ଜେସିବି ଓ ପିକପଭ୍ୟାନ ଧକା : ଅଳ୍ପକେ ବର୍ତିଲେ ଭ୍ୟାନ ଚାଳକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ/ଶ୍ରୀକାନ୍ତ ମିଶ୍ର  : ନୟାଗଡ-ଭଞ୍ଜନଗର ମୁଖ୍ୟ ସଡକର ଓଡଗାଁ ଅନ୍ତର୍ଗତ କୋମଣ୍ଡ ପଲ୍ଲିଟେକନିକ୍ ନିକଟରେ ଭୋର ଚାର ୪ଟା ବେଳେ ଜେସିବି ଓ ପିକଅପ ଭ୍ୟାନ ମଧ୍ୟରେ ଧକା ହେବାରୁ ପିକଅପ ଭ୍ୟାନଟି ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲେ ସୁଧା ଚାଳକ କଟକ ଜିଲ୍ଲା ଅନ୍ତର୍ଗତ ନେମାଳ ଗ୍ରାମର ଅକ୍ଷୟ କୁମାର ଦାସ(୩୪) ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଓଡି ୨୩ ଡି ୭୫୫୦ ମହିନ୍ଦ୍ରାମାକ୍ସ ପିକପଭ୍ୟାନ ଫ୍ଲିପକାର୍ଟ ପାର୍ସଲ ନେଇ ଯାଉଥିବା ବେଳେ ଆଜି ଭୋର ପ୍ରାୟ ୪ଟା ବେଳେ ବିପରୀତ  ଦିଗରୁ ଆସୁଥିବା ଓଡି ୨୫ଡି ୧୮୦୦ ଏକ ଜେସିବି ଧକା ହୋଇଥିଲା । 

0
0
0
s2sdefault