ସଖା ପକ୍ଷରୁ ନୁଆମାଁ କାର୍ଯ୍ୟକ୍ରମ ଉଦ୍ଘାଟିତ , ଲୋକଙ୍କୁ ସଚେତନ କରିବାକୁ କିନ୍ନରଙ୍କ ଉଦ୍ୟମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ ସାହୁ )– ସ୍ଥାନୀୟ କୈଳାସ ହୋଟେଲ ଠାରେ କିନ୍ନର ମାନଙ୍କୁ ନେଇ ସଖା ପକ୍ଷରୁ ନୁଆମାଁ କାର୍ଯ୍ୟକ୍ରମ ଉଦଘାଟିତ  ହୋଇଯାଇଅଛି । "ସଖା" ସଭାପତି ମିରା ପରିଡା ସଭାପତିତ୍ୱରେ ଅନୁଷ୍ଠିତ  ହୋଇଥିଲା ଏହି କାର୍ଯ୍ୟକ୍ରମ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ୱାଇ. ବେଗମ୍, ସମନ୍ନିତ ଶିଶୁ ବିକାଶ ଅଧିକାରି ପୁଷ୍ପାଜଂଳି ମିଶ୍ର, ଏବଂ ଏପିପିଆଇ ( ଅଜିମ୍ ପ୍ରେମଜି  ଫିଲାନଥରଫିକ୍ ଇନିସିଏଟିଭସ ) ଦେବଜିତ୍ ମିତ୍ରା, ଜ୍ୟେତି ରଂଜନ ରାଉତ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳିଙ୍ଗ ଇନିଷ୍ଟ୍ୟୁଟ ସୋସିଆଲ୍ ସାଇନ୍ସର ସାଧାନା ମିଶ୍ର ଏବଂ ସଂଘମିତ୍ରା ରାୟ ବୈଷୟିକ  ସହଯୋଗ କରିଥିଲେ । ଏହି ନୂଆଁ ମାଁ କାର୍ଯ୍ୟକ୍ରମର ମୂଳ ଲକ୍ଷ ହେଲା କିନ୍ନର ମାନେ ଗ୍ରାମାଚଂଳକୁ ଯାଇ ପ୍ରଥମେ ଅନ୍ଧ ବିଶ୍ୱାସକୁ ଦୂର କରିବା ଓ ଗର୍ଭବତୀ ଓ ନବଜାତ ଶିଶୁ ମାନଙ୍କୁ ସେବା କରିବା । ସେହିପରି ବାଙ୍ଗଳା ନାଟକ ଟିମ୍ ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗାଁକୁ ଯାଇ ସଚେତନ କରାଯିବ । ଏହି କାର୍ଯ୍ୟକ୍ରମ ୫ ଦିନ ଧରି ଚାଲିବ ବୋଲି ସଂସ୍ଥା ପକ୍ଷରୁ ପ୍ରକାଶ । କାର୍ଯ୍ୟକ୍ରମକୁ ଶଖାର ପ୍ରୋଜେକ୍ଟ ମ୍ୟାନେଜର ଶୁଭ ପ୍ରସାଦ କିଷ୍ଣା ପରିଚାଳନା କରିଥିଲେ । ରାୟଗଡା ଜିଲ୍ଲାରେ ପ୍ରଥମ ଥର ଏହି ପରି କାର୍ଯ୍ୟକ୍ରମ ହେଉଥିବାରୁ କିନ୍ନର ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିନ୍ନର ମାନେ ସମାଜର ମୁଖ୍ୟ ସ୍ରୋତରେ ସାମଲ ହେବେ ବୋଲି ସଂକଳ୍ପ କରିଥିଲେ । ରାୟଗଡା ଜିଲ୍ଲାର କିନ୍ନର ସଂଘର ସଂପାଦକ ଶିଶିର କାନ୍ତ ମହାପାତ୍ର (ପିଙ୍କି ) ଏବଂ ରାୟଗଡା ବ୍ଲକ୍ ସଂଯୋଜକ ରବିନ୍ଦ୍ର ପଣ୍ଡା, ଗୁଣପୁର ବ୍ଲକ୍ ସଂଯୋଜକ କିରଣ କୁମାର ଗମାଙ୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

0
0
0
s2sdefault