ଜୁଲାଇ ୨୧ ତାରିଖରେ ବାପା ପକ୍ଷରୁ ସମ୍ବର୍ଦ୍ଧିତ ହେବେ ଜଳସେଚନ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର,:ଆଗାମୀ ଜୁଲାଇ ୨୧ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱର ଜୟଦେବ ଭବନ  ପରିସରସ୍ଥ ଗୀତଗୋବିନ୍ଦ ସଦନ ସଭାଗୃହରେ ଓଡ଼ିଶା ରାଜ୍ୟ ସରକାରଙ୍କ ଜଳସେଚନ, ସୂଚନା ଓ ଲୋକସମ୍ପର୍କ  ମନ୍ତ୍ରୀ  ରଘୁନନ୍ଦନ ଦାସଙ୍କୁ ବାଲିକୁଦା ଏରସମା ଅଞ୍ଚଳର ସାମଗ୍ରିକ ବିକାଶ  ପାଇଁ ପ୍ରୟାସୀ ଅନୁଷ୍ଠାନ "ବାଲିକୁଦା ପିପୁଲ୍ସ ଆସୋସିଏସନ୍' (ବାପା) ତରଫରୁ ସମ୍ବର୍ଦ୍ଧନା ଦିଆଯିବ  । ସମାରୋହରେ ସଂଗଠନର ପ୍ରାକ୍ତନ ସଭା ପତି ଓ ବର୍ତ୍ତମାନର ଉପଦେଷ୍ଟା ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ  ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ  ଏବଂ ବରିଷ୍ଠ ସ୍ଥପତି ଓ ଅନ୍ୟତମ ଉପଦେଷ୍ଟା  ରମେଶ ଚନ୍ଦ୍ର ସ୍ୱାଇଁ ସଞ୍ଚର୍ଦ୍ଧିତ କରିବେ । ଏହି ସଞ୍ଚର୍ଦ୍ଧନା ସମାରୋହରେ ଜଗନ୍ନାଥ ପ୍ରେମୀ ତ ଦାମୋଦର ସେନା ପତି ଓ ସାଥୀଗଣ ଜଗନ୍ନାଥ ଜଣାଣ ଓ ଭଜନ ପରିବେଷଣ କରିବେ ଓ ଯୋଗାଚାର୍ୟ  ବିଶ୍ୱରଞ୍ଜନ ରଥ ବେଦ ଆବୃତ୍ତି କରିବେ । ଏହି ସମାରୋହରେବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେବାକୁ ଅନୁଷ୍ଠାନର ସଭାପତି  ଦେବେନ୍ଦ୍ର କୁମାର ଦାଶ, କାର୍ଯ୍ୟକାରୀ  ସଭାପତି ଚୈତନ୍ୟ ଚରଣ  ପରିଡ଼ା ଓ ସାଧାରଣ ଏମ୍ପାଦକ ଡା. ପ୍ରମୋଦ କୁମାର ବିଶ୍ୱାଳ ପ୍ରମୁଖ କର୍ମକର୍ତ୍ତା ଅନୁରୋଧ କରିଛନ୍ତି ।

0
0
0
s2sdefault