ଧାନ ମଣ୍ଡିରେ ଚାଷୀ ହନ୍ତସନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଡୋଶୀ ରାଜ୍ୟ ଛତିଶଗଡକୁ ଅନୁକରଣ କରିବାକୁ ପରାମର୍ଶ ଦେଲେ ଘାସିରାମ ମାଝୀ

ନୂଆପଡ଼ା,(ଅମିତ ପୁରୋହିତ); ଦୀର୍ଘ ଦୁଇମାସାଧିକକାଳ ଧାନ ର ଅଭାବି ବିକ୍ରି ସହ ଲଢେଇ କରୁଥିବା ଚାଷୀକୁଳ ଙ୍କ ପ୍ରତି  କଂଗ୍ରେସ ଆଜି ତାର ଆଭିମୁଖ୍ୟ  ସ୍ପଷ୍ଟ କରିଛି । ନିଜ ବାସଭବନରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାଷିରାମ ମାଝୀ ଏକ ପ୍ରେସ  ବିବୃତି ଜରିଆରେ ସରକାର ଙ୍କୁ ଟାର୍ଗେଟ କରିଥିଲେ । 

ସୂଚନା ଅନୁଯାଇ ନୂଆପଡ଼ା ରେ  ରବିଋତୁରେ ଧାନ ଫସଲ ଆଶାନୁରୁପ ହୋଇଥିଲା ବେଳେ କିନ୍ତୁ ସରକାର ଭୁଲନୀତି ଫଳରେ ଏବେ ସୁଦ୍ଧା ପାଖାପାଖି ୫୦ ହଜାର କୁଇଣ୍ଟାଲ  ଧାନକ୍ରୟ  ନହୋଇ ମଣ୍ଡିମାନଙ୍କରେ ପଡିରହିଛି । କଂଗ୍ରେସ ତରଫରୁ ସରକାର ଙ୍କର ଏହି ଚାଷୀମାରଣ ନୀତି କୁ ଜୋରଦାର ବିରୋଧ କରାଯାଇଛି ।  ଜିଲା କଂଗ୍ରେସ ସଭାପତି ଘାଷୀରାମ ମାଝୀ ପ୍ରେସମିଟ ଜରିଆରେ କେନ୍ଦ୍ରର ବି.ଜେ.ପି ଓ ରାଜ୍ୟର ବି.ଜେ.ଡି ସରକାର ଙ୍କୁ ଟାର୍ଗେଟ କରିଥିଲେ । କେନ୍ଦ୍ରର ବି.ଜେ.ପି ସରକାର ଚାଷୀର ଦୁଃଖ ବୁଝିବାରେ ବିଫଳ ହେବାସହ ଧାନର ସହାୟକ ମୁଲ୍ୟ ରେ ମାତ୍ର ୬୫ ଟଙ୍କା ର ବୃଦ୍ଧିକରି ଚାଷୀକୁଳ ପ୍ରତି ଉପହାସ କରିଛନ୍ତି । କେନ୍ଦ୍ରରେ  ମୋଦି ସରକାର ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଓ ରାଜ୍ୟ ରେ ନବୀନ ସରକାର କାଳିଆ ଯୋଜନା ମାଧ୍ୟମରେ କେବଳ  ନିର୍ବାଚନ ପାଇଁ ଭୋଟ କିଣିବା ବ୍ୟତିତ  ଚାଷୀ ମାନଙ୍କ ପାଇଁ ଟିକିଏ ଦରଦନାହିଁ ।  ବରଂ ଧାନ କିଣିବା ପ୍ରକ୍ରିୟା  ଉଭୟ ସରକାର ଛତିଶଗଡ ସରକାର ଠାରୁ ଶିଖିବା ଦରକାର ବୋଲି ଘାଷୀରାମ ମାଝୀ ପ୍ରକାଶ କରିଥିଲେ । ଆହୁରି ମଧ୍ୟ  କଂଗ୍ରେସ ତରଫରୁ ସରକାର ଙ୍କୁ ସାତ ଦିନ ର ସମୟ ଦେଇ ମଣ୍ଡି ସମସ୍ୟାର ସମାଧାନ କରିବାପାଇଁ ସତର୍କବାଣୀ ଶୁଣାଇଥିଲେ । ପ୍ରେସ ବିବୃତ୍ତ୍ି ଜରିଆରେ  ଘାଷୀରାମ ମାଝୀ ସାତଦିନ ମଧ୍ୟରେ ଚାଷୀ ଙ୍କ ଧାନ ନଉଠିଲେ ଆନେ୍ଦାଳନ ଉଗ୍ରରୁପ ଧାରଣ କରିବ ବୋଲି ଚେତାବନୀ ଦେଇଥିଲେ ।

0
0
0
s2sdefault