ଦେଖିବା ଆସ : ଇଏ ଆମର ଜାତୀୟ ରାଜପଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଡୁଙ୍ଗୁରିପାଲି /ପ୍ରକାଶ କୁମାର ହାତୀ  - ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି  ବସଷ୍ଟାଣ୍ଡ  ରାସ୍ତା ମଝିରେ   ଖାଲ ରହିଥିବାରୁ ଉକ୍ତ ଜାଗାରେ  ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ  ଏହା ରାସ୍ତା ନା ମରଣଯନ୍ତା ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।  ବରଗଡ ବୋରିଗୁମା ୨୬ ନଂ ଜାତୀୟ ରାଜପଥରେ ଥିବା  ଡୁଙ୍ଗୁରିପାଲି  ଏକ ବ୍ୟସ୍ତ ବହୁଳ ବ୍ଲକ ସଦର ମହକୁମା ଅଟେ ।ଡୁଙ୍ଗୁରିପାଲି ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରୁଥିବା ବେଳେ  ଡୁଙ୍ଗୁରିପାଲିରୁ ବଲାଙ୍ଗିର ପଟକୁ ଯିବା ପାଇଁ ଥିବା ବସଷ୍ଟାଣ୍ଡ ତଥା ଥାନା ସମ୍ମୁଖରେ ବଡ ବଡ  ଖାଲ ରହିଛି । ଜାତୀୟ ରାଜପଥରେ ଯିବା ଆସିବ କରିବା ସମୟରେ  ବିଶେଷ କରି ମୋଟର ସାଇକଲ ଆରୋହୀମାନେ  ଜାତୀୟ ରାଜ ପଥରେ ଥିବା ଉକ୍ତ ଖାଲରେ ପଡି ଦୁର୍ଘଟଣା ଘଟୁଥିବା ଜଣା ପଡିଛି । ବହୁ ଦିନ ହେଲା ରାଜ ପଥ ଉପରେ ଉକ୍ତ ରହିଥିଲେ ହେଁ  କୌଣସି ବିଭାଗୀୟ ଅଧିକାରୀଙ୍କ ନଜରକୁ ଆସିନାହିଁ ।ଏଣୁ  ବିଭାଗୀୟ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ଖାଲକୁ ମରାମତି କରାଯିବାକୁ ଅଞ୍ଚଳବାସୀ ଦାବୀ କରୁଛନ୍ତି ।

0
0
0
s2sdefault