ଜୟ ଜଗନ୍ନାଥ ଉଚ୍ଚାରଣରେ ମୁଖରିତ ହେଲା ସିଓଲର ଉଜେଓମ୍ବୁ ସହର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସିଓଲ : ସରିଛି ଘୋଷଯାତ୍ରା ପର୍ବ | ନବଦିନ ବ୍ୟାପୀ ଏହି ମହାନ ପର୍ବ ପାଳିତ ହୋଇଛି ଆନନ୍ଦ ଉଲ୍ଲାସ ଓ ଅଭୂତପୂର୍ବ ଶ୍ରଦ୍ଧା ଆଉ ଭକ୍ତି ଭିତରେ ଦେଶ ବିଦେଶରେ | ଆଉ ଏଥିରୁ କେମିତିବା ବାଦ ପଡ଼ନ୍ତା ଦକ୍ଷିଣ କୋରିଆର ସିଓଲ ସହର | ଏଠାରେ ବସବାସ କରୁଥିବା ଓଡ଼ିଆ ଆଉ ଭାରତୀୟ ମାନଙ୍କ ଗହଣରେ ପାଳିତ ହୋଇଯାଇଛି ପବିତ୍ର ରଥ ଯାତ୍ରା | 

ସିଓଲର ଉଜେଓମ୍ବୁବୁ ସହରରେ ଅନୁଷ୍ଠିତ ହୋଇଥିବା ରଥ ଯାତ୍ରାରେ ପ୍ରାୟ ୫୦୦ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଓ ଜୟ  ଜଗନ୍ନାଥ ଧ୍ୱନିରେ ଉଜେଓମ୍ବୁ ସହର ମୁଖରିତ ହୋଇଥିଲା  ବୋଲି ଆୟୋଜନର ପ୍ରମୁଖ ଭୂମିକା ଗ୍ରହଣ କରିଥିବା କେପିଏସଏସ ହେମ୍ବ୍ରମ ଓ ସୀତାଂଶୁ ଶେଖର ନନ୍ଦ ସୂଚନା ଦେଇଛନ୍ତି |  ଆସନ୍ତା ବର୍ଷ ରଥ ଯାତ୍ରାକୁ ଆଉ ଟିକେ ବଡ ଆକାରରେ କରିବା ସହ ୨୦୦୦ ଲୋକଙ୍କ ସମାଗମ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ନନ୍ଦ ଓ ଶ୍ରୀ ହେମ୍ବ୍ରମ ସୂଚନା ଦେଇଛନ୍ତି |

0
0
0
s2sdefault