ଚାଷୀଙ୍କ ଭାବପ୍ରବଣତା ସହ ଖେଳୁଛି ବୀମା କମ୍ପାନୀ, ପ୍ରଶାସନ ବି ଉଦାସୀନ : ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଚାଷୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


Bargarh/Neelambar Deep :  ତାତିଲେଣି ଚାଷୀ | ବୀମା ପ୍ରଦାନରେ ବୀମାକମ୍ପାନୀର ଚଂଚକତା ଆଉ ପ୍ରଶାସନର ଉଦାସୀନତା ପ୍ରତିବାଦରେ ଓହ୍ଳାଇଛନ୍ତି ରାଜରାସ୍ତାକୁ |ଆଉ ବୀମାରାଶୀ ନମିଳିଲା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାଇ ଦେଇଛନ୍ତି ଚାଷୀ ଭାଇ ମାନେ |
 ଚିର ମରୁଡି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡରେ ବିଗତ ବର୍ଷ ଖରିଫ ଧାନ ଚାଷର ଶସ୍ୟବୀମା ରାଶି ପ୍ରଦାନରେ ବିଳମ୍ବ ତଥା ବୀମା କମ୍ପାନୀର ଟାଳଟୁଳ ନିତି ପ୍ରତିବାଦରେ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହି ଅଂଚଳରେ କମ ବର୍ଷା ଯୋଗୁଁ ଚାଷୀ ପ୍ରାୟ ପ୍ରତି ବର୍ଷ ମଋଡିର ଶିକାର ହୋଇ ଆସୁଥିବା ସମୟରେ ଗତ ବର୍ଷ ମଧ୍ୟ ମଋଡି ଏହି ଅଂଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା  । ଏବେ ପୁଣି ଥରେ ·ଷକାର୍ଯ୍ୟ ଆରମ୍ଭ ପାଇଁ ସମୟ ହୋଇ ସାରିଛି  । ହେଲେ ସମସ୍ତ ଚାଷୀ ନିଜ ବୀମାଭୁକ୍ତ ଜମିରୁ ଇନ୍ସୁରାନ୍ସ ରାଶି ପାଇବା ପରେ ଚାଷକାର୍ଯ୍ୟ ଆରମ୍ଭ ପାଇଁ ଆଶା ବାନ୍ଧି ବସିଥିଲେ ମଧ୍ୟ ବୀମା କମ୍ପାନୀର ଧୋକା ଚାଷୀଙ୍କୁ ଅସହାୟ କରି ଦେଇଛି  । ୨୦୧୮ ଖରିଫ ଋତୁରେ ମଋଡିର ଶିକାର ହୋଇଥିବା ଏହି ଉପଖଣ୍ଡ  ଚାଷୀଙ୍କୁ ଉପଯୁକ୍ତ ବୀମା ରାଶି ପ୍ରଦାନରେ ଓରିଏଂଟାଲ ବୀମା କମ୍ପାନୀ ତରଫରୁ ଚାଷୀଙ୍କୁ ବୀମାରାଶି ପ୍ରଦାନରେ ବିଳମ୍ବ, ହକ ପ୍ରାପ୍ୟରୁ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ କଟୋତି, ବିଭିନ୍ନ ପଂଚାୟତମାନଙ୍କରେ କ୍ରପ କଟିଂ ଆଧାରରେ ବୀମା ପାଇବାର ହକ ଥିବା ସତ୍ୱେ ଚାଷୀମାନଙ୍କ ନାମ ତାଳିକାରେ ନ ଥିବା ଏବଂ ବୀମା କମ୍ପାନୀ ଚାଷୀମାନଙ୍କୁ ପ୍ରତାରଣା କରୁଥିବା ଅଭିଯୋଗରେ ଆଜି ବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦିଆଯାଇଥିଲା  । ଆଜି ଏଥିରେ ଉପଖଣ୍ଡର ପଦ୍ମପୁର, ପାଇକମାଲ, ଝାରବନ୍ଧ ଓ ଗାଇସିଲାଟ ବ୍ଲକର ହଜାର ହଜାର ସଂଖ୍ୟାରେ ଚାଷୀ  ନିଜ କାମଧାମ ଛାଡି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି  । ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ସକାଳ ୭ଟାରୁ ଧାରଣାରେ ବସିବା ସହ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ କାର୍ଯ୍ୟାଳୟ ଭିତରୁ ପଶି ଦେଇ ନ ଥିଲେ  । ଏହା ଫଳରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି  । ଦେଶ ସ୍ୱାଧିନ ହେବାର ୭୨ ବର୍ଷ ପରେ ମଧ୍ୟ ଦେଶର ଚାଷୀ ଆଜି ପର୍ଯ୍ୟନ୍ତ ପରାଧିନ ରହିଥିବା ଏବଂ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ବୀମାରାଶି ପ୍ରଦାନ କରା ନ ଗଲେ ସ୍ୱାଧିନତା ଦିବସକୁ କଳା ଦିବସ ରୂପେ  ପାଳନ କରିବା ପାଇଁ ·ଷୀନେତାମାନେ ପ୍ରକାଶ କରିବା ସହ ସମସ୍ତ ଚାଷୀଙ୍କୁ ଉପଯୁକ୍ତ ବୀମାରାଶି ନ ମିଳିବା ର୍ଯ୍ୟନ୍ତ ଏହି ଆନ୍ଦୋଳନ  ଜାରି ରହିବ ବୋଲି ଚାଷୀ ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି  । ଦେଖିବାକୁ ବାକି ରହିଲା ପ୍ରସାଶନ ଚାଷୀଙ୍କ ପାଇଁ କଣ ପଦକ୍ଷେପ ନେଉଛନ୍ତି  ।

0
0
0
s2sdefault