ହେଡଲାଇନସ୍:

ପ୍ରଦୂଷଣ ମୁକ୍ତ ପରିବେଶ-ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱରରେ ‘ଏମ୍ସ’ଭୁବନେଶ୍ୱର ଶାଖାର ପ୍ରତିଷ୍ଠା ଉତ୍ସବ


ବାଲେଶ୍ୱର(ଉଜ୍ଜ୍ୱଳ କର ):ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ‘ଏମ୍ସ’ ଭୁବନେଶ୍ୱର ଶାଖାର ସପ୍ତମ ପ୍ରତିଷ୍ଠା  ଦିବସ ବାଲେଶ୍ୱରର ସେଟଲାଇଟ୍ ସେଣ୍ଟର ଅସ୍ଥାୟୀ ଓପିଡିରେ ଆଜି ପାଳିତ ହୋଇଯାଇଛି । ଏହ ଅବସରରେ ନିଃଶୁଳ୍କ ମଲ୍ଟି ସ୍ପେଶାଲିଟି ମେଗା ସ୍ୱାସ୍ଥ୍ୟ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ସେଣ୍ଟ୍ରାଲ ସ୍କୁଲଛକ ନିକଟ ଆଇଟିଆର କଲୋନୀସ୍ଥିତ ରଶ୍ମି କମୁ୍ୟନିଟି ସେଣ୍ଟରରେ ସକାଳେ ଆୟୋଜିତ ଏହି ମେଗା ସ୍ୱାସ୍ଥ୍ୟ ଶିବିର ଓ ସଚେତନତା କାର୍ଯ୍ୟକ୍ରମକୁ କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରିବା ଏଥିରେ ରୋଗୀ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରୁଥିବା ଏମ୍ସ ଭୁବନେଶ୍ୱର ଶାଖାର ଡାକ୍ତରଙ୍କୁ ସାଧୁବାଦ ଜଣାଇଥିଲେ । ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଆଇଟିଆର ଓ ଏମ୍ସର ସହଯୋଗକୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଭୂୟସୀ ପ୍ରଶଂସା କରିଥିଲେ । ଏହି ଶିବିରରେଏମ୍ସ ଭୁବନେଶ୍ୱରର ଶାଖାରୁ ଭେଷଜ, ପେଟରୋଗ, ଡାଇବେଟିସ୍, ଚର୍ମ ଓଯୌନ, ଶିଶୁରୋଗ, ଫୁସଫୁସରୋଗ, ସ୍ତ୍ରୀ ଓ ପ୍ରସୂତି, ଅସ୍ଥିଶଲ୍ୟ, ଚକ୍ଷୁ, କର୍ଣ୍ଣ, ନାସା ଓ ଗଳା, ଦନ୍ତ ଏବଂ କର୍କଟ ରୋଗ ପ୍ରଭୃତି ଏକାଧିକ ବିଭାଗର ୫୦ରୁ ଊଦ୍ଧ୍ୱର୍ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ  ପ୍ରଫେସର ତଥା ବିଶେଷଜ୍ଞ ଯୋଗ ଦେଇଥିଲେ । ବାଲେଶ୍ୱର ଜିଲ୍ଲା ସମେତ ଅନ୍ୟାନ୍ୟ ଅଞ୍ଚଳରୁ ବହୁ ରୋଗୀ ଏହି ଶିବିରରେ ଯୋଗଦେଇ ରୋଗ ପରୀକ୍ଷା ସହ ଉଚିତ ପରାମର୍ଶ ଓ ଔଷଧ ନେଉଥିବା ଦେଖିବାକୁ ମିଳିଥିଲା ।ଏମ୍ସ ଭୁବନେଶ୍ୱର ଶାଖାର ୭ମ ପ୍ରତିଷ୍ଠା  ଦିବସ ଅବସରରେ ରଶ୍ମି କମୁ୍ୟନିଟି ସେଣ୍ଟରରେ ଆୟୋଜିତ ଏକ ସଚେତନତା ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ପ୍ରତି ଓଡ଼ିଶାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ପ୍ରତି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଆପାତତଃ ଏକ ହେଲ୍ନ ଡେକ୍ସ ସ୍ଥାପନ ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନିଃସ୍ୱାର୍ଥପର ଭାବେ ସେବା ପ୍ରଦାନ କରିବା ଉପରେ ଶ୍ରୀ ଷଡ଼ଙ୍ଗୀ ଗୁରୁତ୍ୱାରୋପ କରିଥିଲେ ।  