ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ଉପରେ ଜିଲ୍ଲା ସ୍ତରୀୟ ଇଣ୍ଟରଫେସ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର ସମ୍ମିଳନୀ କକ୍ଷ ଠାରେ କମ୍ୟୁନିଟି ରେଡିଓ ୯୦.୮ ଜନକଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ୟୁନିସେଫ ସହାୟତାରେ ଏକ ଜିଲ୍ଲାସ୍ତରୀୟ ଇଣ୍ଟରଫେସ ତଥା ପରିସରଭୂକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ଓ ଯୁବାବୟସ ପ୍ରାପ୍ତ ମାନଙ୍କୁ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ଉପରେ କିଭଳି ସଚେତନ କରାଇ ସେମାନଙ୍କୁ ଏହାର ପରିସର ଭୁକ୍ତ କରାଯାଇପାରିବ ସେ ନେଇ ଏଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


    ପ୍ରତିଷ୍ଠାନର ମୁଖ୍ୟ ଦୁର୍ଗା ମାଧବ ପଣ୍ଡା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିଥିଲେ । ଜିଲ୍ଲା ବନଖଣ୍ଡିୟ ଅଧିକାରୀ ବିବେକ କୁମାର ତ୍ୟାଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ଓ ପଲିଥିନ ଆମ ପରିବେଶକୁ ଶୋଷଣ କରୁଛି ।  ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ଲାଷ୍ଟିକର ବ୍ୟବସାୟ ବହୁଳ ମାତ୍ରାରେ ବଢି ଚାଲିଛି ଆମେ କଣ କରୁଛୁ ଏବଂ ଏହାର ବ୍ୟବହାର ଦ୍ୱାରା ପରିବେଶ ଉପରେ କି ପ୍ରକାର ପ୍ରଭାବ ପଡୁଛି । ଏ ଦିଗରେ ଆମେ ସମ୍ପୁର୍ଣ୍ଣ ଭାବେ ସଚେତନ ହୋଇପାରିଲେ ହିଁ ଏହାର ବ୍ୟବହାରକୁ ରୋକାଯାଇପାରିବ ବୋଲି କହିଥିଲେ ।
    କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଯୋଗ ଦେଇ ସହରରେ ଅଳିଆ ଆବର୍ଜନା ବାର୍ଜ୍ୟବସ୍ତୁର ସ୍ଥିତ ଏବଂ ଏ ଦିଗରେ ପୌରସଂସ୍ଥା ଓ ବାଣିଜ୍ୟ ଏବଂ ଘରୋଇ ମାନଙ୍କ ଭୁମିକା ଓ ଗୋଷ୍ଠୀ ସ୍ତରରେ ଏହାର ପରିଚାଳନା କିଭଳି ହେବା ଆବଶ୍ୟକ ତାହା ବୁଝାଇଥିଲେ ।
    ସ୍ୱାସ୍ଥ୍ୟ ମିଶନର ସୌମ୍ୟା ଗୌଡ ଏବଂ ଏଡିଏମଓ ଡ. ପ୍ରଦୀପ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ଓ ବାର୍ଜ୍ୟବସ୍ତୁ ଦ୍ୱାରା ସ୍ୱାସ୍ଥ୍ୟରେ ପଡୁଥିବା ପ୍ରଭାବ ସମ୍ପର୍କରେ କହି ଶୋଭାଯାତ୍ରା, ସଭା, ମାସମିଡିଆ, ପୋଷ୍ଟେଲ , ନାଚ,ଗୀତ,ପଥପ୍ରାନ୍ତ ନାଟକ ପ୍ରଭୃତି ଦିଗରେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାରରେ ପଡୁୁଥିବା କୁ -ପ୍ରଭାବ ଉପରେ ସଚେତନ କରାଯାଇପାରିଲେ ହିଁ ଏହାର ବ୍ୟବହାରକୁ ରୋକାଯାଇପାରିବ ବୋଲି କହିଥିଲେ । ଏହି ଅବସରରେ ଏକ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅକ୍ଷୟ ମହାନ୍ତି ପ୍ରାରମ୍ଭିକ ସୂଚନା କହିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଜନବାଣୀ କମୁ୍ୟନିଟି ରେଡିଓ ୯୦.୮ର ମୀନାକ୍ଷୀ ଶବର, ସୌଦାମିନୀ ନାୟକ ଏବଂ ରଶ୍ମିତା ଜେନା ପ୍ରମୁଖ ପରିଚାଳନା କରିଥିଲେ ।


0
0
0
s2sdefault