କଲ୍ୟାଣପୁର ରବି ପ୍ରଧାନ ହତ୍ୟାଘଟଣା : ୬ଜଣ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : : ନୟାଗଡଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ରବି ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସହିତ ୬ଜଣ ଓଡଗାଁ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଏହି ଥାନା ଜାମୁଝୋଲାର ଜ୍ୟୋତିର୍ମୟ ମହାନ୍ତି(୩୫), ଶ୍ରୀନିବାସ ପାତ୍ର(୫୧), ଲକ୍ଷ୍ମୀଧର ନାୟକ(୩୨), ଆନନ୍ଦ ଚନ୍ଦ୍ର କାଣ୍ଡି(୨୭), ନୀଳକଣ୍ଠ ପ୍ରଧାନ(୪୦), ସୁରେନ୍ଦ୍ର କୁମାର ନାୟକ(୪୮) ।  ରାଜନୈତିକ ଆକ୍ରୋଶ  କାରଣରୁ ଗତ ଜୁନ ୧୪ ତାରିଖରେ ରବି ପ୍ରଧାନଙ୍କୁ ଅପହରଣ କରାଯାଇ ପରେ ହତ୍ୟା କରାଯାଇଥିଲା । ଉକ୍ତ ଘଟଣାରେ ଶରଣକୁଳ ପୋଲିସ ଜୁଲାଇ ୬ ତାରିଖରେ ଜାମୁଝୋଲାର ବାଳକୃଷ୍ଣ ବରାଡଙ୍କୁ ଗିରଫ କରିଥିଲେ । ତାର ସୁଚନା ଅନୁସାରେ ଖୋର୍ଦ୍ଧାଜିଲ୍ଲା ଟାଙ୍ଗି ଅଂଚଳର ଏକ ଜଙ୍ଗଲରୁ ଶରଣକୁଳ ପୋଲିସ ମୃତ ରବି ପ୍ରଧାନଙ୍କ କଙ୍କାଳ ଉଦ୍ଧାର କରିଥିଲା । ପୂର୍ବରୁ ରବିଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଶରଣକୁଳ ଥାନାରେ ଏକ ଅଭିଯୋଗ ହୋଇଥିଲା । ଜିଆର ନମ୍ବର ୧୫୦/୧୯ ସେକସନ ୧୨୦ ବି, ୩୬୩, ୩୬୪, ୩୦୨, ୨୦୧, ୩୪ ଆଇପିସି ଅନୁସାରେ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।  

0
0
0
s2sdefault