ଧୁର୍ତ୍ତଙ୍କ କବଜାରେ ସୁନ୍ଦରଗଡ ପୂର୍ତ୍ତ ବିଭାଗ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିର୍ବାହୀ ଯନ୍ତ୍ରୀଂକ ନିରାବତାକୁ ନେଇ ପ୍ରଶ୍ନବାଚୀ

ଜିଲ୍ଲା ପ୍ରଶାସନ, ସରକାର ଓ ଭିଜିଲାନ୍ସ ବିଭାଗର ନଜର ପଡିବ କି 

ସୁନ୍ଦରଗଡ/ହୋରଚାନ୍ଦ ଦେଉରିଆ:- ସୁନ୍ଦରଗଡ଼ ଜିଲ୍ଲାର ବିକାଶ ଏବେ ସରକାରୀ ବ୍ୟବସ୍ଥା ପାଖରେ ମୁଣ୍ଡ ନୁଆଁଇ ଯାଇଛି, କାରଣ ଖୋଜିଲେ ବହୁ ତଥ୍ୟ ସାମ୍ନାକୁ ଆସୁଛି । ସାଧାରଣ ଲୋକଙ୍କ ପାଖରୁ ଯାହା ଶୁଣିବାକୁ ମିଳୁଛି କୁଆଡ଼େ ସରକାରଙ୍କ ମୁଗୁରା ହୋଇ କାମକରୁଥିବା ପାଞ୍ଚ ଜଣ କିରାଣି ଓ କନିଷ୍ଠ ଯନ୍ତ୍ରୀରୁ ପଦୋନ୍ନତି ହୋଇଥିବା ସହକାରୀ ଯନ୍ତ୍ରୀ ଏବଂ ଦୁଇଜଣ ଚୁକ୍ତିଭିତ୍ତିକ ଯନ୍ତ୍ରୀ ଏହି ବିଭାଗ କୁ ଖୋଲ କରିବାକୁ ପ୍ରୟାସ ଜାରି କରିଛନ୍ତି । ଶୁଣିବାକୁ ମିଳେ ସୁନ୍ଦରଗଡ଼ ଜିଲ୍ଲାର ପୂର୍ତ୍ତ ବିଭାଗ ଅଧୀନରେ କର୍ଯ୍ୟରତ ଥିବା ପ୍ରାୟତଃ କିରାଣି ରିହାଵଲୀଟେସନ ସ୍କିମରୁ ଚାକିରୀ କରୁଛନ୍ତି  । ହେଲେ ପାଖାପାଖି ୨୦ ବର୍ଷରୁ ଅଧିକ ସମୟ ଧରି ଗୋଟାଏ ଜାଗାରେ ଗୋଟିଏ ଟେବୁଲରେ । କଥାଟି ବିଶ୍ୱାସ ନହେଲେ ମଧ୍ୟସତ । ହେଲେ ସେମାନେଙ୍କ ମଧ୍ୟରୁ କିଛି କର୍ମଚାରୀ ପୂର୍ତ୍ତ ବିଭାଗକୁ ନିଜ ଚାଷ ଜମି ବୋଲି ଆପଣେଇ ନେଇଛନ୍ତି ବୋଲି କହିଲେ ଭୁଲ ହେବନାହିଁ |

ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ହେଲେ ଏଠିକାର ଲୋକଙ୍କୁ ଆଖିରେ ଧୂଳି ପକାଇ କର୍ମଚାରୀ ମାନେ କୋଟିପତି ହୋଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କର୍ମଚାରୀମାନେ ସୌଖିନ ଗାଡ଼ି ବ୍ୟବହାର କରିବା ସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଫ୍ଲାଟଥିବା ସହ ଓଡ଼ିଶାର ପ୍ରାୟତଃ ଜାଗାରେ ଜମି ଥିବା ଶୁଣିବାକୁ ମିଳୁଛି ! ହେଲେ ଏହି ବିଭାଗକୁ ଯେଉ ଯନ୍ତ୍ରୀ ଆସିଲା, ସେମାନଙ୍କର ଖାପଚାରେ ପଡିବା ଥୟ ବା ସେମାନଙ୍କ ମାୟାଜାଲ ଭିତରେ ପଡି  କାର୍ଯ୍ୟ କରିବା ଥୟ । ସହରରେ ଥିବା ସମସ୍ତ ସରକାରୀ  ଆବାସ ,ପାଚେରୀ, ଡ୍ରେନ, ରୋଡ଼ ରାସ୍ତା, ସରକାରୀ କାର୍ଯ୍ୟାଳୟ,ସ୍କୁଲ, କଲେଜ ଭଳି ବିଭିନ୍ନ କାର୍ଯ୍ୟ ପୂର୍ତ୍ତାବିଭାଗ ଦ୍ୱାରା ମରାମତି ବା ରକ୍ଷଣାବେକ୍ଷଣ   ହୋଇଥାଏ । ବର୍ଷ କୁ ପ୍ରାୟତଃ ପାଞ୍ଚ ରୁ ୧୦ କୋଟି ଟଙ୍କାର ରିପେୟାର କାର୍ଯ୍ୟ ସହରରେ ହୋଇଥାଏ ।ହେଲେ  ବାସ୍ତବରେ ୪୦ପ୍ରତିଶତ କାମ  ହୋଇଥିବା ବେଳେ ୬୦ପ୍ରତିଶତ କାଗଜପତ୍ରରେ ଅତିଚତୁରତା ସହିତ ହୋଇଥାଏ । ଉଦାହରଣ ସ୍ୱରୂପ ଯଦି ୨୦୧୬-୧୭ ରେ ଡ଼ିଆରଡିଏ ଛକରୁ ଓମେନ୍ସ କଲେଜ ପାଚେରୀ ଯାଏଁ  କଲର କାର୍ଯ୍ୟ ହୋଇଥିଲା ।  ହେଲେ ସେ ଭିତରେ କପିପେଷ୍ଟ କରି  ,ଇଟା କାମ, ପ୍ରାଇମର ,ଭଙ୍ଗାରୁଜା ଏମିତି ବିଭିନ୍ନ କାମ ପଶେଇ ୨ ଲକ୍ଷ ଟଙ୍କାର କାର୍ଯ୍ୟ କୁ ପାଞ୍ଚ ଲକ୍ଷ କରି ଟେବୁଲ ଟେଣ୍ଡର କରି ଟଙ୍କା ଉଠାଇଥିବା ଅଭିଯୋଗ ହେଉଛି । ସେଇଭଳି ବର୍ଷ କୁ ୫୦ରୁ ୧୦୦ଟି କାମକୁ କାଗଜପତ୍ର ରେ ଦେଖେଇ ଥାନ୍ତି ଓ ସେହି କାମକୁ ୨୦୧୭-୧୮ରେ କଲର ଟିକେ ମାରି ପୁଣି ଓମେନ୍ସ କଲେଜ ରୁ ଡ଼ିଆରଡିଏ ଛକ ଦେଖେଇ ପୁଣିପାଞ୍ଚ ଲକ୍ଷ  ଟଙ୍କା ଚଳୁ କରୁଥିବା ଅଭିଯୋଗ ହେଉଛି । ହେଲେ ସିଭିଲ କାମ ଖାଲି ସିଭିଲ ବିଭାଗକୁ ଜଣା । ତେଣୁ ବର୍ଷ କୁ ବର୍ଷ ରାଜ୍ୟ ମହାଲେଖାଗାର କାର୍ଯ୍ୟାଳୟରୁ କାଗଜପତ୍ର ଚେକିଙ୍ଗପାଇଁ ଆସୁଥିବା ଅଫିସର ଙ୍କୁ ଦାମୀ ହୋଟେଲରେ  ରଖି ଉତ୍ତମଖାଦ୍ୟ ଖାଇବା  ପିଇବା ବ୍ୟବସ୍ଥା କରିବା ସହ ଅନ୍ୟ ବାଟରେ ଖୁସି କରାଉଥିବା ଅଭିଯୋଗ ହେଉଛି ।  ବିଲ ଭାଉଚର ମଧ୍ୟ ହୁସିଆରୀ ସହିତ କାର୍ଯ୍ୟକାରୀ କରି ବର୍ଷ ବର୍ଷ ଧରି ପୂର୍ତ୍ତାବିଭାଗକୁ ଖୋଲ କରି ସାରିଲେଣି କିଛି ଧୁର୍ତ୍ତ କର୍ମଚାରୀ !!ଅନ୍ୟପକ୍ଷରେ କିଛି କିରାଣୀ ଠିକାକାମ ମଧ୍ୟ କରୁଥିବା ଶୁଣିବାକୁ ମିଳୁଛି  । ଚୁକ୍ତିଭିତ୍ତିକ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ଓ କିଛି କିରାଣୀ ମିଶି ପୂର୍ତ୍ତ ବିଭାଗକୁ ପୈତୃକ ସମ୍ପତ୍ତି ବୋଲି କୁହନ୍ତି !

