ଜଗତସିଂହପୁର ବିଜେଡିର ପାଟକୁରା ଉପ ନିର୍ବାଚନ ପାଇଁ ଜୋରଦାର ପ୍ରଚାର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି)

 

ଆଉ ମାତ୍ର ୨ଦିନ ପରେ ପାଟକୁରାରେ ହେବ ଭୋଟ।ଭୋଟ ହାତେଇବା ପାଇଁ ଚାଲିଛି ଯୋରଦାର ପ୍ରୟାସ।ସମୟ ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି।ଶାସକ ଓ ବିରୋଧୀ ଦଳ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।ଆସନ ହାତେଇବା ପାଇଁ ଚାଲିଛି ପ୍ରବଳ ପ୍ରତିଦ୍ୱନ୍ଦିତା।ରାଜ୍ୟର ୩ପ୍ରମୁଖ ଦଳ ମଧ୍ୟରୁ ବିଶେଷକରି ବିଜେଡି ଓ ବିଜେପି ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି।ଏହି ଦୁଇ ଦଳର ଟାଣୁଆ ନେତାମାନେ ତାଙ୍କ ଚେଲାଚାମୁଣ୍ଡାଙ୍କ ସହ ଏବେ ପାଟକୁରାରେ ଡେରା ପକାଇଛନ୍ତି।ନିଜ ସପକ୍ଷରେ ଲୋକଙ୍କୁ ଆଣିବା ପାଇଁ ଚାଲିଛି ଛକାପଞ୍ଝା।ପଞ୍ଚମ ପାଳିରେ ପାଟକୁରା ନିର୍ବାଚନ ବିଜେଡି ମୁଖିଆଙ୍କ ପାଇଁ ସମ୍ମାନର ପ୍ରଶ୍ନ। କୌଣସି ମତେ ପାଟକୁରା ଆସନ ଛାଡିବାକୁ ଚାହୁଁନି ବିଜେଡି। ଏହି ପାଟକୁରା ନିର୍ବାଚନ ପ୍ରଚାରରେ ବିଜେଡି ପାର୍ଥିନି ସାବିତ୍ରୀ ଅଗ୍ରବାଲଙ୍କୁ ଜିତାଇବା ପାଇଁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଧାୟକ ବିଷ୍ଣୁ ଦାସଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ବିରଞ୍ଚି ନାରାୟଣ ମହାସୁଆର ଓ କଟକ ଛାତ୍ର ବିଜେଡି ଜୋନ  ଉପସଭାପତି ପ୍ରଭୁତି ମହାପାତ୍ରଙ୍କ ନେତୃତ୍ୱରେ ଜୋରଦାର ପ୍ରଚାର ଚଳାଇଛନ୍ତି। ଜଗତସିଂହପୁର ଜିଲ୍ଲାର ଯୁବ ଏବଂ ଛାତ୍ର ବିଜେଡି ନେତା ଗରଦପୁର ବ୍ଳକ ର ବିଭିନ୍ନ ପଂଚାୟତ ଓ ୱାର୍ଡ ବୁଲି ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି।ଏପରିକି ଘର ଘର ବୁଲି ବିଜେଡିର ଦଳୀୟ ପାର୍ଥିନିଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ତିର୍ତ୍ତୋଲର ଯୁବ ନେତା ତଥା କନ୍ଧମାଳ ତୁମୁଡିବନ୍ଧ ବିଜେଡି ପର୍ଯ୍ୟବେକ୍ଷକ ଯଶୋବନ୍ତ ରାଉତ,ବିଜୁ ଯୁବ ଜନତା ଦଳ ସମ୍ପାଦକ ରଶ୍ମି ରଞ୍ଜନ ଚୌଧୁରୀ, ସ୍ମୃତି ରଞ୍ଜନ ନାୟକ,ସୁଜିତ ମହାନ୍ତି, କେନ୍ଦୁଝର ବାଁଶପାଳ ପର୍ଯ୍ୟବେକ୍ଷକ ସଂଗ୍ରାମକେଶରୀ ଚୌଧୁରୀଙ୍କ ସମେତ ବହୁ ବିଜେଡି ଯୁବ ଓ ଛାତ୍ର ନେତା ଘର ଘର ବୁଲି ଦଳୀୟ ପାର୍ଥିନି ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି।ସେହିପରି ସେହି ବ୍ଳକ ରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା,ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଲବନ୍ତ ରାୟ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ମନ୍ତ୍ରୀ ପ୍ରଫୁଲ୍ଲ ମାଲିକ ,ଅଶୋକ ପଣ୍ଡା ପ୍ରମୁଖ ମାରାଥନ ପ୍ରଚାରରେ ସାମିଲ ଥିଲେ। ।

0
0
0
s2sdefault