ଉଚ୍ଚ ଶିକ୍ଷା ର ସହାୟତା ନିମନ୍ତେ ଅଭିଯୋଗ ପ୍ରକୋଷ୍ଠରେ ଛାତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ନିଜର ଉଚ୍ଚ ଶିକ୍ଷା ର ସହାୟତା ନିମନ୍ତେ ସମ୍ପ୍ରତି ରାମନାଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଥିବା ଜିଲ୍ଲା ସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ ରେ ହାଜର ହୋଇଛନ୍ତି ଛାତ୍ରୀ ସୁଶ୍ରୀ. ମହିମା ପଣ୍ଡା ସୁଶ୍ରୀ ମହିମା ୨୦୧୪ ମସିହା ନବୋଦୟ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ବୁର୍ଜୀ ଗୁଡା ଜବାହର ନବୋଦୟ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ରେ ଜଏନ  କରିଥିଲେ। ସେହି ଦିନ ଠାରୁ ସେ ଏହି ବିଦ୍ୟାଳୟର ଛାତ୍ରୀ ଭାବେ ଅଧ୍ୟୟନ କରି ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ହୋଇ ଆସିଛନ୍ତି। ଗତ ଦଶମ ଶ୍ରେଣୀର ପରୀକ୍ଷା ରେ ଏହି ବିଦ୍ୟାଳୟ ତରଫରୁ ବିଦ୍ୟାର୍ଥୀ ଭାବେ ପରୀକ୍ଷା ଦେଇ ୬୫ ପ୍ରତିଶତ ନମ୍ବର ରଖି ପାସ୍ ହୋଇଛନ୍ତି। ତାଙ୍କ ଶ୍ରେଣୀ ରେ ମୋଟ ୪୦ ଜଣ ବିଦ୍ୟାର୍ଥୀ ପଢୁଥିବା ବେଳେ ତନ୍ ମଧ୍ୟରୁ ସୁଶ୍ରୀ ପଣ୍ଡା ଅନ୍ୟତମ ଦଶମ ଶ୍ରେଣୀ ପାସ୍ କରିବା ପରେ ପୁଣି ବିଦ୍ୟାଳୟ ର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ବିଦ୍ୟାର୍ଥୀ ଭାବେ ସେ ପାଠପଢା ଆରମ୍ଭ କରି ତାଙ୍କ କେରିଅର୍ ବନାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ତାଙ୍କର ଏହି ଆଶା ମଉଳି ଯାଇଥିଲା ଯେଉଁ ଦିନ ଏହି ବିଦ୍ୟାଳୟର ପ୍ରିନ୍ସପାଲ ତାଙ୍କୁ ଯୁକ୍ତ ଦୁଇ ବିଦ୍ୟାଳୟ ର ଛାତ୍ରୀ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଥିଲେ।

ପରେ ସେ ତାଙ୍କ ମା'ଙ୍କ ସହ ମିଶି ରାମନାଗୁଡ଼ା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଅଭିଯୋଗ ପ୍ରକୋଷ୍ଠ କୁ ଯାଇ ଫେରାଦ କରିଛନ୍ତି। ଏହାଙ୍କ ଅଭିଯୋଗ ଶୁଣି ଶୁଣାଣୀ ନିମନ୍ତେ ଆସିଥିବା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ. ଆମ୍ରୀତ ରିତୁରାଜ ଏହି କ୍ଷେତ୍ରରେ ତାଙ୍କୁ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ସୁଶ୍ରୀ. ମହିମା ଙ୍କ ପରିବାର କହିଛନ୍ତି କି ତାଙ୍କ ଝିଅ ଦଶମ ଶ୍ରେଣୀ ପାସ କରିବା ପରେ ନିଶ୍ଚିତ ପୂର୍ବଧାରା ଅନୁଯାୟୀ ଏହି ବିଦ୍ୟାଳୟରେ ପଢିବାର ସୁଯୋଗ ପାଇବେ। ଏଣୁ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନଲାଇନ୍ ରେ ଅନ୍ୟ କୌଣସି ମହାବିଦ୍ୟାଳୟ କୁ ଦରଖାସ୍ତ କରିନାହାଁନ୍ତି। ବର୍ତ୍ତମାନ୍ ଆବେଦନ କରିବା ସମୟ ବିତିଯାଇଥିବା ପରେ ଏହି ବିଦ୍ୟାଳୟରେ ମହିମା ଙ୍କୁ ପଢ଼ିବାର ସୁଯୋଗ ନଦେବା ନେଇ  ବିଦ୍ୟାଳୟପକ୍ଷ୍ୟରୁ ତାଙ୍କୁ ରୋକ୍ ଠୋକ ମନା କରାଦିଆଯାଇଛି। ସୁଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି କି ଯଦି ତାଙ୍କୁ ଏହି ବିଦ୍ୟାଳୟରେ ଚଳିତ ବର୍ଷ ପଢିବାର ସୁଯୋଗ ମିଳୁନି ତେବେ  ବିଦ୍ୟାଳୟ  କର୍ତ୍ତୃପକ୍ଷ ତାଙ୍କୁ ପୂର୍ବ ରୁ ଜଣା କରିବା କଥା। ଏପରିକି ତାଙ୍କ ବାପା ଏହି ବିଦ୍ୟାଳୟ ଶିକ୍ଷକ ଓ ଅଭିଭାବକ ସଂଘ ର ଜଣେ ସଦସ୍ୟ ରହିଛନ୍ତି ଏବଂ ବିଦ୍ୟାଳୟ ଦ୍ଵାରା ଖୋଲା ଯାଇଥିବା ୱାଟସାପ୍ ଗ୍ରୁପ ର ସଦସ୍ୟ ଅଛନ୍ତି। ଯଦି ତାଙ୍କୁ କୌଣସି ମାଧ୍ୟମରେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିବାର ଯୋଗ୍ୟ ନଥିବା ଜଣାଇ ଦିଆଯାଆନ୍ତା ତେବେ ସେ ଅନ୍ୟ କୌଣସି ଠାରେ ସେ ଆବେଦନ କରିଥାନ୍ତେ।

