କୋଲକାତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଓଡ଼ିଆଙ୍କ ମୃତ୍ୟୁ !

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ ) : ପଶ୍ଚିମବଙ୍ଗ , କୋଲକାତା ହାୱଡା ଶଙ୍କରାଇ ଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ  କଣ୍ଟେନରକୁ ପଛରୁ ଆର୍ଟିକl ଧକ୍କା ଦେବାରୁ ୫ ଜଣ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ ସମସ୍ତ ମୃତାହତ ଓଡ଼ିଶାର ବୋଲି ଜଣାପଡ଼ିଛି। ସମସ୍ତ ମୃତାହତ ଯାଜପୁର ଓ ଭଦ୍ରକ ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ଯାଜପୁରର ମନୋଜ ମହାନ୍ତି ଓ ଭଦ୍ରକ କୁଆଁସର  ଦିଗବିଜୟ ଦାସ (ଦିପୁ)।
ସୂଚନାଯୋଗ୍ୟ, ମଙ୍ଗଳବାର ଏକ ଆର୍ଟିକl ଗାଡ଼ିରେ ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ୮ଜଣ ସାଙ୍ଗ କୋଲକାତାର ହାୱଡ଼ା ଅଞ୍ଚଳରେ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଇଥିଲେ। ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଶଙ୍କରାଇ  ନିକଟରେ କୌଣସି ଏକ କଂଟନେର ଟ୍ରକ୍‌କୁ  ସେମାନଙ୍କ କାର୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ  ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ଜଣକର ମୃତ୍ୟୁ ହୋଇଥିଲା। ତେବେ ମୃତକଙ୍କ ମଧ୍ୟରୁ ଜଣେ ମନୋଜ ମହାନ୍ତି ଓ ଅନ୍ୟଜଣେ ଦିଗବିଜୟ ଦାସ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟମାନଙ୍କର ପରିଚୟ ମିଳିପାରିନାହିଁ। ଗୁରୁତର ୩ ଜଣଙ୍କୁ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

0
0
0
s2sdefault