୨୦୩୦ ସୁଦ୍ଧା ଏଡସ୍‍ ବିଲୋପ ଦିଗରେ ଓଡିଶା ନେବା ପ୍ରମୁଖ ଭୂମିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ଆଗାମୀ ୨୦୩୦ ସୁଦ୍ଧା ଏଡସ ବିଲୋପ ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଓଡିଶାର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା କହିଛନ୍ତି  । ଆଜି ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ)ଠାରେ ଆୟୋଜିତ ଜିଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ ୟୁନିଟର ସମୀକ୍ଷା ବୈଠକରେ ସଂପୃକ୍ତ କାର୍ଯ୍ୟ ପାଇଁ ସମସ୍ତେ ମିଳିତ ଭାବେ ପ୍ରଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଛନ୍ତି  ।
ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲା ଟି.ବି. ଅଧିକାରୀ ଏବଂ ଡିପିଏମମାନଙ୍କୁ ନେଇ ଅନୁଷ୍ଠିତ ଏହି  ବୈଠକରେ ଡାକ୍ତର ମେହେର୍ଦ୍ଧା କହିଥିଲେ ଯେ ବିଗତ ବର୍ଷଗୁଡିକ ତୁଳନାରେ ଓସାକ୍ସର କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି । ଏଡ୍‍ସ ନିରାକରଣ ପାଇଁ ଅଧିକ ପ୍ରଚାର ଓ ପ୍ରସାର ଉପରେ ସେ ଗୁରୁତ୍ୱ ପ୍ରଦାନ କରି ସମସ୍ତ ଅଧିକାରୀମାନଙ୍କୁ ଏଥିପ୍ରତି ଅଧିକ ଦୃଷ୍ଟି ଦେବା ପାଇଁ କହିଥିଲେ  । ସମୀକ୍ଷା ବୈଠକରୁ ଜଣାପଡିଛି ଯେ ପୂର୍ବ ଅପେକ୍ଷା ବର୍ତମାନ ଟି.ବି-ଏଚ.ଆଇ.ଭି. ମଧ୍ୟରେ ପାର୍ଥକ୍ୟ ହ୍ରାସ ପାଇଛି  ।
ଏହି ଅବସରରେ ବିଭାଗର ଯୁଗ୍ମ ସଚିବ ତଥା ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା  ଗୁହା ପୁନମ ତାପସ କୁମାର ଏଆରଟି ରୁ ବଂଚିତ ଏଚ୍‍ଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କୁ ପଂଜିକୃତ  କରାଇ ଉଯୁକ୍ତ ଔଷଧ ସେବନ ପାଇଁ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର (ଆଇସିଟିସି) ର ରାମର୍ଶଦାତାମାନେ ପ୍ରତି ସପ୍ତାହର ଗୁରୁବାର ଦିନ କାର୍ଯ୍ୟ କରିବେ  । ଟି.ବି ଓ ଏଚ୍‍ଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ପୋଷଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ  । ରାଜ୍ୟର ୯୦ ପ୍ରତିଶତ ଲୋକ ନିଜର ଏଚଆଇଭି ସ୍ଥିତି ବିଷୟରେ ଜାଣିବା ନିମନ୍ତେ ଏହାର ପରୀକ୍ଷାକୁ ବ୍ୟାପକ କରିବା ପାଇଁ କହିଥିଲେ  । ଏଥି ସହିତ ରାଜ୍ୟରେ ଥିବା ସମସ୍ତ ଜେଲ ଓ ସ୍ୱାଧାର ଗୃହ ଓ ଗ୍ରାମାଂଚଳରେ ଭିଏଚଏନଡିରେ ଏଚଆଇଭି ରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେ ନେବାକୁ କହିଥିଲେ  । ସ୍ୱତନ୍ତ୍ର ସଚିବ ଡାକ୍ତର ବି.କେ.ବ୍ରହ୍ମା ଏବଂ ଡାକ୍ତର ହର ପ୍ରସାଦ ପଟନାୟକଙ୍କ ସମେତ ଓସାକ୍ସର ଅନ୍ୟ ଅଧିକାରୀମାନେ ଉପସ୍ଥିତି ଥିଲେ ।

0
0
0
s2sdefault