ଅସ୍ତିତ୍ୱ ହରାଇବାକୁ ବସିଛି ଏକମାତ୍ର ସରକାରୀ ମହାବିଦ୍ୟାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ);  ନୂଆପଡ଼ା ସଦର ମହୁକୁମା ର ଏକମାତ୍ର ସରକାରୀ ମହାବିଦ୍ୟାଳୟ  ଜୁନିୟର ସାଇନ୍ସ  କଲେଜ ନୂଆପଡ଼ା ଆଜି ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ଧିରେ ଧିରେ ଛାତ୍ରଛାତ୍ରୀ ସଂଖ୍ୟା କମିବାରେ ଲାଗିଛି ।

ସୂଚନା ମୁତାବକ ୨୦୦୧-୦୨ ମସିହାରେ ନୂଆପଡ଼ା ରେ ଏକମାତ୍ର ସରକାରୀ ମହା ବିଦ୍ୟାଳୟ ରୁପେ ଜୁନିୟର ସାଇନ୍ସ କଲେଜ ର ପ୍ରତିଷ୍ଠା  କରାଯାଇଥିଲା । ପ୍ରଥମ ସରକାରୀ ମହାବିଦ୍ୟାଳୟ ପାଇ ନୂଆପଡ଼ା ସହର ରେ ଖୁସି ର ଲହରି ଖେଳିଯାଇଥିଲା । ନୂଆପଡ଼ା ଜିଲ୍ଲା  ତଥା ଆଖପାଖ ଜିଲ୍ଲା ବାସୀ  ଉଚ୍ଚଶିକ୍ଷା ଓ ଉନ୍ନତମାନ ଶିକ୍ଷାର ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଥିଲେ । ଆଜି ଦୀର୍ଘ ୧୮ ବର୍ଷ ପରେ ମନେହୁଏ ଯେପରି ନୂଆପଡ଼ା ବାସୀ ଙ୍କ ସ୍ୱପ୍ନ ଚୁରମାର ହେବାକୁ ବସିଲାଣି ।

ନୂଆପଡ଼ା  ର ଜୁନିୟର ସାଇନ୍ସ କଲେଜ ୧୨୮ ସିଟ ବିଶିଷ୍ଟ ବିଜ୍ଞାନ ମହାବିଦ୍ୟାଳୟ ରୁପେ ଆରମ୍ଭ କାରାଯାଇଥିଲା । ଆରମ୍ଭ ରୁ ହିଁ ନାମଲେଖାଇାବା ପାଇଁ  ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ମହାବିଦ୍ୟାଳୟ  ନିଜେ ନିଜର ଅସ୍ତିତ୍ୱ  ଖୋଜୁଛି ।  ଆରମ୍ଭରୁ ଏହି ମହାବିଦ୍ୟାଳୟ   ରେ ୭ଗୋଟି ଅଧ୍ୟାପକ ପଦବୀ  ଅନୁମୋଦିତ ହୋଇଥିଲା ବେଳେ ବର୍ତ୍ତମାନ କେବଳ ବଟନି ଅଧ୍ୟାପକ ପଦବୀ ୨୦୧୬ ମସିହାରୁ ଖାଲିପଡିଛି ।  ଉଚ୍ଚମାନ ର ଶିକ୍ଷା ଦାନର ବ୍ୟବସ୍ଥା ନିମିତ୍ତ ଫିଜିକ୍ସ, କେମେଷ୍ଟ୍ରି, ବଟନୀ, ଜୁଲୋଜି ର ଲ୍ୟାବ ର ବ୍ୟବସ୍ଥା କରାଯାଇଥିଲା, ଯାହା ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ଅବ୍ୟବହୃତ ଅବସ୍ଥାରେ । ସରକାର ଙ୍କ ତରଫରୁ ଚାରିଟି ଲ୍ୟାବ ପାଇଁ ଚାରିଟି ଆଟେଡାଣ୍ଟ ଓ ଚାରିଟି ଲ୍ୟାବ ଆସିଷ୍ଟାଣ୍ଟପଦବୀ ର ବ୍ୟବସ୍ଥା ଥିଲେ ହେଁ ଜଣେ ମଧ୍ୟ ନାହାନ୍ତି । ଏଥିରୁ ସହଜରେ ଅନୁମାନ କରାଯାଇପାରେ ଶିକ୍ଷାଦାନ ର ଅବସ୍ଥା କିପରି ।  ଏହାଛଡା ଜୁନିୟର କ୍ଲର୍କ,ପିଅନ,ରାତ୍ରଜଗୁଆଳି, ଆସିଷ୍ଟାଣ୍ଟ ଲାଇବ୍ରେରିଆନ ପ୍ରଭୃତି ପଦବୀ ଥାଇ ମଧ୍ୟ ଜଣେ କେହିବି ନିଯୁକ୍ତି ହୋଇନାହନ୍ତି ।

