ତାତିଲେ ଚାଷୀ, ରୋକିଲେ ରାଜରାସ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମଗଡ ରୁ ସୁଶାନ୍ତ ରାଉତ : ମଣ୍ଡିରୁ ଧାନ ନଉଠିବାରୁ ତାତିଲେ ଚାଷୀ, ଧର୍ମଗଡ଼ ଚାରିଛକରେ ଶହ ଶହ ଧାନବସ୍ତା ରଖି ରାସ୍ତା ପୁଣି ରାଜ ରାସ୍ତାରେ ଚାଷୀ । ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଗର୍ଜିଲେ ଧର୍ମଗଡର ଚାଷୀ । ଚାରିଛକ ଜାତୀୟ ରାଜପଥ ୧୩୦ ଅବରୋଧ କରିଛନ୍ତି। ଶହ ଶହ ଧାନ ବସ୍ତା ଧରି ରାସ୍ତା ଉପରେ ବସିଛନ୍ତି ଚାଷୀ। ଅନେକ ଗାଡିମୋଟର ଅଟକି ରହିବା ସହ ଧର୍ମଗଡ଼-ରାୟପୁର, ଧର୍ମଗଡ଼-ଜୁନାଗଡ଼, ଧର୍ମଗଡ଼-ସିନାପାଲି ଓ ଭବାନୀପାଟଣା ସହ ପଡ଼ୋଶୀ ଛତିଶଗଡ଼କୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଗତ ୧ ତାରିଖରୁ କଳାହାଣ୍ଡି ଜିଲ୍ଲାରେ ମଣ୍ଡି ବନ୍ଦ ହୋଇଯାଇଛି। ଫଳରେ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିବା ସହ ଗଜା ହୋଇଗଲାଣି । ଚାଷୀମାନେ ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

0
0
0
s2sdefault