ଗ୍ରାମ ତରଙ୍ଗ ଅନୁଷ୍ଠାନ ଓ ରିଲାଏନ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ବିଶ୍ଵ ଯୁବ କୌଶଳ ଦିବସ ୨୦୧୯

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ ୟୁନିଭର୍ସିଟୀର ଗ୍ରାମ ତରଙ୍ଗ ଅନୁଷ୍ଠାନ ଓ ରିଲାଏନ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ସେଞ୍ଚୁରିଅନ ୟୁନିଭର୍ସିଟୀର ପରିସରରେ ବିଶ୍ଵ ଯୁବ କୌଶଳ ଦିବସ ପାଳନ ହୋଇଯାଇଅଛି । ଏହି ଦିବସ ପାଳନ ଅବସରରେ ଓଡିଶାର ଯୁବକ, ଯୁବତୀ ଓ ଯୁବ ଚାଷୀ ମାନଙ୍କ ପାଇଁ ଏକ ଅଡିଓ କଂଫରେନ୍ସ ଆୟୋଜିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୨୦୦ ରୁ ଉର୍ଦ୍ଧ୍ଵ ଯୁବକ ଯୁବତୀମାନେ ଭାଗ ନେଇ କୌଶଳ, ଦକ୍ଷତା ଓ ରୋଜଗାର ସମ୍ବନ୍ଧୀୟ ୪୦ ରୁ ଅଧିକ ପ୍ରଶ୍ନ ପଚାରି ବୁଝିବା ସଙ୍ଗେ ସଙ୍ଗେ ସେମାନଙ୍କର ଭବିଷ୍ୟତ କାର୍ୟ୍ୟପନ୍ଥା ବାଛିବାରେ ସହାୟତା ନେଇଅଛନ୍ତି । ଏହି ଆଲୋଚନାରେ ଭାଗ ନେଇ ଗ୍ରାମ ତରଙ୍ଗ ଏବଂ ସେଞ୍ଚୁରିଅନ ୟୁନିଭର୍ସିଟୀ ର ଡଃ ସଦତ ଅଲ୍ଲୀ, ଡଃ ସୌରଭ ବର୍ମନ, ଦିପ୍ତିମୟୀ ପାତ୍ରୋ, ଚିତ୍ରସେନ ପାଢୀ, ସୁଦିପ୍ତା ପଟ୍ଟନାୟକ ଏବଂ ଦୀପାୟନ ପାଚି ଯୁବ କୌଶଳ ବିକାଶ ସମ୍ବନ୍ଧୀୟ ଉତ୍ତର ରଖିବା ସଙ୍ଗେ ସଙ୍ଗେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମର ପରିଚାଳନା କରିବାରେ ରିଲାଏନ୍ସ ଫାଉଣ୍ଡେସନର ଶାନ୍ତନୁ ପାତ୍ର, ପ୍ରଶାନ୍ତ ପଣ୍ଡା, ମୁରଲୀ ଶତପଥୀ ଏବଂ ଦିଲ୍ଲୀପ ପ୍ରଧାନ ସହଯୋଗ କରିଥିଲେ ।
                   ଏହି ଅବସରରେ ସେଞ୍ଚୁରିଅନ ୟୁନିଭର୍ସିଟୀ ର ରେଜିଷ୍ଟ୍ରାର ଡଃ ଅନିତା ପାତ୍ରଙ୍କ ଦ୍ଵାରା ନୀତି ଆୟୋଗ ଦ୍ଵାରା ଘୋଷିତ ହୋଇଥିବା ଓଡିଶାର ୧୦ ଟି ଆସପିରେସନାଲ ଜିଲ୍ଲା ଗୁଡିକର ଯୁବସମାଜ ପାଇଁ କୌଶଳ ବିକାଶ ସମ୍ବନ୍ଧୀୟ ଭଏସ ମେସେଜ ସେବା ଏବଂ ନ୍ୟୁଜ ପେପର ବୁଲେଟିନର ଶୁଭାରମ୍ଭ କରଯାଇଥିଲା ।
               

0
0
0
s2sdefault