୨୦୦୬ମସିହାରୁ ଏଠାରେ ଭୋକେସନାଲ କଲେଜ ମଧ୍ୟ ଆରମ୍ଭ କରାଯାଇଛି । ଏଥିରେ କମ୍ପ୍ୟୁଟର ଟେକ୍ନୋଲୋଜି ଓ ହର୍ଟିକଲଚର ପଢାଇବାର ବ୍ୟବସ୍ଥା ରହିଛି କିନ୍ତୁ  ଜଣେ କମ୍ପ୍ୟୁଟର ଅଧ୍ୟାପକ ଜଣେ କନିଷ୍ଠ  କିରାଣୀ ବ୍ୟତିତ ସମସ୍ତ ପଦବୀ ଖାଲିପଡିଛି ।

ଯୁକ୍ତ ୨ ବିଜ୍ଞାନ ଓ ଭୋକେସନାଲ ଛାତ୍ରଛାତ୍ରୀ ଙ୍କ ପାଇଁ କେବଳ ଦୁଇଗୋଟି ଶ୍ରେଣୀଗୃହ ଥିଲାବେଳେ  ଲ୍ୟାବ ର ଅବସ୍ଥା କହିଲେ ନ ସରେ, ଝିଅ ଙ୍କ ପାଇଁ ଉଦ୍ଧିଷ୍ଟ ଗାଲର୍୍ସ କମନରୁମ ର ଶୌଚାଳୟ ବ୍ୟବହାର ଯୋଗ୍ୟ ନୁହେଁ । ପୁଅ ଙ୍କ ପାଇଁ ବଏଜ କମନରୁମ ହିଁ ନାହିଁ । ଅଫିସ ନାମରେ  ଦୁଇଟିମାତ୍ର କୋଠରୀ  । ଲାଇବ୍ରେରି ପାଇଁ ସ୍ୱତନ୍ତ୍ର କୋଠରୀ ନାହିଁ । ପାନିୟଜଳ ର ବ୍ୟବସ୍ଥା ନାହିଁ, ଝାଡୁଦାର ନଥିବାରୁ ଅଳିଆବର୍ଜନା ଭିତରେ ହିଁ ପିଲା ପାଠପଢିବାକୁ ବାଧ୍ୟ ହେଉଛନ୍ତି । ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ  ଅସୁରକ୍ଷିତ ଅବସା୍ଥ ରେ ପାଠ ପଢୁଛନ୍ତି । ଟିକିଏ ବର୍ଷା ରେ ବାରଣ୍ଡା ରେ ଆଣ୍ଠୁଏ ପାଣି ଜମା ହୋଇ୍ୟାଏ । ଅନେକ ବର୍ଷ ହେବ ମହାବିଦ୍ୟାଳୟ କୋଠାର ମରାମତି କରାଯାଇନାହିଁ ।  କୋଠାର କାନ୍ଥ ଗୁଡିକରେ ଫାଟସୃଷ୍ଟି ହେଲାଣି କିନ୍ତୁ ସେଥିପ୍ରତି କାହାର ଦୃଷ୍ଟି ପଡୁନାହିଁ । ଦୁରଦୁରାନ୍ତ ର ଛାତ୍ରଛାତ୍ରୀ ଙ୍କ  ପାଇଁ ହଷ୍ଟେଲ ନିର୍ମାଣ କାରାଯାଇଥିଲେ ମଧ୍ୟ ଏହା ଛାତ୍ରଛାତ୍ରୀ ଙ୍କ କାମରେ ଲାଗିପାରୁନାହିଁ । ଜିଲାପାଳଙ୍କ ନେିର୍ଦ୍ଧଶ କ୍ରମେ ମହାବିଦ୍ୟାଳୟ କତ୍ତୃପକ୍ଷ ଏହାକୁ ଅନ୍ୱେଶା ଛାତ୍ରଛାତ୍ରୀ ଙ୍କ ପାଇଁ ଛାଡିଦେଇଛନ୍ତି |