ଏହି ପରିପ୍ରେକ୍ଷୀ  ରେ ସେ ଜିଲ୍ଲା ପ୍ରଶାସକ ଙ୍କୁ ଅନୁରୋଧ କରିଛନ୍ତି କି ଏହି ବିଦ୍ୟାଳୟର ଖାଲିଥିବା ସ୍ଥାନରେ ତାଙ୍କୁ ଜଏନ କରିବାକୁ ଦିଆଯାଇ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ଦିଆଯାଉ। ଅନ୍ୟପକ୍ଷ ରେ ଚଳିତ ଶିକ୍ଷା ବର୍ଷ ରେ ସେ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହେବେ ଏବଂ ପାଠପଢା କ୍ଷେତ୍ର ରେ ତାଙ୍କର ଏକ ବର୍ଷ ନଷ୍ଟ ହେବ। ଏହା ମଧ୍ଯ ସେ ଅଭିଯୋଗ କରିଛନ୍ତି କି ଗତ ବର୍ଷ ଧାର୍ଯ୍ୟ କରାଯାଇଥିବା କଟ ଅଫ ମାର୍କ ର ନମ୍ବର ଠାରୁ ଖୁବ୍ କମ୍ ନମ୍ବର ରଖି ଛାତ୍ରୀ  ଜଏନ କରିବାର ସୁଯୋଗ ପାଇଥିଲେ ମଧ୍ଯ ଏ ବର୍ଷ ୟାଙ୍କ ପାଇଁ କାହିଁକି ଏହି ପାତର ଅନ୍ତର । ଜିଲ୍ଲା ପ୍ରଶାସନ ସୁଶ୍ରୀ ମହିମା ଙ୍କ କ୍ଷେତ୍ର ରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଉଚ୍ଚ ଶିକ୍ଷା ଅଧ୍ୟୟନ ର ସୁଯୋଗ ଦେବେ ବୋଲି ପରିବାର ଆଶା ବ୍ୟକ୍ତ କରିଛନ୍ତି। ସୁଶ୍ରୀ ମହିମା ପଣ୍ଡା ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମବାସୀ ଶ୍ରୀ ନରସିଂହ ପଣ୍ଡା ଙ୍କ ଝିଅ ଏବଂ ତାଙ୍କ ବାପା ଜଣେ ପ୍ରାଥମିକ ଶିକ୍ଷକ ବୋଲି ଜଣା ପଡ଼ିଛି।

ଏ ନେଇ ପ୍ରିନ୍ସିପାଲ ଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଆମ୍ଭ ଦ୍ୱାରା ସଂଗୃହିତ ଦୁରଭାଷ ନମ୍ବର ୮୫୦୦୮୯୬୩୩୨ ଏବଂ ୭୬୦୬୦୯୪୬୪୭ କୁ ଯୋଗାଯୋଗ କରଯାଇଥିଲା । ଉଭୟ ଦୁଇଗୋଟି ନମ୍ବର ସୁଇଚ ଅଫ୍ ଥିବାରୁ ପ୍ରିନ୍ସପାଲ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

0
0
0
s2sdefault