କୋଉ ରେଟରେ ଢୋକିଲେ ଏମିତିକା କୋଠା ହେବ !!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି  ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱ ଓ ବାଲେଶ୍ୱର ୟୁନିଟ ଡ଼ିଏସପି ସନ୍ତୋଷ କୁମାର ସାମନ୍ତରାୟଙ୍କ ସହଯୋଗରେ ଆଜି ପୂର୍ବାହ୍ନରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ହୃଦେଶ୍ୱର ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ସହ ତାଙ୍କ ପୈତୃକ ବାସ ଭବନ କପ୍ତିପଦା ବ୍ଲକର ନୁଦଡ଼ିହା, ଭୂବନେଶ୍ୱରରେ କିଣି ଥିବା ଫ୍ଲାଟ, ବାରିପଦା ପୌରପରିଷଦର ପ୍ରଫୁଲ୍ଲ ନଗରସ୍ଥିତ କୋଠା ଓ ଢ଼ିପାସାହିସ୍ଥିତ ସମ୍ପର୍କୀୟଙ୍କ ଘର ଓ ବାଙ୍ଗିରିପୋଷି ଚନ୍ଦନପୁରରେ ଶ୍ୱଶୁର ଘର ଆଦି ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଭିଜିଲାନ୍ସ ହାତରେ ଭୂବନେଶ୍ୱରରେ ୩/୪ ପ୍ଲଟର କାଗଜପତ୍ର, ବ୍ୟାଙ୍କ ଡ଼ିପୋଜିଟ, ଫିକ୍ସ ଡ଼ିପୋଜିଟ, ସହିତ କାର, ଏକାଧିକ ବାଇକ ଓ ସ୍କୁଟି, ସୁନା ଅଳଙ୍କାର, ଅନେକ ସ୍ଥାବର ଅସ୍ଥାବର ସମ୍ପତ୍ତି ଲାଗିଛି । ଉକ୍ତ ଚଢ଼ାଉରେ ଇନ୍ସପେକ୍ଟର ପ୍ରଦୀପ ସାମଲ, ସବିତା ବେହେରା, କନେଷ୍ଟବଳ ତରୁଣପାଲବାବୁ ପ୍ରମୁଖ ସାମିଲ ରହିଥିଲେ । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ଆୟ ବ୍ୟୟର ଆକଳନ ଜାରି ରହିଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ବାରିପଦା ପ୍ରଫୁଲ୍ଲ ନଗରସ୍ଥିତ ଦୁଇ ତାଲା କୋଠା ଓ ଜମିର ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି ।

0
0
0
s2sdefault