୨୦୧୬ ମସିହା ରୁ ଏହି ମହାବିଦ୍ୟାଳୟ ରେ ଯୁକ୍ତ୨ କଳା ପାଠ୍ୟକ୍ରମ ପାଇଁ ଅନୁମୋଦନ ପାଇସାରିଥିଲେ ମଧ୍ୟ ଆଜିସୁଦ୍ଧା ଯୁକ୍ତ୨କଳାରେ ନାମଲେଖା ହୋଇପାରୁନାହିଁ ।  ଏହାର ସଠିକ ଉତ୍ତର କାହାରି ପାଖରେ ନାହିଁ । ଚଳିତବର୍ଷ ଯୁକ୍ତ୨ବିଜ୍ଞାନ ରେ ୪୨ ଜଣ ଆବେଦନ କରିଥିଲେ ମଧ୍ୟ ମାତ୍ର ୨୨ଜଣ ନାମ ଲେଖାଇଛନ୍ତି । ଚଳିତବର୍ଷ ଯୁକ୍ତ୨ ବିଜ୍ଞାନ ପଠ୍ୟକ୍ରମରେ  ଦୁଇଟି ନୂଆ ବିଷୟ ମଲ୍ଟିସ୍କିଲ ଓ ଏଗ୍ରିକଲଚର  ଅଧିକ ଯୋଗ କରାଯାଇଥିଲେ ହେଁ ନା ଅଛନ୍ତି ଶିକ୍ଷକ ନା ଅଛି ଶ୍ରେଣୀଗୃହ । ଏପରିସ୍ଥଳେ କିପରି ଛାତ୍ରଛାତ୍ରୀ ମାନେ ଉତ୍ତମମାନର ଶିକ୍ଷାପାଇପାରିବେ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ମହାବିଦ୍ୟାଳୟ ର ଏପରି ଅସ୍ୱାଭାବିକ ସମୟରେ  ମହାବିଦ୍ୟାଳୟ କତ୍ତୃପକ୍ଷ, ଜିଲାପ୍ରଶାସନ ,ରାଜନେତା,ବୁଦ୍ଧିଜିବୀ ସମସ୍ତେ ନିରବତା ଅବଲମ୍ବନ କରିଆସୁଛନ୍ତି । ସତେ ଯେପରି ନୂଆପଡ଼ା ରେ ମହାବିଦ୍ୟାଳୟ ଟିଏ ନାହିଁ ଅବା ଆବଶ୍ୟକତାନାହିଁ ।  ଯୁକ୍ତ୨ ବିଜ୍ଞାନ ଓ ଭୋକେସନାଲ ରେ  ଧିରେ ଧିରେ ନାମଲେଖା କମିଚାଲିଥିବା ବେଳେ ଯୁକ୍ତ୨କଳାରେ ବିଲକୁଲ ନାମଲେଖାନଜିବା  ମାହାବିଦ୍ୟାଳୟ କୁ ସବୁଦିନ ପାଇଁ ବନ୍ଦ କାରିଦେବା ର ଚକ୍ରାନ୍ତ ର ସନେ୍ଦହ ସୃଷ୍ଟିକରୁଛି । ତୁରନ୍ତ ସବୁ ପଦପଦବୀ ପୁରଣ,ଯୁକ୍ତ୨କଳାରେ ନାମଲେଖା,ମହାବିଦ୍ୟାଳୟ ର କୋଠାର ମରାମତି ଛାତ୍ରଛାତ୍ରୀ ଙ୍କ ଉଦ୍ଧିଶ୍ଟ   ହଷ୍ଟେଲ, ପିଲାଙ୍କ ରହିବା ବ୍ୟବସ୍ଥା କରିବାପାଇଁ ଛାତ୍ରଛାତ୍ରୀ ମାନେ ଦାବୀଜଣାଇଛନ୍ତି । ଯଦି ସମୟଥାଇ ଉଚିତ ପଦକ୍ଷେପ  ନିଆନଯାଏ ତେବେ ନୂଆପଡ଼ା ର ଏକମାତ୍ର ସରକାରୀ ମହାବିଦ୍ୟାଳୟ ଯେ ଦିନେ ବନ୍ଦ ହୋଇଯିବା ଆଶଙ୍କା କୁ ଏଡାଇ ଦିଆଯାଇ ନ ପାରେ ।

0
0
0
s2sdefault