ଗ୍ରାହକସେବା କେନ୍ଦ୍ରରେ କୋଟିଏ ଟଙ୍କା ଆତ୍ମସାତ୍ ଅଭିଯୋଗ : ମୁଖ୍ୟ ଶାଖା ଘେରିଲେ ହିତାଧିକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ); ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରି ଗାଁର ଗ୍ରାହକ ସେବାକେନ୍ଦ୍ର ରେ ବଡଧରଣର ଠକେଇ ଅଭିଯୋଗ ହୋଇଛି । ଏଠାରେ ହଜାରହଜାର ଗା୍ରହକ ଜମାଖାତା ଖୋଲିଥିବା ବେଳେ ପ୍ରାୟ କୋଟିଏ ଟଙ୍କା ହଡପ କରାଯାଇଥିବା ଲଖନା ଥାନାରେ ଗ୍ରାହକ ମାନେ ଗତକାଲି ଲିଖିତ ଅଭିଯୋଗ କରିଥିଲେ । ପୁଣି ଆଜି ନିଜର ଟଙ୍କା ଫେରିପାଇବା ପାଇଁ ଶତାଧିକ ଗ୍ରାହକ ଜିଲ୍ଲାସଦର ମୁଖ୍ୟ ଭାରତୀୟଷ୍ଟେଟ ବ୍ୟାଙ୍କ ଘେରାଓ କରିଛନ୍ତି । ସୂଚନା ଯୋଗ୍ୟ ଯେ, ନୂଆପଡ଼ା ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇଦେବା ଉଦେ୍ଧଶ୍ୟରେ କୋମନା ବ୍ଲକ କୁରୁମପୁରି ଠାରେ ଆଜକୁ ୨ ବର୍ଷ ହେବ  ଏକ ଗ୍ରାହକ ସେବା କେନ୍ଦ୍ର(ମିନିଷ୍ଟେଟବ୍ୟାଙ୍କ) ସ୍ଥାପନ କରାଯାଇଥିଲା । ଏହାର ପରିଚାଳନା ଦାୟିତ୍ୱ ଲଖନାର ଦାସରଥୀ ସୁନାନୀ ନାମକ ଯୁବକ ନେଇଥିଲେ । ଆଦିବାସୀ ବହୁଳ ଅଂଚଳରେ ଲୋକଙ୍କ ମଧ୍ୟରେ ବ୍ୟାଙ୍କ କାରବାର ଉପରେ ବିଶେଷ ଜ୍ଞାନ ନ ଥିବାରୁ ଏହାର ସୁଯୋଗ ନେଇ ପ୍ରାୟ ହଜାର ହଜାର ଚାଷୀ ଙ୍କୁ ଅନ୍ଧାରରେ ରଖି ସେମାନଙ୍କର କୋଟିଏ ରୁ ଉଦ୍ଧ୍ୱର୍ ଟଙ୍କା ଚଳୁ କରିଥିବା ଲଖନା ଥାନାରେ ଅଭିଯୋଗ ହୋଇଛି ।  ପରିଚାଳକ ହିତାଧିକାରୀଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଅନ୍ୟତ୍ର ଚାଲାଣ କରିଥିଲେ । ପଲସିପାଣି, ଦଲଦଲି, ଲିମଡିହି, ଠାକୁରପାଲି, କରଙ୍ଗାଭଟା, କାଶିପଲା, ଘାଟିପଡା, ସିନାପାଲି, କୁରୁମପୁରୀ, କୁସଦହନା, ଦିଆମୁଣ୍ଡା, ଚୌକପଡା, ଖଜୁରବାହାଲ, ମୁଣ୍ଡାପଲା ଲଟକନପଡାର ଗ୍ରାହକଙ୍କ ଆକଉଣ୍ଟରୁ ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମ ପର୍ଯ୍ୟାୟରେ  ସ୍ଥାନୀୟ କାଶିପଲା ଗାଁର  ୧୬ଜଣ ହିତାଧିକାରୀ ଲଖନା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ହିତାଧିକାରୀମାନେ ହେଲେ ଲାଲୁ ଶବରଙ୍କ ଆକାଉଣ୍ଟରୁ ୨୬ ହଜାର ଟଙ୍କା, ବିରସଂ ଶବରଙ୍କ ୯୧,୪୦୦ ଟଙ୍କା, ବାଲମତି ଶବରଙ୍କ ୧୩ ହଜାର ଟଙ୍କା, ବେଲମତୀ ଶବରଙ୍କ ୨୦ହଜାର ଟଙ୍କା, ସାଦନୀ ଶବରଙ୍କ ୯୦ହଜାର ଟଙ୍କା, ସାୟମନୀ ମାଝିଙ୍କ ୬୦ ହଜାର ଟଙ୍କା, ଗୁନ ମାଝି ୪୧ ହଜାର ଟଙ୍କା, ରାଏମତି ମାଝିଙ୍କ ୧୦ ହଜାର ଟଙ୍କା, ଖୁସିଲାଲ ଖର୍ସେଲଙ୍କ ୧୦ ହଜାର ଟଙ୍କା, ରୁକମଣୀ ନାଗଙ୍କ ୨୦ ହଜାର ଟଙ୍କା, ବିନୋଦଲାଲ ନାଗଙ୍କ ୧୦ ହଜାର ଟଙ୍କା, ମଧୁ ଶବରଙ୍କ ୫ ହଜାର ଟଙ୍କା, ଗଣ୍ଡାରାମ ମାଝିଙ୍କ ୫୫ ହଜାର ଟଙ୍କା, ମାଳତୀ ଶବରଙ୍କ ୧୧ ହଜାର ଟଙ୍କା, ମୋହନ ମାଝିଙ୍କ ୮୦ ହଜାର ଟଙ୍କା, ହେମ ମାଝିଙ୍କ ୧୫ ହଜାର ଟଙ୍କା ହଡପ କରାଯାଇଥିବା କୁହାଯାଇଛି । ଏହିଭଳି ଅନ୍ୟାନ୍ୟ ଗାଁର ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଗାଏବ ହୋଇଯାଇଥିବା ଅନୁମାନ କରାଯାଉଛି । ଏହା ଉପରେ ପୋଲିସ ତଦନ୍ତ କରୁଛି । ସବିଶେଷ ତଦନ୍ତ ପରେ ସବୁକିଛି ଜଣାପଡିବ ବୋଲି ଲଖନା ଥାନାଧିକାରୀ ତପନ କୁମାର ଦାସ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ହିତାଧିକାରୀମାନଙ୍କ ବିଭିନ୍ନ ସମୟରେ ସ୍ୱଂୟ ସହାୟକ ଦଳକୁ ମିଳିଥିବା ସହାୟତା ରାଶି ହେଉକି କୃଷି ବୀମା ଟଙ୍କା ଜମା ହୋଇଥିଲା । ଗ୍ରାହକ ସେବା କେନ୍ଦ୍ରରେ ବିଭିନ୍ନ ସମୟରେ ଗ୍ରାହକମାନେ ଯାଇ ପାସ ବହି ସବୁ ଛାଡି ଦେଉଥିଲେ । ଏହା ସହ ଆଧାର ନମ୍ବର ଏବଂ ପାସ ୱାର୍ଡ ମଧ୍ୟ ପ୍ରସ୍ତୁତ ପାଇଁ ଆସୁଥିଲେ । ଏହାର ସୁଯୋଗ ନେଇ ଟଙ୍କା ହଡପ କରାଯାଇଥିବା କୁହାଯାଉଛି । କେତେକ ହିତାଧିକାରୀ ପାସ ବହି ନେଇ ଅପଡେଟ କରିବା ପରେ ଟଙ୍କା ସବୁ ଅନ୍ୟତ୍ର ଗାଏବ ହୋଇଥିବା ଜାଣିବାକୁ ପାଇଥିଲେ । ଆଜି ଏନେଇ ହିତାଧିକାରୀ ମାନେ ମୁଖ୍ୟଷ୍ଟେଟ୍ବ୍ୟାଙ୍କ ଶାଖା କୁ ଘେରାଓ କରିଥିଲେ । ବିଜେପି ରାଜ୍ୟ ଉପସଭାପତି ପ୍ରଶନ୍ନ ପାଢୀ, ହୋମସିଂ ମାଝି, ମନିଜର ଆର୍ଯ୍ୟ, ତୁଲସ ପଟେଲ, ଚତୁର୍ଭୁଜ ଶର୍ମା, ଲାଲାରାମ ସାହୁ ପ୍ରମୁଖ ଶାଖା ପରିଚାଳକଙ୍କ ସହ ଆଲୋଚନା କରିଥିଲେ । ଘଟଣାସ୍ଥଳରେ ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ,ନୂଆପଡ଼ା ଆଇଆଇସି ଆଦିତ୍ୟ ମହାକୁଡ,ଏସଆଇ ଜିତୁ ମହାନନ୍ଦ ପହଚିଂହିତାଧିକାରୀ ମାନଙ୍କ ସହିତ ଆଲୋଚନା କରି ଦୁଇଦିନ ମଧ୍ୟରେ ଅଭିଯୁକ୍ତ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶୃତି ଦେବାରୁ ଆନେ୍ଦାଳନରୁ ଓହରିଥିଲେ ।

0
0
0
s2sdefault