ଏହା ଜିଲ୍ଲାପାଳ ମହୋଦୟଙ୍କ ପ୍ରଶାସନ ଚଳାଇବାର ବୋଧହୁଏ ତରିକା ହୋଇଥିବ !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ:କଠୋର ଆଚରଣକୁ ନେଇ ଅଧିକାରୀ ମହଲରେ ଅସନ୍ତୋଷ


ବାଲେଶ୍ୱର(ଉଜ୍ଜ୍ୱଳ କର ): ଦୀର୍ଘ ୧୫ ଦିନର ଅପେକ୍ଷା ପରେ ବାଲେଶ୍ୱର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଆଜି କର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ଚକ୍ରବର୍ତ୍ତୀ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୧ ମସିହାର ଓଡ଼ିଶା କ୍ୟାଡର ଭାବେ ଭାରତୀୟ ପଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ସରକାରଙ୍କ ବଭିନ୍ନ ବିଭାଗରର ଦାୟିତ୍ୱ ତୁଲାଇବା ସହ  କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ପ୍ରଶାସନକୁ ଲୋକାଭିମୁଖୀ କରାଇବାରେ ତାଙ୍କର ପ୍ରାଥମିକତା ରହିବ ବୋଲି ସେ କହିଥିବା କେହି ଶୁଣି ନଥିଲେ ବି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି । ଦାୟିତ୍ୱ ଗ୍ରହଣ ଅବସରରେ ଆଜି ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଛାମୁଆ କର୍ମଚାରୀମାନେ ଦଳ ଦଳ ହୋଇ ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ତେବେ ନୂତନ ଜିଲ୍ଲାପାଳଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସାମ୍ବାଦିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆଶଙ୍କିତ ହୋଇପଡିଛନ୍ତି । ନୂତନ ଜିଲ୍ଲାପାଳଙ୍କୁ ଫୁଲତୋଡ଼ା ନେଇ ସାକ୍ଷାତ କରିବାକୁ ଯାଉଥିବା ବ୍ୟକ୍ତିଙ୍କ ପ୍ରତି ତାଙ୍କର ଆଚରଣ ଅତ୍ୟନ୍ତ କଠୋର ରହିବା, କାହାରି ହାତରୁ ପୁଷ୍ପଗୁଚ୍ଛ ଗ୍ରହଣ ନ କରିବା, କାହା ସହ କଥା ନହେବା ଆଦିକୁ ଦେଖି ବହୁ ଅଧିକାରୀ ଫେରିଯାଇଥିଲେ । ସବୁଠାରୁ ବଡ଼କଥା ହେଲା ସାମ୍ବାଦିକମାନଙ୍କୁ ସେ ଫଟୋ ଉଠାଇବାକୁ ମନା କରିଥିଲେ ବି କେତେକ ସାମ୍ବାଦିକ କୌଶଳକ୍ରମେ ଫଟୋ ଉଠାଇଥିବା ଲକ୍ଷ୍ୟ କରାଯାଇଥିଲା । ଅବଶ୍ୟ ଏହା ଜିଲ୍ଲାପାଳ ମହୋଦୟଙ୍କ ପ୍ରଶାସନ ଚଳାଇବାର ବୋଧହୁଏ ତରିକା ହୋଇଥିବ | ଜିଲ୍ଲାପାଳ ମହୋଦୟ ତାଙ୍କ ଏ କଠୋର ଅଭିମୁଖ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶାସନକୁ ଲୋକଙ୍କ ଭିତରେ କେମିତି ପହଞ୍ଚାଉଛନ୍ତି ତାହାକୁ ଜିଲ୍ଲାବାସୀଙ୍କ ଅପେକ୍ଷା |

0
0
0
s2sdefault