ ଭବିଷ୍ୟତର ଯୁବ ପିଢୀ ମାନଙ୍କର ଏଥି ସକାଶେ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଓ ସମ୍ମାନନୀୟ ଅତିଥି ମାନଙ୍କ ମଧ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ଏନ୍ ସି ସି ଆର୍ମି ଅଫିସର୍ ରଜନିକାନ୍ତ ତ୍ରିପାଠୀ, ଏନ୍ ସି ସି ନାଭାଲ ଅଫିସର ଡଃ ରବିନ୍ଦ୍ର କୁମାର ମିଶ୍ର, ଆର୍ ଟି ଓ ଶୁଭେନ୍ଦୁ ରାୟ, ଏମ୍ ଭି ଆଇ ଶର୍ମିଲା ମହାରଣା, ଉପଖଣ୍ଡ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ସିତାଂଶୁ ଶେଖର ସତପଥି, ଯୋଗଦାନ କରିଥିଲେ। ଆଜିର ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ପ୍ରଶାସନିକ ଅଧିକାରୀ ବିଭାସ ଦାସ। ଏଥିରେ ଯୋଗଦାନ କରିଥିବା ମୂଖ୍ୟ ଓ ସମ୍ମାନନୀୟ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ସମସ୍ତ ଙ୍କୁ ବିଭିନ୍ନ ସଡ଼କ ଦୁର୍ଘଟଣାରୁ ସୁରକ୍ଷା ପାଇଁ ସଚେତନତା କରିଥିଲେ।
ଆର୍ ଟି ଓ ଙ୍କ କହିବାନୁସାର ବର୍ତ୍ତମାନ ସରକାର ସଡ଼କ ସୁରକ୍ଷା କୁ ପ୍ରାଥମିକତା ଦେଇ ୧ଜାନୁଆରୀ ୨୦୨୫ ରୁ ଜ ୩୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି।ତଥ୍ୟ ଅନୁସାରେ ବିଶ୍ୱରେ ଭାରତବର୍ଷ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ରେ ପ୍ରଥମ ସ୍ଥାନରେ ରହିଛି। ସଡ଼କ ଦୁର୍ଘଟଣା ମୃତ୍ୟୁହାର ରେ ଓଡ଼ିଶା ସାରା ଦେଶରେ ୧୩ ତମ ସ୍ଥାନ ରେ ରହିଛି ଏବଂ ମୋଟର ସାଇକେଲ ଆରୋହୀ ଙ୍କ ମୃତ୍ୟହାର ୬୪ ପ୍ରତିଶତ ଅଟେ।ଓଡ଼ିଶାରେ କେବଳ ୧୮ ରୁ ୪୫ ବର୍ଷ ବୟସ୍କ ଙ୍କ ଦୁର୍ଘଟଣା ରେ ମୃତ୍ୟୁହାର ୭୩ ପ୍ରତିଶତ ଅଟେ। ସ୍ଥାନୀୟ ପରିବହନ ଅଧିକାରୀ ଙ୍କ କହିବାନୁସାରେ ଆସନ୍ତା ୪ ତାରିଖ ଶନିବାର ଦିନ ଭଞ୍ଜନଗର ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ , ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ସଡ଼କ ସୁରକ୍ଷା ଉପରେ ଏକ ଗଣ ଦୈ।ଡ, ପଥ ପ୍ରାନ୍ତ ନାଟକ ସ୍ଲୋଗାନ ଅନୁଷ୍ଠିତ କରାଯିବ ଏବଂ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ। ଭାରି ଯାନ ଓ ମୋଟର୍ ଯାନ ଚାଲକ ମାନଙ୍କୁ ବିଶେଷ କ୍ୟାମ୍ପ କରାଯାଇ ଚକ୍ଷୁ ପରୀକ୍ଷା କରାଯିବ। ସ୍ବେଛାକୃତ ଭାବେ ଦୁର୍ଘଟଣା ପୀଡ଼ିତ ଙ୍କୁ ଡାକ୍ତରୀ ଚିକିତ୍ସା ସାହାଯ୍ୟ ପ୍ରଦାନ ଓ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇବାରେ ସହଯୋଗୋ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ସ୍ଵରୂପ ୨୦୦୦ ଟଙ୍କା ଓ ସାର୍ଟିଫିକେଟ ପ୍ରଦାନ କରାଯିବ।କମ୍ ବୟସ୍କ ଛାତ୍ର ଛାତ୍ରୀ ଙ୍କ ମୋଟରସାଇକଲ୍ ଚାଳନା କୁ ରୋକିବା ପାଇଁ ସ୍କୁଲ୍ ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକଦ୍ଵାରା ଅଭିଭାବକ ମାନଙ୍କୁ ପତ୍ର ପ୍ରେରଣ କରାଯିବ ଏବଂ ଏଥିପାଇଁ ଡି ଇ ଓ ପଦକ୍ଷେପ ନେବେ ବୋଲି ମଧ୍ୟ କୁହାଯାଇଥିଲା। ସେଭଳି ବିନା ଲାଇସେନ୍ସ ରେ ଅଟୋ ରିକ୍ସା ଏବଂ ଟ୍ରାକ୍ଟର ଚାଳକ ମାନଙ୍କୁ ଧରପଗଡ କରାଯାଇ ଜୋରିମାନା ଆଦାୟ କରାଯାଇ ଗାଡ଼ି ଜବତ କରାଯିବ । ଆଜିର ଏହି ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ବୈଠକରେ ମହାବିଦ୍ୟାଳୟ ଅନେକ ଛାତ୍ରଛାତ୍ରୀ ମାନଙ୍କ ସହିତ ଓ ଏସ୍ ଆର୍ ଟି ସି ର ଏକ କର୍ମଚାରୀ, ଚିକିତ୍ସାଳୟ ପରିଚାଳକ ଅଧିକାରୀ ବିଚିତ୍ର କୁମାର ପାଣିଗ୍ରାହୀ, ଅଧ୍ୟାପକ ଓ କିଛି ସାମ୍ବାଦିକ ମାନେ ମଧ୍ୟ ଉପସ୍ଥିତ ଥିଲେ।

0
0
0
s2sdefault