ନୀଳାଦ୍ରି ବିଜେ କଲେ ଶ୍ରୀଜିଉ :ବାଟ ଓଗାଳି ହଟ କଲେ କଲେ ମାଆ ସାଆନ୍ତାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟ ଭେଟି ଦେଲେ, ରସଗୋଲା ଖୁଆଇ ହଗନ୍ନାଥ ଭାଙ୍ଗିଲେ ଲକ୍ଷ୍ମୀଙ୍କ ମାନ

ରଣପୁର : ଦ୍ୱାଦଶ ଦିବସ ବ୍ୟାପି ମାନବୀୟ ଲୀଳାର ଅନ୍ତିମ ପର୍ବରେ ଶ୍ରୀମନ୍ଦିର ଫେରିଛନ୍ତି ଚତୁର୍ଧା ମୂର୍ତ୍ତି | ବାଟ ଓଗାଳି ହଟ  କଲେ କଲେ ଅଭିମାନିନୀ  ମାଆ ଲକ୍ଷ୍ମୀ ସାଆନ୍ତାଣୀ | ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ବୁଲି ପଳାଇଥୁବା ଯୋଗୁ ଅଭିମାନ କରି ବସିଥିବା ମା ଲକ୍ଷ୍ମୀଙ୍କୁ ପାଟ ଭେଟି ଦେଲେ ଶ୍ରୀ ଜଗନ୍ନାଥ ଆଉ  ରସଗୋଲା ଖୁଆଇ ଲକ୍ଷ୍ମୀଙ୍କ ମାନ ଭାଙ୍ଗିଲେ ଶ୍ରୀ ଜଗନ୍ନାଥ |
 ରଣପୁର ରଥ ଯାତ୍ରାର ଆଜି ଅନ୍ତିମ ପର୍ବରେ ଶ୍ରୀଜିଉ ବାହୁଡ଼ିଛନ୍ତି ରତ୍ନବେଦିକୁ |  ଗତକାଲି  ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅଖ ଭାଙ୍ଗିଜିବାରୁ ବଡଦାଣ୍ଡରେ ଅଟକି ରହିଥିଲା । ଗତକାଲି ମହାରଣା ମାନେ ଅଖକୁ ଯୁଦ୍ଧ କାଳିନ ଭିତିରେ ମରାମତି କରିଥିଲେ ।  ଆଜି ଅପରାହ୍ନରେ ଲକ୍ଷ୍ନୀନାରାୟଣ ଭେଟ ହୋଇଥିବା ବେଳେ ଶୀ୍ରଜିଉ  ମାନେ ନିଳାନ୍ଦ୍ରି ବିଜେ କରି ରତ୍ନସିଂହାସନ କୁ ବିଜେ କାରାଯାଇଛି  ।
                                  ଆଜି ଅପରାହ୍ନ  ୩ ଟା  ରେ ନନ୍ଦିଘୋଷ ଟଣାଯାଇଥିଲା । ଅପରାହ୍ନ ୫ ଟାରେ ଦୋଳମଣ୍ଡପ ନିକଟରେ ଆସି ରଥ ପହଚିଂଥିଲା । ପରେ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ମହାଲକ୍ଷ୍ମୀ ଯାଇ ଜଗନ୍ନାଥଙ୍କ ରଥ ସମ୍ମୁଖରେ ପହଚିଂଥିଲେ । ରଥ ଚାରିପଟେ ନିରୀକ୍ଷଣ କଲାପରେ ସେଠାରେ ଆଳତି ଅନୁଷ୍ଠିତ  ହୋଇଥିଲା । ପରେ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମନ୍ଦିରକୁ ଗମନ କରିଥିଲେ । ଲକ୍ଷ୍ମୀ ନାରାୟଣଙ୍କର ଏହି ଭେଟ ନିତି ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବାସହ ହରିବୋଲ ହୁଳହୁଳିରେ ଏକ ଭକ୍ତି ମୟ ପରିବେଷ ସୃଷ୍ଟି ହୋଇଥିଲା । ମହାଲକ୍ଷ୍ମୀ ମନ୍ଦିର ଆସି ଚାହାଣୀ ମଣ୍ଡପରେ ଉପସ୍ଥିତ ହୋଇଥିଲେ । ସେଠାରେ ଆଲତି ସମାପନ ପରେ ନନ୍ଦିଘୋଷ ସିଂହଦ୍ୱର ନିକଟରେ ଲାଗିଥିଲା ।
ସଂଧ୍ୟାରେ ରଥରେ ଅଧରପଣା ନୀତିି ସମ୍ପନ ହୋଇଥିଲା  । ଏହାପରେ ପହଣ୍ଡି ଆରମ୍ଭ ହେଇଥିଲା  । ପ୍ରଥମେ ଘରବାହୁ ଓ ସୁଦର୍ଶନ , ମଦନମୋହନ ଙ୍କ ପହଣ୍ଡି ପରେ ତିନି ଠାକୁରଙ୍କୁ ନିଳାନ୍ଦ୍ରି ବିଜେ କରାଯାଇଥିଲା । ବାଣ ,ଘଂଟ ,ଘଂଟା ଓ ହରିବୋଲ ହୁଳହୁଳିରେ ଶୀ୍ରମନ୍ଦିର ପରିସର ପ୍ରକମ୍ପିତ ହେଇଥିଲା ।ବଳଭଦ୍ର ଓ ସୁଭଦ୍ରା ଗୋଟି ପହଣ୍ଡି ରେ ଶୀ୍ରମନ୍ଦିର ଯାଇସାରିବା ପରେ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ରଥରେ ଜଗନ୍ନାଥ ଥିବା ବେଳେ ଚାହାଣି ମଣ୍ଡପରେ ମହାଲକ୍ଷ୍ନୀଙ୍କ ସହ ଏକ ଆଳତୀ ହୋଇଥିଲା । ଜଗନ୍ନାଥ ଗମ୍ଭିରାକୁ ଗଲାବେଳେ ଭାଇ ଭଉଣୀଙ୍କୁ ନେଇ ମାଉସି ଘରକୁ ଯାଇଥିବା ବେଳେ ରାଗ ଓ ଅଭିମାନରେ ଥିବା ମହାଲକ୍ଷ୍ନୀ କବାଟ କିଳି ଦେଇଥିଲେ । ପରେ ଜଗନ୍ନଥ ଓ ମହାଲକ୍ଷ୍ନୀ ଙ୍କ ମଧ୍ୟରେ କଥା କଟାକଟି ପରେ ଜଗନ୍ନାଥ  ମହାଲକ୍ଷ୍ନୀଙ୍କୁ ଏକ ପାଟ ଉପହାର ଦେବାସହ ରସଗୋଲାଦେଇ ମାନଭଞନ କରିଥିଲେ । ପରେ ତିନି ଠାକୁର ରତ୍ନ ସିଂହାସନରେ ବସିବାପରେ ବିଭିନ୍ନ ପ୍ରକାର ନୀତି କାନ୍ତି ଆରମ୍ଭ ହୋଇଥିଲା ।

0
0
0
s2sdefault