ଗ୍ରାମୀଣ ମହିଳାଙ୍କ କାର୍ଯ୍ୟଶୀଳ ଦକ୍ଷତାକୁ ପରିପ୍ରକାଶ କରାଇବ ସିଏସସି-ଭିଏଲ୍ଇ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିଏସସି -ଭିଏଲ୍ଇ ୱାର୍କସପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

 ଭିଏଲଇ ଗାଁ ଅର୍ଥବ୍ୟବସ୍ଥାର ବିକାଶ କରିବା ସହ ସମସ୍ତଙ୍କୁ ସେବା ଯୋଗାଇବାରେ ସହାୟକ ହେବ
 ସିଏସସି ମାଧ୍ୟମରେ ଏଲପିଜି ଗ୍ୟାସର ପଞ୍ଜିକରଣ ଓ ରିଫିଲ ଭରିବା ଓଡିଶା ରାଜ୍ୟରୁ ଆରମ୍ଭ ହୋଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର,  – ନୂଆଦିଲ୍ଲୀ ଠାରେ ମଙ୍ଗଳବାର କମନ୍ ସର୍ଭିସ୍ ସେଂଟର(ସିଏସସି ) ଦିବସ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏସସି  ଓମେନ୍ ଭିଲେଜ୍ ଲେଭେଲ୍ ଏଂଟ୍ରପ୍ରିନର୍ସ (ଭିଏଲଇ) ୱାର୍କସପକୁ  କେନ୍ଦ୍ର ବୈଦୁତିକ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଘରର ସମସ୍ତ ପ୍ରକାର ପରିଚାଳନାରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିବା ସହ ଭିଏଲଇ ଦ୍ୱାରା ସେମାନଙ୍କ ଦକ୍ଷତାର କିପରି ଲାଭ ଉଠାଯାଇପାରିବ ତା’ଉପରେ ଆଲୋକପାତ କରିଥିଲେ ।
ଭିଏଲଇ ଗ୍ରାମାଂଚଳରେ ଉଦ୍ୟମଶୀଳତାକୁ ଗତି ଦେବା ବିଶେଷତଃ ମହିଳାମାନଙ୍କର ଆତ୍ମବିଶ୍ୱାସକୁ ପରିପ୍ରକାଶ କରିବା ଓ ସେମାନଙ୍କୁ ସଶକ୍ତ ମଧ୍ୟ କରିବ । ଏହା ଗାଁରେ ଅର୍ଥବ୍ୟବସ୍ଥାର ବିକାଶ କରିବା ସହ ସମସ୍ତଙ୍କୁ ସେବା ମଧ୍ୟ ଯୋଗାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ସିଏସସି ମାଧ୍ୟମରେ ଏଲପିଜି ଗ୍ୟାସର ପଞ୍ଜିକରଣ ଓ ରିଫିଲ ଭରିବା ଓଡିଶା ରାଜ୍ୟରୁ ଆରମ୍ଭ ହୋଇଛି । ଏହି ମଡେଲ୍ ଏଲପିଜି ବିତରଣ ନେଟୱାର୍କକୁ ବିସ୍ତାର କରିବାରେ ସାହାଯ୍ୟ କରିପାରିବ । ଏହାବ୍ୟତିତ ସିଏସସି ଗାଁରେ ରାଜସ୍ୱ ବୃଦ୍ଧି କରିବା ସହ ମହିଳାମାନଙ୍କ ପାଇଁ ଆର୍ଥିକ ଅବସରର ଦ୍ୱାର ଖୋଲିବ ଏବଂ ସେମାନଙ୍କୁ ଉଦ୍ୟମୀ କରିବ । ଏହାସହ ଗାଁରେ ଏସଏଚଜି ପରମ୍ପରାକୁ ଉତଥାନ କରିବା ପାଇଁ ପ୍ରତ୍ସାହିତ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଦେଶରେ ଏଲପିଜି ବ୍ୟବହାରକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ  ଉଜ୍ଜଳା ଯୋଜନା ସିଏସସି ସହ ଏଲପିଜି ବିତରଣକୁ ଏକୀଭୂତ କରିବାର ଏକ ଭଲ ସୁଯୋଗ । ପେଟ୍ରୋଲିୟମ ମନ୍ତ୍ରାଳୟ  ପକ୍ଷରୁ ମଧ୍ୟ ଏହାର ଲାଭ ଉଠାଇବା ପାଇଁ ପ୍ରସ୍ତୁତି ଚାଲିଥବା ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault