୮ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ଅଙ୍ଗନଓ୍ବାଡି କେନ୍ଦ୍ର, ବ୍ଲକ ଅଫିସ ଘେରିଲେ ମହିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା- ମାତୃ ଓ ଶିଶୁ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ସେସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ । ଏଭଲି ଏକ ଉଦାହରଣ ଦେଖିବାକୁ ମିଲିଛି ନୂଆପଡା ଜିଲା କୋମନା ବ୍ଲକ ଗଣ୍ତାମେର ପଞ୍ଚାୟତ ର କଣ୍ଟାପାଲି ଗ୍ରାମରେ । ଗତ ୮ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ଗ୍ରାମର ୩ ଟି ଅଙ୍ଗନଓ୍ଵାଡି କେନ୍ଦ୍ର । ଫଳରେ କୁନି କୁନି ଛୁଆମାନଙ୍କୁ କେତେବେଲେ ରାସ୍ତାରେ ତ କେତେବେଲେ ପର ଘରେ ପଢାଉଥିବା ଦେଖିବାକୁ ମିଲୁଛି  । ସେହିଭଲି ଗର୍ଭବତୀ ମହିଲାଙ୍କୁ ମଧ୍ୟ ରାସ୍ତାରେ ଟିକା ଦିଆଯାଉଥିବା ଗ୍ରାମର ମହିଲାମାନେ ଅଭିଯୋଗ କରିଛନ୍ତି । ଆଜି ଉକ୍ତ ଗ୍ରାମର ଶତାଧିକ ମହିଳା ବ୍ଲକ ଅଫିସ କୁ ଆସିଥିଲେ । ବ୍କକ ଅଫିସରେ ବିଡିଓ ଅନୁପସ୍ଥିତ ଥିବାରୁ ଏବିଡିଓ ଦେବାଶିଷ ସିହ୍ନାଙ୍କୁ ଦେଖା କରିଥିଲେ । ଶ୍ରୀ ସିହ୍ନା ଆସନ୍ତାକାଲି ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବା ସହ ଅସମ୍ପୂର୍ଣ୍ଣ କୋଠା କୁ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

0
0
0
s2sdefault