ରାସ୍ତାକାମ ଏତେ ମଜଭୁତ ଯେ ନିର୍ମାଣର ଦେଢ ବର୍ଷ ଭିତରେ ଶୋଚନୀୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡୁଙ୍ଗୁରିପାଲି/ପ୍ରକାଶ କୁମାର ହାତୀ : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ମହାବିଦ୍ୟାଲୟକୁ  ନୂଥଣ ଭାବରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା  ଦେଢ ବର୍ଷ ଭିତରେ ଶୋଚନୀୟ ହୋଇପଡିଛି । ଡୁଙ୍ଗୁରିପାଲି ମହାବିଦ୍ୟାଲୟକୁ ଯିବା ପାଇଁ କେନାଲ ରାସ୍ତା  ବହୁତ ଖରାପ ହୋଇ  ବିଭିନ୍ନ ଜାଗାରେ ଖାଲ ସୃଷ୍ଟି ହୋଇଥିବା ବେଳେ ଉକ୍ତ ରାସ୍ତାରେ ଯିବା ସମୟରେ ଛାତ୍ରଛାତ୍ରାୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଉକ୍ତ ରାସ୍ତା ପାଇଁ ବହୁ ଥର ଦାବୀ କରାଯାଇଥିଲା ।   କଲେଜରୁ କପାସିରା ରାସ୍ତାର ସହଲା ଛକ ପର୍ଯ୍ୟନ୍ତ ଉକ୍ତ ରାସ୍ତା ପାଇଁ  ପୂର୍ତ୍ତ ବିଭାଗ ଓଡିଶା ସରକାର ସୋନପୁର ରାସ୍ତା ଓ ଗୃହ ବିଭାଜନ ବିଭାଗରୁ  ୨କୋଟି ୯୭ ଲକ୍ଷ ୩୩ ହଜାର ଟଙ୍କାର ମଞ୍ଜୁର ହୋଇ ଗତ ଦେଢ ବର୍ଷ ତଳେ ରାସ୍ତା ନିର୍ମାଣ ସରିଛି  ।ଉକ୍ତ ରାସ୍ତା ନିର୍ମାଣକୁ ଗୁରୁତ୍ୱ ଦେଇ   ମନ୍ତ୍ରୀ ପହଂଚି   କଲେଜ ରାସ୍ତାରେୁ  ·ଲି ·ଲି  ପରିଦର୍ଶନ କରୁଥିବା ବେଳେ ରାସ୍ତାର ବିଭିନ୍ନ ସ୍ତରର ପରିମାଣ ଠିକ ରହୁ ନ ଥିବା ଓ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ଶୁଣି ଯନ୍ତ୍ରୀମାନଙ୍କୁ ତାହା ଠିକ ଭାବରେ କରିବାକୁ ନିଦେ୍ର୍ଧଶ ଦେଇଥିଲେ ।କିନ୍ତୁ ମନ୍ତ୍ରୀଙ୍କ କଥାକୁ ବେଖାତିର କରି ବିଭାଗୀୟ  ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ  ଉକ୍ତ ରାସ୍ତା କାମ    ନିମ୍ନ ମାନର କରାଯାଇଛି । ଯଦ୍ୱାରା କି ନିର୍ମାଣ  ହେବା କିଛି ଦିନ ପରେ ରାସ୍ତାରୁ ପିଚୁ ଉଠି ଯାଇଥିବା ବେଳେ ପୁଣି ତାକୁ ମରାମତି କରାଯାଇଥିଲା  ।  ଏହା ସହିତ  ଜାତୀୟ ରାଜପଥରୁ ଜଲେଜ ରାସ୍ତାର ପ୍ରାୟ ଅଧ କିଲୋମିଟର ରାସ୍ତା  ମଧ୍ୟ  ନିମ୍ନମାନର  କଂକ୍ରିଟ କାର୍ଯ୍ୟ କରାଯାଉଥିବା   ବେଳେ ସେହି ସମୟରେ  ଲୋକେ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ  ।ଜନସାଧାରଣଙ୍କ ଅଭିଯୋଗକୁ ବେଖାତିର କରି  ରାସ୍ତା ନିର୍ମାଣ କାର୍ଯ୍ୟ ସାରି ଦେଇଥିବା ବେଳେ ନିର୍ମାଣର ଦେଢ ବର୍ଷ ଭିତରେ ଉକ୍ତ କଂକ୍ରିଟ ରାସ୍ତାରୁ  ବାଲି ସିମେଣ୍ଟ ଉଠିଯାଇ  ମେଟାଲ ସବୁ ବାହାରକୁ ବାହାରି  ରାସ୍ତାରେ ଖାଲ ସୃଷ୍ଟି ହେଉଛି । କଂକ୍ରିଟ ରାସ୍ତାର ଉଭୟ ପାଶ୍ୱର୍ରେ ଠିକ ଭାବରେ  ମାଟି ଦିଆ ଯାଇ ନ ଥିବାରୁ   ରାସ୍ତା କଡରେ ମଧ୍ୟ ଖାଲ ସୃଷ୍ଟି ହୋଇଛି  ।ଯଦ୍ୱାରା କି  ରାସ୍ତାରେ ଯିବା ଆସିବା କଲା ସମୟରେ ଉକ୍ତ ଖାଲରେ ପଡି  ବିଭିନ୍ନ ଦୁର୍ଘଟଣା ଗୁଡିକ ଘଟୁଛି । ମନ୍ତ୍ରୀଙ୍କ ତଦାରଖ ସତ୍ତେ୍ୱ କଲେଜ ରାସ୍ତାର ନିର୍ମାଣ  ନିମ୍ନ ମାନର ହୋଇ ଦେଢ ବର୍ଷ ଭିତରେ ଯଦି ଶୋଚନୀୟ ହୋଇ ପଡିଛି ତେବେ  ଅନ୍ୟ ରାସ୍ତା ଗୁଡିକର ଅବସ୍ଥା  କେତେ ଶୋଚନୀୟ ହେଉଥିବ ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ହେଉଛି ।ଏ ବିଷୟରେ ବିଭାଗୀୟ ଯନ୍ତ୍ରିଙ୍କୁ ଯୋଗେଯାଗ କରାଯିବାରୁ  କଲ ଗ୍ରହଣ କରି ନ ଥିବାରୁ ତାଙ୍କ ପ୍ରତିକ୍ରୀୟା ଜଣା ପଡି ନ ଥିଲା  ।

0
0
0
s2sdefault