ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଇଂଜିନିୟର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରରେ ଇଂଜିନିୟର ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ଵବିଦ୍ୟାଳୟର ଆଇ ଏସ ଟି ଇ, ଆଇ ଇ ଆଇ ଷ୍ଟୁଡେଣ୍ଟ୍ ଚାପ୍ଟର ଏବଂ ସାର୍ସ କ୍ଲବ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ଆଇ ଏସ ଟି ଇ ର କାର୍ଯ୍ୟନିର୍ବାହୀ ସଂପାଦକ ଡ ଏସ ଏମ ଆଲି
ଆଭାସି ମାଧ୍ୟମରେ ଯୋଗ ଦେଇସୋସାଇଟିର କାଯ୍ୟକ୍ରମ ଓ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ସକାଶେ ନିଆଯାଉଥିବା ଵିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସଂମାନୟୀ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗଦେଇ ଭବିଷ୍ୟତରେ ଇଞ୍ଜିନିୟର ମାନଙ୍କ ଦେଶ ତଥା ସମାଜ ପ୍ରତି ଦାୟିତ୍ଵ ଓ ଅବଦାନ ବିଷୟରେ କହିଥିଲେ। ସାର୍ସ କ୍ଲବର ଆବାହକ ଡ ଆଶିଷ ତିୱାରୀ,ପରୀକ୍ଷା ନିୟନ୍ତ୍ରକ ଡ ପି ବିଜୟ କୁମାର ଯୋଗ ଦେଇ ବର୍ତ୍ତମାନ ଇଂଜିନିୟର ମାନଙ୍କ ଉପଲବ୍ଧ ଏବଂ କାର୍ଯ୍ୟ ଦକ୍ଷତା ବିଷୟ ରେ କହିଥିଲେ। ଏହି କାର୍ଯ୍ୟକ୍ରମ ଆଇ ଏସ ଟି ଇ ସଂଯୋଜକ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଆଇ ଇ ଆଇ ଷ୍ଟୁଡେଣ୍ଟ୍ ଚାପ୍ଟର ର ସଂଯୋଜକ ଅଧ୍ୟାପକ ରାକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବିଶ୍ଵବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ,ଯୋଗ ଦେଇଥିଲେ।

 

0
0
0
s2sdefault