ପୋଲିସ ଅସାମାଜିକ ପାଲଟିଲେ ଗୁହାରି କରିବା କାହାକୁ !!!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

Bolangir/ niroj mishra : ଅସାମାଜିକ ଲୋକ ଦାଦାଗିରି କଲେ ସିନା ପୋଲିସ ଆଗରେ ଗୁହାରି କରିବା । ଯେତେବେଳେ ପୋଲିସ ଅସାମାଜିକ ବା ବର୍ବର ଆଚରଣ ପ୍ରଦର୍ଶନ କରିବ ତେବେ କାହା ଆଗରେ ଗୁହାର କରିବ ?? ବଲାଙ୍ଗିରରେ ପୁଲିସ୍‌ କନଷ୍ଟେବଲଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜମି ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ଥାନାରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ବଲାଙ୍ଗିର ଟାଉନ୍ ଥାନାରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ଏନେଇ ଥାନାରେ ଅଭିଯୋଗ କରିଛନ୍ତି।ଏହି ଘଟଣାରେ କନଷ୍ଟେବଲଙ୍କ ସମେତ ଆଉ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ କନଷ୍ଟେବଲ୍‌ଙ୍କ ନାଁ ଅଞ୍ଜନ ପ୍ରଧାନ। ସେହିଭଳି ଗିରଫ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁ ବିକାଶ ଜୈନ।ଅଭିଯୋଗ ଅନୁସାରେ, ଗାନ୍ଧିନଗର ପଡ଼ାର ଜଣେ ଆଦିବାସୀ ମହିଳାଙ୍କ ଦେଢ଼ଶୂର ଜାଗା ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ହେଲେ ଜମି ଭାଗ ହୋଇ ନ ଥିବାରୁ ବିକ୍ରି ପାଇଁ ନୋ ଅବଜେକ୍ସନ୍‌ ସାର୍ଟିଫିକେଟ୍‌ରେ ମହିଳାଙ୍କ ଦସ୍ତଖତ ଦରକାର ହେଉଥିଲା। ଏଥିପାଇଁ ଜମି ବିକ୍ରିରେ ମଧ୍ୟସ୍ଥି ସାଜିଥିବା ଥାନାର କନଷ୍ଟେବଲ ଅଞ୍ଜନ ପ୍ରଧାନ ନୋ ଅବଜେକସନ୍ ସାର୍ଟିଫିକେଟରେ ଦସ୍ତଖତ ପାଇଁ ସମ୍ପୃକ୍ତ ମହିଳାଙ୍କୁ ଧମକ ଚମକ ଦେଉଥିଲେ। ହେଲେ ସବୁଆଡୁ ବିଫଳ ହେବା ପରେ ଗତ ୧୬ ତାରିଖ ରାତିରେ ମହିଳାଙ୍କ ଦୁଇ ଛୋଟ ପୁଅଙ୍କୁ ଥାନାକୁ ଆଣିଥିଲେ। ଆଉ ପୁଅକୁ ନେବା ଲାଗି ମହିଳାଙ୍କୁ ଡକାଇଥିଲେ। ସମ୍ପୃକ୍ତ ମହିଳା ଜଣକ ଆସିବା ପରେ ଏକ ଷ୍ଟାମ୍ପ ପେପର୍‌ରେ ଦସ୍ତଖତ କରିବାକୁ କନଷ୍ଟେବଲ ଜଣକ ବାଧ୍ୟ କରିଥିଲେ।ଏହାର ପ୍ରତିବାଦ କରିବାରୁ କନଷ୍ଟେବଲ ଜଣକ ସମ୍ପୃକ୍ତ ମହିଳା, ତାଙ୍କ ବଡ଼ ଭଉଣୀ  ଓ ବାପାଙ୍କୁ ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଛି।  ଏପରିକି ତାଙ୍କୁ ଟଣାଓଟରା ମଧ୍ୟ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।  ମହିଳା ଜଣକଙ୍କୁ ଥାନା ବାହାରକୁ ଆଣି କଚେରୀ ଛକରେ ମଧ୍ୟ କନଷ୍ଟେବଲ ଜଣକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ କିଛି ଯୁବକ ମହିଳାଙ୍କୁ ଉଦ୍ଧାର କରିଥିଲେ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବଲାଙ୍ଗିର ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ତେବେ ମାଡ଼ ମାରିଥିବା ଅଭିଯୋଗକୁ ସମ୍ପୃକ୍ତ କନଷ୍ଟେବଲ ଖଣ୍ଡନ କରିଛନ୍ତି।

0
0
0
s2sdefault