ରାଜ୍ୟ ରକ୍ତ ସଞ୍ଚରଣ ପରିଷଦ ୩୧ ତମ ପରିଚାଳନା କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

    ୨୦୧୯-୨୦ ବର୍ଷ ପାଇଁ୨୮ କୋଟି ୭୫ ଲକ୍ଷ ଟଙ୍କାର ବଜେଟ ଅନୁମୋଦିତ
    ସ୍ୱେଚ୍ଛାକୃତ ରକ୍ତ ସଂଗ୍ରହ ବିକେନ୍ଦ୍ରିକରଣ ସହ ଧାର୍ଯ୍ୟଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ

ଭୁବନେଶ୍ୱର , (ଶାସକ ପ୍ରଶାସକ): ରାଜ୍ୟ ରକ୍ତ ସଞ୍ଚରଣ ପରିଷଦ ୩୧ ତମ ପରିଚାଳନା କମିଟି  ବୈଠକ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇ ୨୦୧୯-୨୦ ବର୍ଷ ପାଇଁ୨୮ କୋଟି ୭୫ ଲକ୍ଷ ଟଙ୍କାର ବ୍ୟୟବରାଦ ଅନୁମୋଦିତ ହୋଇଛି । ବୈଠକରେ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ଅଧିକ ବ୍ୟାପକ କରାଯାଇ ଆବଶ୍ୟକ ପଡୁଥିବା ୪.୫ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ ଶତପ୍ରତିଶତ ହାସଲ କରିବାକୁ ନିଷ୍ପତି ହୋଇଛି । ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ବିକେନ୍ଦ୍ରୀକରଣ କରାଯାଇ ଏହାକୁ ଅଧିକ ସୁଦୃଢ କରାଯିବ । ୭ ଗୋଟି ମେଡିକାଲ କଲେଜ ଓ ହସପିଟାଲ ସମେତ ଆର୍ଜିଏଚ୍ ରାଉରକେଲା ଓ ବରଗଡ ପାଇଁ ରକ୍ତସଂଗ୍ରହ ଭ୍ୟାନ ବ୍ୟବସ୍ଥା ହେବ । ଘରୋଇ ଡାକ୍ତରଖାନା ମାନଙ୍କରେ ଥିବା ରକ୍ତଭଣ୍ଡାର ସହିତ ସମନ୍ୱୟ ରଖି କାର୍ଯ୍ୟକରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ୮୩ ଟି ରକ୍ତ ଭଣ୍ଡାର ରହିଥିବା ବେଳେ ସେଥିରୁ ୫୫ଟି ରାଜ୍ୟ ସରକାରଙ୍କ ଅଧୀନରେ ରହିଛି । ୧୬ ଟି ରକ୍ତ ଉପାଦାନ ପୃଥକୀକରଣ ୟୁନିଟ୍ କାର୍ଯ୍ୟକରୁଛି । ପ୍ରକାଶ ଥାଉକି ରାଜ୍ୟ ସରକାର ସରକାରୀ ଡାକ୍ତରଖାନା ମାନଙ୍କରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ମାଗଣାରେ ରକ୍ତ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ଏବଂ ହେମୋଗ୍ଳୋବିନୋପାଥି ରୋଗୀଙ୍କ ପାଇଁ ଯାତାୟତ ବାବଦକୁ ୫୦୦ ଟଙ୍କା ପ୍ରଦାନ କରୁଛନ୍ତି । ୨୦୧୮ ମାର୍ଚ୍ଚ ୧ ତାରିଖରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୧୧୭୦୬ ଜଣ ଏହି ଭଳି ରୋଗୀ ଉପକୃତ ହୋଇଥିବା ପ୍ରକାଶ ।
ରାଜ୍ୟ ରକ୍ତ ସଞ୍ଚରଣ  ପରିଷଦ କାର୍ଯ୍ୟଧାରାରେ ପରବର୍ତନ ଆଣି ସ୍ବେଛାକୃତ  ରକ୍ତ ସଂଗ୍ରହ , କ୍ୟାମ୍ପ ଆୟୋଜନ ଆଦିକୁ ଅଧିକ ସୁଦୃଢ କରିବା ସହିତ ଗୁଣାତ୍ମକ ରକ୍ତ ଯୋଗାଣ ନିମନ୍ତେ ଖସଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା  ଶାଳିନୀ ପଣ୍ଡିତ , ଏସ୍ବିଟିସି ନିର୍ଦ୍ଦେଶକ ଡାଃ ମାନସ ସାମନ୍ତରାୟ , ଅର୍ଥ ବିଭାଗର ଅତିରିକ୍ତ ସଚିବ ଗଦାଧର ନନ୍ଦି , ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ , ଭିମ୍ସାର ଅଧୀକ୍ଷକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

0
0
0
s2sdefault