କେତେ ଅମଣିଷ ଏ ନର୍ସ : ମା ଛେଉଣ୍ଡ ନାବାଳିକାଙ୍କୁ ଦେଲେ ଅକଥନୀୟ ଯନ୍ତ୍ରଣା !

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : କେମିତି ଅମଣିଷ ପାଲଟି ଯାଏ ଏ ମଣିଷ !! ଲୋକଙ୍କ ଦୁଃଖ ଉପଶମ କରିବା ପାଇଁ ନିଯୁକ୍ତ ଶିକ୍ଷିତ ଯୁବତୀ ଯେ ବାସ୍ତବ ଜୀବନରେ ଏତେ ଅମଣିଷ ଭଳି ବ୍ୟବହାର କରି ପାରିବ ତାହା ସହଜରେ ବିଶ୍ୱାସ କରିହେବନି । ଅଭିଯୋଗ ସାମାନ୍ୟ, କାରଣ ବହୁତ ଛୋଟିଆ ... ଭୁଲ କିଛି ନଥାଇ ବି  ଦଣ୍ଡ ଭାବେ ଅକଥନୀୟ ଯନ୍ତ୍ରଣା  ମିଳିଛି ଜଣେ ସଦ୍ୟ ମାଛେଉଣ୍ଡ ହୋଇଥିବା ନାବାଳିକାଙ୍କୁ ।

ସୁନ୍ଦରଗଡ ଜିଲ୍ଲାର ରାଉରକେଲା ମହାନଗର ନିଗମ ଠାରୁ ୧୦ କିଲୋମିଟର ଦୂରରେ ଅଛି ଲାଠିକଟାବ୍ଲକ । ହେଲେ ଏହି ଅଞ୍ଚଳରୁ  ସାଂଘାତିକ ଅଭିଯୋଗ ଆସିଛି । ବନ୍ଦିତା ବାଗ ନାମକ ଜଣେ ନର୍ସ ତାଙ୍କ ପଡ଼ୋଶୀ ପ୍ରଫୁଲ ଦୋରାଙ୍କ ଝିଅକୁ ଗତ ୧୨ ତାରିଖରେ ପିଜୁଳି ଗଛରେ ଚଢ଼ି ପିଜୁଳି ତୋଳିବାକୁ କହିଥିଲେ । ହେଲେ ନାବାଳିକା ମନା କରିବାରୁ ନର୍ସ ଜଣଙ୍କର ବାବୁଆଣୀ ପଣକୁ ଆଘାତ ଲାଗିଲା । ଶେଷରେ ତାକୁ ପାନେ ଦେବା ପାଇଁ ସଜେଇ ଦେଲେ ସେ ନାବାଳିକାଙ୍କୁ ଚୋରାଣୀ । ତାକୁ ଚୋରର ଆଖ୍ୟା ଦେଇ ହାତ ଗୋଡ଼ ବାନ୍ଧି ମାଡ ମାରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କୁ ସେ ମାତ୍ର ୨ଟି ବିସ୍କୁଟ ଖାଇବାକୁ ଦେଇ ସାରା ରାତି ମାଡ ମାରିଥିଲେ । ସକାଳୁ ତାଙ୍କୁ ଛାଡି ଦେଇଥିଲେ । ନାବାଳିକାଙ୍କ ମା କର୍କଟ ରୋଗରେ ପୀଡିତ ଥିବା ବେଳେ ତାଙ୍କ ବାପା ପ୍ରଫୁଲ ଦୋରା ଦିନ ମଜୁରିଆ । ଏପରିକି ଗତକାଲି ତାଙ୍କ ମା ଆଖି ବୁଜି ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଲାଠିକଟା ଥାନାର ଦ୍ବାରସ୍ଥ ହେବା ପରେ ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନାବାଳିକାଙ୍କ ସୁରକ୍ଷା ପାଇଁ ଡ଼ାକ୍ତର ତୁରନ୍ତ ରାଉରକେଲା ସରକାରୀ ଡ଼ାକ୍ତରଖାନା ପରିସରରେ ଥିବା ଷ୍ଟାଫ୍ ସେଣ୍ଟରକୁ ଖବର ଦେଇଥିବା ବେଳେ ଏବେ ନାବାଳିକା ସେଠାରେ ଅଛନ୍ତି ।

0
0
0
s2sdefault