ଓଏଏଲପି ଚୁକ୍ତି ସ୍ୱାକ୍ଷର ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ଏକ ବୃହତ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଏଏଲପି ଦ୍ୱାରା ଆବଂଟିତ  ୩୨ ବ୍ଲକ ପାଇଁ ପଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାୟର ଚୁକ୍ତି ସାକ୍ଷର

ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ  ମନ୍ତ୍ରାଳୟ ଓପନ୍ ଏକ୍ରେଜ୍ ଲାଇନସେସିଂ ପ୍ରୋଗ୍ରାମ (ଓଏଏଲ୍ପି) ଅଧୀନରେ ଦ୍ୱିତୀୟ ଓ ତୃତୀୟ ବିଡ୍ ରାଉଣ୍ଡରେ ଆବଂଟିତ ୩୨ ବ୍ଲକ ପାଇଁ ଚୁକ୍ତି ସାକ୍ଷର କରିଛି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କ୍ରୁଡ୍ ଅଏଲ୍ ଏବଂ ଗ୍ୟାସର ଉତ୍ପାଦନ  ବଢାଇବା ସରକାରଙ୍କ ପ୍ରାଥମିକତା । ଦେଶରେ ରିଫାଇନାରୀର ନେଟ୍ୱାର୍କ ଏବଂ ବଜାର ପ୍ରତିଷ୍ଠିତ ଅଛି । ଆଗାମୀ ଦିନରେ ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ଆଜିର ଓଏଲଏପି କଂଟ୍ରାକ୍ଟ ଏହି ଦିଗରେ ବୃହତ ପଦକ୍ଷେପ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଗାମୀ ଦିନରେ ଭାରତ ୫ ଟ୍ରିଲିୟନର ଅର୍ଥନୀତି ହେବାକୁ ଯାଉଛି । ଏଥିପାଇଁ ଉର୍ଜା ସୁରକ୍ଷା, ଉପଲ୨ି ଓ ଅଭିଗମ୍ୟତା ହେବା ଆବଶ୍ୟକ । ଆଗାମୀ କିଛି ବର୍ଷରେ ଭାରତ ଉର୍ଜା ବ୍ୟବହାର କ୍ଷେତ୍ରରେ ଚିନକୁ ଟପିବ । ଗତ ୫ ବର୍ଷରେ ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ବହୁ ସଂସ୍କାର ଅଣାଯାଇଛିା ଦେଶର ଉପôାଦନ ବଂଟନରୁ ରାଜସ୍ୱ ବଂଟନ ଏବଂ ବର୍ତମାନ ସର୍ବାଧିକ କାର୍ଯ୍ୟ ପ୍ରତିଶ୍ରୁତି କାର୍ଯ୍ୟକ୍ରମକୁ ପହଁଚିଛି, ଯାହା ଉତ୍ପାଦନ  ବୃଦ୍ଧି ପାଇଁ ଆବଶ୍ୟକ ।
ଓଏଲଏପିର ସଫଳ ବିଡରଙ୍କୁ ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇଛନ୍ତି ଯେ, ଆଲୋଚନା ଓ ବୁଝାମଣା ମାଧ୍ୟମରେ କୌଣସି ବିଷୟର ସମାଧାନ କରାଯାଇପାରିବ ଏବଂ କୌଣସି ପ୍ରକଳ୍ପ ବିଳମ୍ବ ହେବା ଉଚିତ୍ ନୁହେଁ ।

 

0
0
0
s2sdefault