କୁରାଳସଂସ୍କୃତ ମହାବିଦ୍ୟାଳୟରେ ଗୁରୁପୂର୍ଣ୍ଣିମା ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ/ ଶ୍ରୀକାନ୍ତ ମିଶ୍ର  : ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ କୁରାଳରେ ଗୁରୁପୁର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ଦର୍ଶନଶାସ୍ତ୍ର ଅଧ୍ୟାପକ ବିଜୟାନନ୍ଦ ଶତପଥି, ଇଂରାଜି ଅଧ୍ୟାପକ କୃଷ୍ଣ ଚନ୍ଦ୍ର ସାହୁ, ଶୁସାନ୍ତ କୁମାର ବିଶୋୟୀ , ଅବନୀକାନ୍ତ ପାତ୍ର ପ୍ରମୁଖ ମତବ୍ୟକ୍ତ କରିଥିଲେ ଯେ କୃଷ୍ଣ ଦୈପାୟନ, ବ୍ୟାସଦେବ ହିଁ ଗୁରୁମାନଙ୍କର ଗୁରୁ । ପାଶ୍ଚାତ୍ୟ ଦାର୍ଶନିକମାନଙ୍କ ନିକଟରେ ପ୍ରାଚ୍ୟ ଗୁରୁମାନଙ୍କର ପ୍ରଭାବ ଏବଂ ଗୁରୁ ବରଣର ଉପାଦେୟତା ଆଶିର୍ବାଦରେ ସଫଳତା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ଅଧ୍ୟାପିକା ସୁଷମାମଞ୍ଜରୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।

0
0
0
s2sdefault