”ଯୋଗସାଧନା ବଳରେ ନିୟତୀକୁ ବଦଳାଯାଇ ପାରିବ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଳାସ୍ତରୀୟ ଶ୍ରୀ ଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ

Komana/ShasakPrashasak: ନୂଆପଡା ଜିଲ୍ଲା କୋମନାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ଜିଲ୍ଳାସ୍ତରୀୟ ଶ୍ରୀ ଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ ଅନୁÂିତ ହୋଇଯାଇଛି । ଏଥିରେ ନୂଆପଡା ଜିଲା ର ନୂଆପଡା, କୁଲିଆବନ୍ଧା,କୋମନା,ଭେଳା,ଖରିଆର ଭଲି ୫ ଟି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଭାଇ ଓ ଅପାମାନେ ଯୋଗ ଦେଇଥିଲେ । ପ୍ରଥମେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚନା କରାଯାଇଥିଲା । ପରେ ମାଙ୍କ ଦୁର୍ଗା ସୁତି  ପଠନ ସହ ମା ବହି ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡିଶା ନ୍ୟୁ ଲାଇଫ୍ ଏଜୁକେସନ ଟ୍ରଷ୍ଟର ସଭାପତି ଗଦାଧର ମିଶ୍ର, ସମ୍ପାଦକ ପ୍ରସାଦ ତ୍ରିପାଠି ମୂଖ୍ୟ ଅତିଥିଭାବରେ ଯୋଗ ଦେଇଥିଲେ । ଏଥିରେ କୋମନା ଅରବିନ୍ଦ ଶିକ୍ଷାକେନ୍ଦ୍ରର ସମ୍ପାଦକ ନିଳାମ୍ବର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ଜିଲ୍ଲା ସଂଯୋଜକ ଅଜୟ କୁମାର ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିବା ସହ ଆଗାମୀ ବର୍ଷ ର କାର୍ଯ୍ୟକ୍ରମ ବିଷୟରେ ସୂଚନା  ଦେଇଥିଲେ । ତା ସହ ଆସନ୍ତା ୨୭,୨୮ ତାରିଖରେ ହେବାକୁ ଥିବା ସ୍ୱାସ୍ଥ୍ୟ ଶିବିର ରେ ଯୋଗଦେବାକୁ  ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅନୁଷ୍ଠିତ ସଭାରେ “ନିଶ୍ଚେତନା ର ରୂପାନ୍ତର” ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଯୋଗସାଧନା, ସ୍ୱରାତ, କୃପା, ଯୋଗ ଓ ବର୍ତମାନ ର ସଦୁପଯୋଗ କରି ନିୟତି କୁ ବଦଲାଇ ଦିଆଯାଇପାରିବ ବୋଲି ବକ୍ତାମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମ କୁ ଦାନୀ ଭାଇ,ମନୁ ଭାଇ, ବ୍ରଜ ଭାଇ ପ୍ରମୂଖ ପରିଚାଳନା କରିଥିବା ବେଲେ ମାତୃକର୍ମୀ ସୁରେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault