ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ପ୍ରତୀକ୍ଷାର ଅନ୍ତ ଘଟିଛି । ବହୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି । ବିଳମ୍ବ ହେଲେ ବି ଓଡ଼ିଶାର ବିଶିଷ୍ଟ ଜନନେତା , ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ  ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ଏହି ମର୍ମରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପରେ ବିଭିନ୍ନ ମହଲରୁ ଶ୍ରୀ ହରିଚନ୍ଦନଙ୍କୁ ବିଭିନ୍ନ ମହଲରୁ ବିପୁଳ  ସୁଭେଚ୍ଛାର ସୁଅ ଛୁଟିଛି |
ଏହି ଗୁରୁତ୍ୱପୂର୍ଣ ନିଯୁକ୍ତି ପାଇବା ପରେ ଶ୍ରୀଯୁକ୍ତ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି   ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହଙ୍କୁ କୃତଜ୍ଞତା ଜଣାଇବା ସହ ସ୍ୱତନ୍ତ୍ର ଭାବେ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର  ପ୍ରଧାନଙ୍କୁ | ସୂଚନା ଯୋଗ୍ୟ ଯେ ଶ୍ରୀ ହରିଚନ୍ଦନଙ୍କୁ ଏହି ଗୁରୁତ୍ୱପୂର୍ଣ ନିଯୁକ୍ତି ମିଳିବା ପଛରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ  ପ୍ରମୁଖ ଭୂମିକା ରହିଛି ।
ଓଡିଶା ରାଜନୀତିରେ ଦୀର୍ଘ ଅର୍ଧ ଶତାବ୍ଦୀର ଅନୁଭୂତି ରଖିଥିବା ବିଶ୍ୱଭୂଷଣ ହରିଚନ୍ଦନ ଜନସଂଘରୁ ତାଙ୍କ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା  ବେଳେ ଶ୍ରୀ ହରିଚନ୍ଦନ  ବିଜେପି ଗଠନ ହେବା ପରେ ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ରହିଥିଲେ  । ପରବର୍ତ୍ତୀ ସମୟରେ ସେ ଜନତା ଦଳରେ ଯୋଗଦେଇ ବିଜୁ ବାବୁଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ | ୧୯୯୬ରେ ପୁଣି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ | ମୋଟ ୫ଥର ବିଧାୟକ ହୋଇଥିବା ଶ୍ରୀ ହରିଚନ୍ଦନ ତିନିଜଣ ମୁଖ୍ୟମନ୍ତ୍ରୀ  ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକ(ମେଣ୍ଟ ସରକାର)ଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ ବିଭାଗ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ | ୨୦୦୯ରେ ସେ ଶେଷଥର ପାଇଁ ଭୁବନେଶ୍ୱର ବିଧାନସଭା ଆସନରୁ ଲଢ଼ି ପରାଜିତ ହେବ ପରେ ବି ଦଳୀୟ କାର୍ଯ୍ୟକ୍ରମରେ ଆବଶ୍ୟକ ସମୟରେ ସକ୍ରିୟ ଭୂମିକା ନିର୍ବାହ କରି ଆସୁଥିଲେ |

0
0
0
s2sdefault