ଅନ୍ନପୂର୍ଣ୍ଣା ଯଜ୍ଞ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ବିଶ୍ୱରୁ ଖାଦ୍ୟାଭାବ ଜନିତ ସମସ୍ୟା ଦୁର କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ପନ୍ତିଖାରୀ ଶାସନ ଓ ନୋତର ପଲ୍ଲୀ ଗ୍ରାମର ମିଳିତ ଆନୁକୁଲ୍ୟରେ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୫ଦନଧରି ଚାଲିଥିବା ଅନ୍ନପୁର୍ଣ୍ଣା ଯଜ୍ଞ ଉଦଯାପିତ ହୋଇଯାଇଛି । ୪ର୍ଥ ସନ୍ଧ୍ୟାରେ ଶ୍ରୀ ଅନ୍ନପୁର୍ଣ୍ଣା ଯଜ୍ଞ କମିଟି ଓ ବୈଦିକ ପ୍ରଚାର ସମିତିର ମିଳିତ ସହଯୋଗରେ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀର ପ୍ରାକ୍ତନ କୁଳପତି ପ୍ରଫେସର ଚନ୍ଦ୍ରଶେଖର ଷଡଙ୍ଗୀଙ୍କ ସଭାପତିତ୍ୱରେ ଆଲୋଚିତ ଧର୍ମ ସଭାରେ ଅନ୍ନପୁର୍ଣ୍ଣା ଯଜ୍ଞର ମୁଖ୍ୟ ପୁରୋଧା ଆଚାର୍ଯ୍ୟ କମଳାକାନ୍ତ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଧୁନିକ ସମାଜରେ ସତ୍ୟ ସନାତନ ଧର୍ମର ପ୍ରଚାର ପ୍ରସାର ତଥା ସାଧାରଣରେ ଏଥିପ୍ରତି ବିଶ୍ୱାସ ସୃଷ୍ଟି କରିବା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଅବସରପ୍ରାପ୍ତ ସାହିତ୍ୟାଚାର୍ଯ୍ୟ ଲଡୁକିଶୋର ରଥ ଓ ପାତାଳେଶ୍ୱର ଦାଶଙ୍କୁ ତାଙ୍କର ଅନନ୍ୟ କୃତି ପାଇଁ ମାନପତ୍ର ସହ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଜିବା ସହିତ କର୍ମକାଣ୍ଡ, ସ୍ତୋତ୍ର ଓ ସ୍ତୁତୁ ପୁସ୍ତକ ବଂଟନ କରାଯାଇଥିଲା । ପଣ୍ଡିତ ଶାନ୍ତନୁ କୁମାର ଦାଶ, ନାରାୟଣ ମିଶ୍ର, ନାରାୟଣ ଦାଶ, ଦାମୋଦର ଦାଶ, ପ୍ରଫୁଲ ଦାଶ, ତ୍ରୀନାଥ ହୋତା ପ୍ରମୁଖ କର୍ମକାଣ୍ଡି ବ୍ରହ୍ମଣ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ଯଜ୍ଞ କମିଟି ସଭାପତି ପଣ୍ଡିତ ଇଶ୍ୱର ଚନ୍ଦ୍ର ଷଡ଼ଙ୍ଗୀ କାର୍ଯ୍ୟାକାରୀ ସଭାପତି ତଥା ଯଜ୍ଞ କର୍ତ୍ତା  ସତ୍ୟନାରାୟଣ ଷଡଙ୍ଗୀ ଓ ନୋତର ପଲ୍ଲୀ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault