ଦ୍ଵିତୀୟ ପର୍ଯ୍ୟାୟ ତଦନ୍ତ ପାଇଁ ରାୟଗଡାରେ ନିରାପତ୍ତା କମିଶନର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସମଲେଶ୍ୱରୀ ଟ୍ରେନ ଏବଂ ଟାୱାର କାର ମଧ୍ୟରେ ହୋଇଥିବା ଦୁର୍ଘଟଣା ପ୍ରସଙ୍ଗ

ରାୟଗଡା (ସରୋଜ ସାହୁ) – ଗତମାସ  ୨୫ ତାରିଖରେ  ସଂଘଟିତ  ସମଲେଶ୍ୱରୀ ଟ୍ରେନ -ଟାୱାର କାର ଦୁର୍ଘଟଣାର ପ୍ରଥମ ପର୍ଯ୍ୟାୟ ତଦନ୍ତ କିଛିଦିନ ତଳେ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ କରିବା ପାଇଁ ବୁଧବାର  ରାୟଗଡାରେ ପହଂଚିଛନ୍ତି  ରେଳବାଇ ନିରାପତ୍ତା କମିଶନର ଆର.କେ.ଶର୍ମା । କେଉଟଗୁଡା ରେଳଷ୍ଟେସନ ଠାରେ ଉପସ୍ଥିତ ଥିବା ଉଚ୍ଚସ୍ତରୀୟ ଅଧିକାରୀ ମାନଙ୍କ ସହ  ବୈଠକ କରିସାରିବା ପରେ ଟାୱାର କାରକୁ ପୁଣି ଥରେ ଯାଂଚ କରିଥିଲେ ଶ୍ରୀ ଶର୍ମା ।  ଗତ ସପ୍ତାହରେ ବିଶାଖାପାଟଣା ଡିଭିଜନର ଅତିରକ୍ତ ଡିଆରଏମ ଅକ୍ଷୟ କୁମାର ସକ୍ସନାଙ୍କ ନେତୃତ୍ୱରେ ୮ ଜଣିଆ ଟିମ ସିଙ୍ଗାପୁର ରୋଡ ଷ୍ଟେସନ, ଦୁର୍ଘଟଣାସ୍ଥଳ ଏବଂ କେଉଟଗୁଡା ଷ୍ଟେସନକୁ ଯାଇ ତଦନ୍ତକରି ଫେରିଛନ୍ତି  ।  ସୂଚନାଯୋଗ୍ୟ ଯେ ଜୁନ୨୫ ତାରିଖ ଦିନ ସିଙ୍ଗାପୁର ରୋଡ ଏବଂ କେଉଟଗୁଡା ଷ୍ଟେସନ ନିକଟରେ ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ଏକ ଟାୱାର କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ  ଟାୱାର କାର ରେ ଥିବା ୭ ଜଣ ରେଳ କର୍ମଚାରୀ ମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହାର ଉଚ୍ଚସ୍ତରୀୟ ତଦନ୍ତ ସକାଶେ କୋଲକାତାସ୍ଥିତ ବେସାମରିକ ବିଭାଗର ନିରାପତା ଆୟୁକ୍ତ ଆର.କେ.ଶର୍ମା ନେତୃତ୍ୱରେ ଏକ ଟିମ ଗତ ୨୮ ତାରିଖରେ ରାୟଗଡା ପହଂଚି ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ଯାଇଥିଲେ |
 ଆଜି ପୁଣି ଥରେ କୋଲକାତାସ୍ଥିତ ବେସାମରିକ ବିଭାଗର ନିରାପତ୍ତା କମିଶନର ଶ୍ରୀ .ଶର୍ମା ନେତୃତ୍ୱରେ ଏକ ଟିମ ସହିତ ପୂର୍ବତଟ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଡିଆରଏମ ଚେତନ କୁମାର ଶ୍ରୀବାସ୍ତବ,  ଟ୍ରାଫିକ ଅଫିସର ବି.କେ.ପାଢୀ ଦ୍ଵିତୀୟ  ପର୍ଯ୍ୟାୟ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନରେ ରାୟଗଡ଼ାରେ ପହଁଚି ସେଠାରେ ସେଦିନ ଡ଼୍ରୁଟିରେ ଥିବା କର୍ମଚାରୀ ଏବଂ ଷ୍ଟେସନର ସମସ୍ତ କର୍ମଚାରିଙ୍କଙ୍କୁ ପୃଥକ ପୃଥକ ଭାବେ ଡ଼ାକି ତଦନ୍ତ କରିଥିଲେ  । ପରେ କେଉଟଗୁଡ଼ା  ସିଗନାଲ ରୁମ ପରିଦର୍ଶନ କରିଛନ୍ତି   । 

0
0
0
s2sdefault