ଉଦ୍‍ଘାଟିତ ହେଲା ଓଡିଶାର ପ୍ରଥମ ମହିଳା ଓ ଶିଶୁ ମିତ୍ର ଆରକ୍ଷୀ କାର୍ଯ୍ୟାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ପରିସରରେ ଓଡିଶାର ପ୍ରଥମ ମହିଳା ଓ ଶିଶୁମିତ୍ର ଆରକ୍ଷୀ କାର୍ଯ୍ୟାଳୟ ଉଦ୍‍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟାଳୟକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରାଶର୍ମା ଉଦ୍‍ଘାଟିତ କରିଥିଲେ ।
    ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ମହିଳା ମାନେ ଶିଶୁ ମାନଙ୍କୁ ସାଙ୍ଗରେ ଆଣି ବିଭିନ୍ନ ପ୍ରକାରର ଅଭିଯୋଗ ନେଇ ଏସପିଙ୍କ ପାଖକୁ ଆସିଥାନ୍ତି । ସେମାନେ ସାଙ୍ଗରେ ଧରି ଆସିଥିବା ଶିଶୁ ମାନଙ୍କୁ କେଉଁଠି ବସାଇ କି କାହାର ଜିମା ଦେଇ ଅଭିଯୋଗ ଜଣାଇବା ପାଇଁ ଅସମର୍ଥ ହୋଇପଡୁଛନ୍ତି । କାରଣ ବିଭିନ୍ନ ବୟସର ଛୋଟ ଶିଶୁ ମାନେ ଏଠାକୁ ଆସି ପୋଲିସ ମାନଙ୍କୁ ସେମାନଙ୍କ ଡ୍ରେସ ଦେଖି ଡରିଯାଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ମାନଙ୍କ ପାଇଁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ କରିବା ପାଇଁ ଚିନ୍ତା କରାଗଲା । ଯେଉଁ ପ୍ରକୋଷ୍ଠରେ କି ଏସପି ପାଖକୁ ଅଭିଯୋଗ ଜଣାଇବା ପାଇଁ ମହିଳାଙ୍କୁ ଏସପି ନ ଡାକିବା ପର୍ଯ୍ୟନ୍ତ ସେହି ପ୍ରକୋଷ୍ଟରେ ହିଁ ଆରାମରେ ଅପେକ୍ଷା କରି ରହିବେ । ଅନ୍ୟ ପକ୍ଷରେ ମହିଳାଙ୍କ ସହିତ ଆସୁଥିବା ସେମାନଙ୍କ ଶିଶୁ ସହିତ ପ୍ରକୋଷ୍ଟରେ ରହି ଏଭଳି କୌଣସି ଅସୁବିଧା ମନରେ କନ୍ଦାବୋବା କରିବନି ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ପ୍ରକୋଷ୍ଠଟି ରଙ୍ଗବେରଙ୍ଗ ସହ ଚିତ୍ରରେ ସୁସଜ୍ଜିତ କରାଯାଇଛି । ଉକ୍ତ ପ୍ରକୋଷ୍ଠଟିକୁ ଚିତ୍ରିତ ସାଜସଜା କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଗଜପତି ଅକୁଣ୍ଠ ଚିତ୍ତରେ ସମସ୍ତ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି । ସେଠାରେ ଶିଶୁ ମାନଙ୍କ ମନୋରଞ୍ଜନ ଓ ଖେଳିବା ପାଇଁ ବିଭିନ୍ନ ପ୍ରକାର ଖେଳଣାର ବ୍ୟବସ୍ଥା କରାଯାଇଛି ।  ଏହା ଓଡିଶାର ପ୍ରଥମ ମହିଳା ଶିଶୁ ମିତ୍ର ଆରକ୍ଷୀ କାର୍ଯ୍ୟାଳୟ ଏଠାକୁ ପ୍ରତିଦିନ ଆସୁଥିବା ମହିଳା ଓ ଶିଶୁ ମାନଙ୍କ ପାଇଁ ଏ ସବୁ ଆବଶ୍ୟକତାକୁ ନିହାତି ଜରୁରୀ ମନେ କରି ଏହା କରାଯାଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ କକ୍ଷରେ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଆଇଆଇସି ବିବେକା ନନ୍ଦ ସ୍ୱାଇଁ , ଡିସିପିୟୁ ଅରୁଣ କୁମାର ତ୍ରିପାଠୀ ଏବଂ ଚାଇଲଡ ଲାଇନ ସଂଯୋଜକ ନାଗେଶ୍ୱର ଚୌଧୁରୀ ଉପସ୍ଥିତ ଥିଲେ ।

0
0
0
s2sdefault