ସେଭଳି କିଛି କର୍ମଚାରୀଙ୍କ ପାଇଁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଲେଉଟିଆ ଭାଜି ଶାଗ ବୋଲି ସେମାନେ ହି ନିଜେ ବିଭିନ୍ନ ସ୍ଥାନରେ ନିଶାକ୍ତ ଅବସ୍ଥାରେ କହିଥାନ୍ତି । ହେଲେ ଏଠି ପ୍ରଶ୍ନଉଠେ ଯେ ପୂର୍ତ୍ତାବିଭାଗ ସରକାରଙ୍କ ନା ଏହି ଦୁର୍ନୀତି ଖୋର କିରାଣି ଓ ଯନ୍ତ୍ରୀ ମାନଙ୍କର !!! ଅନ୍ୟପକ୍ଷରେ ଆଉଗୋଟେ ଉଦାହରଣ ହେଲା ୨୦୧୬-୧୭ ମସିହାରେ ରାଜପୁର -କର୍ଲ୍ଲାଘାଟି ରାସ୍ତା । ୩ ମାସ ମଧ୍ୟ ହୋଇନଥିବା ସତ୍ତ୍ୱେ ପିଚୁ ଉଠିଥିଲା । ବନ୍ଦପାଲି କିଞ୍ଜିରକେଲା ରାସ୍ତା ୧ ମାସ ନ ଯାଉଣୁ ପିଚୁ ଉଠିଗଲାଣି । ବଡ଼ଗାଁ ସହାଜବାହାଲ ରାସ୍ତା କାମ ହେଉଥିବା ସମୟରେ ପିଚୁ ଉଠିଯିବା ଘଟଣା ।ବନ୍ଦପାଳି କିଞ୍ଜିରକେଲା ରାସ୍ତାରେ ଠେଲକୋବୋଡ଼ ବ୍ରିଜ ଫାଟ ସୃଷ୍ଟି ହେବା ।  ଅତିନିମ୍ନ ମାନର କାମପାଇଁ ଓ ଗଣମାଧ୍ୟମ ଦ୍ୱାରା ଅନିୟମିତତା ଖବର ପ୍ରକାଶିତ ହେବା ପରେ ରାତାରାତି ବ୍ରିଜ଼କୁ ପିଚୁ କରିବା ଘଟଣାକୁ ଦେଖିଲେ ସୁନ୍ଦରଗଡ଼ ପୂର୍ତ୍ତ ବିଭାଗରେ ସମ୍ପୁର୍ଣ୍ଣ ଭାବେ ବେନିୟମ କାରବାର, ଅନିୟମିତତା ଓ ଦୁର୍ନୀତି  ଅବାଧରେ ଚାଲିଥିବା ଆଶଙ୍କା ମଜଭୁତ ହୋଇଯାଉଛି । ,ହେଲେ ବହୁ ସମୟରେ ଜିଲ୍ଲାର କିଛି ଜଣାଶୁଣା ସମାଜସେବୀ ମାନେ  ପିସି କାରବାର ରାସ୍ତା ଗୁଟିକ ଅବସ୍ଥା ଥୁନେଇ ବିଭିନ୍ନ ସମସ୍ୟା ଉପରେ ସ୍ୱର ଉତ୍ତୋଳନ କରିଥିଲେ ମଧ୍ୟ  ଉପରିସ୍ଥ ଅଧିକାରୀ ମାନେ ହଁ ମାରି ଚୁପ ବସିବା ସନ୍ଦେହ ଘେରରେ ବୋଲି କିଛି ବରିଷ୍ଠ ନାଗରିକ ମାନେ ମତବ୍ୟକ୍ତ କରିଛନ୍ତି  | ହେଲେ ଏତେ ଅନିୟମିତତା ଚାଲିଥିବା ଅଭିଯୋଗ ହେଉଥିବା ତଥା ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ଅଭିଯୋଗ ଆସୁଥିବା ବେଳେ  ପୂର୍ତ୍ତ ବିଭାଗ ନିର୍ଵାହି ଯନ୍ତ୍ରୀ କେମିତି ନିରବ ରହୁଛନ୍ତି ତାହା ଏବେ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି କରୁଛି । ସେ ଜାଣିନାହାନ୍ତି ନ ଜାଣିଶୁଣି ବି ଅଜଣା କାରଣ ପାଇଁ ଚୁପ ରହୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି !! 

ତେଣୁ ଉପରୋକ୍ତ ଅଭିଯୋଗକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଚାଲିଥିବା ବେଳେ ଏହା ଯଦି ସତ୍ୟ ତେବେ ସାଙ୍ଘାତିକ ।  ଏହି ଅଭିଯୋଗର ତଦନ୍ତ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୀର୍ଘଦିନ ଧରି ଚେର ଜମାଇ ବସିଥିବା ଯନ୍ତ୍ରୀ ଓ କର୍ମଚାରୀଙ୍କ ଅନ୍ୟତ୍ର ବଦଳି କରିବା ଦିଗରେ ପଦକ୍ଷେପ ନେବାକୁ  ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ସଚେତନ ଜଣ ସାଧାରଣ ଦାବି କରିଛନ୍ତି ।  

0
0
0
s2sdefault