ବାଇକ ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ୬୫ ହଜାର ଟଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(Dillip Mohanty)-୨ଟିବାଇକରେ ଆସିଲେ ଟଙ୍କା ଲୁଟି ଫେରାର ହୋଇଗଲେ ୪ ଯୁବକ। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯିବା ରାସ୍ତାର ପରିବା ହାଟରେ ଲୁଟିଲେ ଦୁର୍ବୃତ୍ତ। ବାଇକ ରଖି ପରିବା କିଣୁଥୁବା ବେଳେ ଡିକିଭାଙ୍ଗି ଶିକ୍ଷକଙ୍କ ୨ ଲକ୍ଷ ୬୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ଏପରି ଲୁଟ୍‌ ହେବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ଉଦଳା ଥାନା କୃଷକ ବଜାର ନିକଟରେ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ଭୁଡୁରୁବଣି ଅଂଚଳର  ଶିକ୍ଷକ ସୁଶୀଲ କୁମାର ପୃଷ୍ଟି ଉଦଳା ଷ୍ଟେଟ ବ୍ୟାଙ୍କରୁ ଚେକ ଯୋଗେ ୩ ଲକ୍ଷ ଟଙ୍କା ଉଠାଇଥିଲେ ।  ଟଙ୍କା ଉଠାଇ ପ୍ରଥମେ ଫଳ ବଜାର ନିକଟରେ ଜଣେ ବ୍ୟକ୍ତିଙ୍କୁ ୩୫ ହଜାର ଟଙ୍କା ଦେବା ପରେ ବାଇକ ରଖି  ଉଦଳା କୃଷକ ବଜାରରୁ ପରିବା କିଣୁଥିବା ବେଳେ ୪ ଜଣ ଯୁବକ ୨ ଗୋଟି ବାଇକରେ ଆସି ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ। ପରିବା କିଣି ଶିକ୍ଷକ ସୁଶୀଲ ପୃଷ୍ଟି ଗାଡି ପାଖକୁ ଆସିଥିବା ବେଳେ ତାଙ୍କ ଗାଡିର ଡିକିଭଙ୍ଗା ଟଙ୍କା ଲୁଟ ହୋଇଥିବାର ଜାଣିବାକୁ ପାଇଥିଲା   ।  ଖବର ପାଇ ଉଦଳା ପୋଲିସ ଘଟଣା ସ୍ଥଳରେରେ ପହଞ୍ଚି ନିୟନ୍ତ୍ରିତ ବଜାର କମିଟିରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ସ୍ପଷ୍ଟ ଦିବାଲୋକ ଓ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଏପରି ଲୁଟ୍‌ ହେବା ଘଟଣାକୁ ନେଇ ସ୍ଥାନୀୟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି ।

0
0
0
s2sdefault