କେବଳ ସରକାରଙ୍କ ଉପରେ ଦୋଷ ନ ଦେଇ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସହଯୋଗର ଆବଶ୍ୟକତା ରହିଛି । ତେବେ ଚାପମୁକ୍ତ ମନ, ରୋଗମୁକ୍ତ ଶରୀର, ପ୍ରଦୂଷଣ ମୁକ୍ତ ପରିବେଷ ଓ ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା  ପାଇଁ ସବୁ ମହଲରୁ ସହଯୋଗର ହାତ ବଢ଼ାଇବାକୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ପ୍ରତିରକ୍ଷା ବିଭାଗ ଆଇଟିଆରର ନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନରେ ଏମ୍ସ କର୍ତ୍ତୃପକ୍ଷଙ୍କ ନିଃସ୍ୱାର୍ଥ ସହଯୋଗକୁ ଭୂୟସୀ ପ୍ରଶଂସା କରିଥିଲେ । ବାଲେଶ୍ୱରରେ ଏମ୍ସ ଓପିଡି ସେଣ୍ଟର ଖୋଲିବାକୁ ନେଇ ସେତେବେଳେ ବହୁ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା । ଏହା ସତ୍ତେ୍ୱ ଭଗବାନଙ୍କ କୃପା, ଏମ୍ସ କର୍ତ୍ତୃପକ୍ଷ ଓ ଆଇଟିଆର ଟିମ୍ର ସହଯୋଗରେ ଦୀର୍ଘଦିନ ଧରି ଏହି ସେଣ୍ଟର ଚାଲିଛି । କେବଳ ବାଲେଶ୍ୱର କିମ୍ବା ଉତ୍ତର ଓଡ଼ିଶା ନୁହେଁ, ବରଂ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପ୍ରଭୃତି ପଡେ଼ାଶୀ ରାଜ୍ୟରୁ ଲୋକେ ରୋଗ ପରୀକ୍ଷା ପାଇଁ ଏବେ ଏହି ଓପିଡି ସେଣ୍ଟରକୁ ଆସିବା ସବୁଠାରୁ ବଡ଼ ସଫଳତା ବୋଲି ଡକ୍ଟର ଦାସ କହିଥିଲେ । ଏମ୍ସ ଭୁବନେଶ୍ୱର ଶାଖା ନିଦେ୍ର୍ଧଶକ ଡକ୍ତର ଗୀତାଞ୍ଜଳି ବଟମାନବାନେ, ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ପିଏକ୍ସଇ ନିଦେ୍ର୍ଧଶକ ଡିକେ ଯୋଶୀ, ଏମ୍ସ ଭୁବନେଶ୍ୱର ଶାଖାର ଉପ-ନିର୍ଦ୍ଦେଶକ ପି କେ ରାୟ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନରେ ଏମ୍ସ ଓପିଡି ସେଣ୍ଟରର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଆଇଟିଆର ସହକାରୀ ନିର୍ଦ୍ଦେଶକ ଡକ୍ଟର ନୀଳାଦ୍ରି ବିହାରୀ ରାୟ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଏମ୍ସ ସେଟଲାଇଟ୍ ଓପିଡି ସେଣ୍ଟର ନୋଡାଲ ଅଫିସର ଡାକ୍ତର ମୁକୁନ୍ଦ ଚରଣ ସାହୁ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଟିଆରର ଯୁଗ୍ମ ନିର୍ଦ୍ଦେଶକ ବି ସୁଚରିତା, ବୈଜ୍ଞାନିକ ଚିତ୍ତରଂଜନ ଓଝା, ଆରକେ ବେହେରା, ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

0
0
0
s2sdefault