ଏବିଭିପିର ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଜପତି ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଓ ରାୟଗଡା ଜିଲ୍ଲା ବିଦ୍ୟାର୍ଥୀ ପରିଷଦର ସଂଗଠନ ସମ୍ପାଦକ ଦେବାଶିଷ ଦାସଙ୍କ ସଭାପତିତ୍ୱରେ ଶିକ୍ଷାବିତ୍‍ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସିଦ୍ଧେଶ୍ୱର ମିଶ୍ର ଓ ଲୋକନାଥ ମିଶ୍ର ଯୋଗ ଦେଇଥିଲେ , ମୁଖ୍ୟ ବକ୍ତା ରୁପେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଯୋଗ ଦେଇ ମଞ୍ଚାସୀନ କରିଥିଲେ ।

    ରାଷ୍ଟ୍ରନିର୍ମାଣରେ ଛାତ୍ର ସମାଜର କି ପ୍ରକାର  ଭୂମିକା ରହିବାର ଆବଶ୍ୟକ ଅଛି ସେ ସମ୍ପର୍କରେ କହି ରାଷ୍ଟ୍ର ସେବା ପାଇଁ ଛାତ୍ରଛାତ୍ରୀ ମାନେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ମୁଖ୍ୟ ଅତିଥି ,ସେହିଭଳି ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ର ନିର୍ମାଣର ଆବଶ୍ୟକତା ସମ୍ପର୍କରେ ଉପଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ପ୍ରାୟ ୬୦ଜଣ ଯୁକ୍ତ୨ ଓ ଦଶମ ଶ୍ରେଣୀର ଶତକଡା ୬୦ ନମ୍ୱର ମାର୍କ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।ପରିଶେଷରେ ସତ୍ୟନାରାୟଣ କାର୍ଯ୍ୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଏବିଭିପି କାର୍ଯ୍ୟକର୍ତ୍ତା ଦିଲିପ ଶତପଥୀ , ବାଳକୃଷ୍ଣ ଜେନା,  ତୃଷାର ଦାସ, ଶ୍ରୀଧର ପାଣିଗ୍ରାହୀ ମଲୀପୁର ଶଙ୍କର, ଶୁଭାଶିଷ ଜେନା, ପ୍ରତିଶ କୁମାର ସାମଲ, ସୌଦାଗର ସିଅ ଓ ଶିବ ପ୍ରସାଦ ପଣ୍ଡିତ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault